ବେଆଇନ୍ ଖଣିଜ ଦ୍ରବ୍ଯ ଚୋରା ଚାଲଣ ବେଳେ ରାଜସ୍ବ ବିଭାଗ ଓ ପୋଲିସ୍ ପ୍ରଶାସନର ମିଳିତ ଚଢାଉ

ଯାଜପୁର(କେନ୍ଯୁଜ୍) : ଯାଜପୁରରେ ବେଆଇନ୍ ଭାବେ ଲଘୁ ଖଣିଜ ଦ୍ରବ୍ଯ ଓ ବାଲି ପରିବହନ କରୁଥିବାବେଳେ ରାଜସ୍ବ ବିଭାଗ ଓ ପୋଲିସ୍ ପ୍ରଶାସନର ମିଳିତ ଚଢାଉ ସମୟରେ ୧୩ଟି ଗାଡିକୁ ଜବତ କରାଯାଇଛି । ଏହି ଗାଡି ଗୁଡିକରେ ଖଣିଜ ପରିବହନ କରୁଥିବା ଦୁର୍ବୁତ ମାନଙ୍କଠାରୁ ୬୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନ ସ୍ବରୂପ ଆଦାୟ କରାଯାଇଛି ।

soil ଧର୍ମଶାଳା ତହସିଲ୍ ର ଆରୁହା, ବାଘୁଆ,ବିଛାଖଣ୍ଡି ଆଦି କଳାପଥର ଖାଦାନ ଏବଂ ବ୍ରାହ୍ମଣୀ ନଦୀର ରାଇଛନ୍ଦା, ବରୁନ୍ଦା ଦେଇପୁର,ବାଲିଘାଟରୁ ଟ୍ରାକ୍ଟର ଓ ଟ୍ରକ୍ ଯୋଗେ ଏହି ଚାଲାଣ କରାଯାଉଥିଲା । ଖବରପାଇ ଧର୍ମଶାଳା ତହସିଲଦାର ଓ ଜେନାପୁର ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଚଢାଉ କରିଥିଲେ । ଏହି ଚଢାଉପରେ ଚୋରା ଚାଲଣରେ ଲିପ୍ତ ଥିବା ମାଫିଆ ଏବଂ ବ୍ଯବସାୟୀ ମାନଙ୍କ ମଧ୍ଯରେ ଛନକା ପଶିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.