ଲାଇଫ୍ ଷ୍ଟାଇଲ୍

ହୋଲିରେ ନିଅନ୍ତୁ ଭାଙ୍ଗ ରାବିଡି ପଣାର ମଜା, ରଙ୍ଗ ଖେଳକୁ କରନ୍ତୁ ୟାଦଗାର

ଆଉ ଗୋଟିଏ ଦିନ ପରେ ହୋଲି ପର୍ବ। ଏହି ପର୍ବ ପାଇଁ ଘରେ ବିଭିନ୍ନ ପ୍ରକାର ପିଠା ପଣା କରାଯାଇଥାଏ। ହୋଲିରେ ଭାଙ୍ଗ ପଣାର ସ୍ୱାଦ ତ ଆପଣ ଚାଖିଥିବେ କିମ୍ବା ନିଶ୍ଚୟ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଭାଙ୍ଗ ରାବିଡି ବନାଇବା ରେସିପି ବିଷୟରେ ଜଣାଇବୁ। ଯାହାର ଜବରଦସ୍ତ ସ୍ୱାଦରେ ଆପଣ ହୋଲିର ଭରପୂର ଆନନ୍ଦ ଉଠାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨ କପ୍‌ କ୍ଷୀର

-୨ କପ୍‌ ଫୁଲ କ୍ରୀମ କ୍ଷୀର

-୧ ବଡ ଚାମଚ ଗୋଲାପ ଜଳ

-୧/୪ କପ୍‌ ଭାଙ୍ଗ

-୧/୪ କପ୍‌ ଚିନି

-୩/୪ କପ୍‌ ପାଣି (ଆବଶ୍ୟକ ଅନୁଯାୟୀ)

-୧ ବଡ ଚାମଚ କାଜୁ

-୧ ବଡ ଚାମଚ କେସର

-୧ ବଡ ଚାମଚ ଖରବୁଜ ମଞ୍ଜି

-୧/୨ କପ୍‌ ଡାଲଚିନି ପାଉଡର

-୧/୨ ଚାମଚ ଜାଇଫଳ ପାଉଡର

-୧/୨ ଚାମଚ ଗୋଲାପ ପାଖୁଡା

-୧.୫ ଚାମଚ ପାନମଧୁରୀ ପାଉଡର

-୧.୫ ଚାମଚ ଅଳେଇଚ ପାଉଡର

-୧/୨ ଚାମଚ ପିସ୍ତା ମଞ୍ଜି

-୧୨ଟି ବାଦାମ

-୧୫ ପିସ୍ତା

-୩ ଟି ଗୋଲମରୀଚ

ପ୍ରସ୍ତୁତି ପ୍ରଣାଳୀ

-କୌଣସି ପାତ୍ରରେ କ୍ଷୀର ଫୁଟାନ୍ତୁ ଏବଂ ସେଥିରେ କେସର ଏବଂ ଭାଙ୍ଗ ପକାନ୍ତୁ।

-ଏଥିରେ ୧୫-୨୦ ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।

-ଗରମ କ୍ଷୀରରେ କେସର ଭିଜାଇବା ଦ୍ୱାରା କେସରର ରଙ୍ଗ ଏବଂ ସ୍ୱାଦ ବାହାରକୁ ବାହାରି ଆସିଥାଏ।

-ଏହାକୁ ଚାମଚରେ ହଲାନ୍ତୁ। ଦେଖିବେ କ୍ଷୀର ହଳଦିଆ ରଙ୍ଗର ହୋଇଯିବ। ଏହାକୁ ୨୦ ପ୍ରତିଶତ ହେବା ପର୍ଯ୍ୟନ୍ତ ଚଲାନ୍ତୁ।

-ସମସ୍ତ ବାଦାମ ଏବଂ ମସଲାକୁ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ ଏବଂ ଏହାକୁ ଅଲଗା ରଖନ୍ତୁ।

-ଏକ ଭାରୀ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ।

-ଯେତେବେଳେ ଏହା ପୂରାପୁରି ଭାବରେ ଫୁଟିଯିବ ସେତେବେଳେ ଏଥିରେ ମାଓ୍ଵା ଏବଂ ମସଲା ପକାଇ ଫେଟନ୍ତୁ।

-ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଗାଢ଼ା ନ ହୋଇଛି।

-ଏବେ ଏଥିରେ ଚିନି ପକାଇ ଚାମଚରେ ଚଲାନ୍ତୁ।

-ଏବେ ଏହାକୁ ଭଲଭାବେ ଚଲାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।

-ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ।

-ଥଣ୍ଡା ହେବା ପରେ ଏହି ଭାଙ୍ଗ ରାବିଡିର ମଜା ନିଅନ୍ତୁ।

Pritiparna

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago