ବିଗବସ୍ ସିଜନ ୧୨ର ସଦସ୍ୟ ଅନୁପ ଜଲୋଟା ପୁଣି ଚର୍ଚ୍ଚାରେ, ଏଥର ଆଫାୟାର ନୁହେଁ ବରଂ ଏହି ସ୍ବତନ୍ତ୍ର ଯୋଗ ପାଇଁ

ରିୟଲିଟୀ ଶୋ ବିଗବସ ସୀଜନ ୧୨ ଟିଭିରେ ପ୍ରସାରିତ ହୋଇସାରିଛି। ଏହି ଶୋ’କୁ ଦର୍ଶକ ମାନେ ଲମ୍ବା ସମୟ ଧରି ଅପେକ୍ଷା କରିଥାନ୍ତି। ଶୋର ପ୍ରଥମ ଦିନରେ ନିଜ ବୟଷରୁ କମ୍ ବୟଷର ଝିଅ ଜସଲିନ ସହିତ ଆଫାୟାରକୁ ନେଇ ଚର୍ଚ୍ଚାରେ ଥିବା ଅନୁପ ଜଲୋଟାଙ୍କ କଥା ପ୍ରାୟ ସମସ୍ତେ ଜାଣିଥିବେ।

ସେ ପୁଣି ଥରେ ବିଗ ବସ ଘରେ କିଛି ଏମିତି କଲେଯେ ଘରର ସଦସ୍ୟ ମାନେ ଆଶ୍ଚର‌୍ୟ୍ୟ ହୋଇଗଲେ। ଆଶ୍ଚର‌୍ୟ୍ୟ ହେବାର କିଛି ନାହିଁ କାରଣ ଏଥର ତାଙ୍କର ଏବଂ ଜସଲିନଙ୍କ ଆଫାୟାର ନୁହେଁ ବରଂ ଅନୁପ ଜଲୋଟାଙ୍କର ଘରୋଇ ଉପଚାର ଥିଲା। ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଜଣାଇଥିଲେଯେ କେମିତି ସହଜରେ ଥଣ୍ଡା ଏବଂ ଜ୍ବରରୁ ମୁକ୍ତି ପାଇପାରିବେ।

ଜଲୋଟା କହିଲେଯେ ଯେଉଁ ବ୍ୟକ୍ତିଙ୍କୁ ଜ୍ବର ହୋଇଛି ସେ ସର୍ବପ୍ରଥମେ ଗରମ ପାଣିରେ ଲୁଣ ମିଶାଇ ତାକୁ ଗୋଟିଏ ବୋତଲରେ ଭରି ଦିଅନ୍ତୁ। ଏହା ପରେ ସେହି ପାଣିକୁ ନାକରେ ଢ଼ାଳିବା ଆରମ୍ଭ କରିଦିଅନ୍ତୁ। ଏମିତି କରିବା ସମୟରେ ଆପଣଙ୍କ ଅନ୍ୟ ନାକରୁ ସେହି ପାଣି ବାହାରିବାକୁ ଲାଗିବ।

ଏହା ସହ ପଢ଼ନ୍ତୁ : ନିଜଠୁ ୩୭ ବର୍ଷ ସାନ ଝିଅକୁ ଡେଟ୍ କରୁଛନ୍ତି ଭଜନ ସମ୍ରାଟ ଅନୁପ ଜଲୋଟା : ବିଗ୍ ବସରେ ହେଲା ଖୁଲାସା

ଏମିତି କରିବା ସମୟରେ ଆପଣଙ୍କୁ ନିଶ୍ବାସକୁ ସାମାନ୍ୟ କରିବାକୁ ଚେଷ୍ଟା କରିବା ଆବଶ୍ୟକ। ନାକରେ ପାଣି ଢ଼ାଳିବା ଦ୍ବାରା ଆପଣ ଲକ୍ଷ କରିବେଯେ ଜ୍ବର ହେବା କାରଣରୁ ଆପଣଙ୍କ ମୁଣ୍ଡ ଭାରି ଭାରି ଲାଗିଥାଏ, ତେଣୁ ଏପରି କରିବା ପରେ ଆରାମ ଲାଗିଥାଏ।

ଅନୁପ ଜଲୋଟା ଜଣାଇଲେଯେ ଯୋଗରେ ଏହି ପ୍ରକାର ପ୍ରକ୍ରୀୟାକୁ ’ଜଳ ନୀତି ଯୋଗ’ କୁହାଯାଏ। ଏହି ପ୍ରକ୍ରୀୟାକୁ କରିବାର ସବୁଠାରୁ ବଡ ଲାଭ ଏହା ହେଉଛିଯେ ଆପଣଙ୍କୁ ଜୀବନ ସାରା କେବେ ମଧ୍ୟ ଜ୍ବରରେ କଷ୍ଟ ପାଇବାକୁ ପଡିବନାହିଁ। ଆସନ୍ତୁ ଜାଣିବା ଏହି ଜଳନୀତି ସମ୍ପର୍କରେ

ଜଳ ନୀତି ଯୋଗ କଣ

ଜଳ ନୀତି ଯୋଗ ଏକ ଶରୀର ଶୁଦ୍ଧି ଯୋଗ କ୍ରିୟା ଅଟେ ଯେଉଁଥିରେ ପାଣିରେ ନାକକୁ ସଫା କରାଯାଇଥାଏ। ଏହି ଯୋଗ ଦ୍ବାରା ସାଇନସ୍, ଥଣ୍ଡା, ଜ୍ବର ଭଳି ରୋଗଠାରୁ ମୁକ୍ତି ମିଳିଥାଏ। ଏହି ଯୋଗରେ ଉଷୁମ ପାଣିର ବ୍ୟବହାର କରାଯାଇଥାଏ। ଏଥିରେ ପାଣିକୁ ନାକର ଏକ ଛିଦ୍ରରେ ଢ଼ାଳି ଅନ୍ୟ ଏକ ଛିଦ୍ରରେ ବାହାର କରାଯାଇଥାଏ। ଏହି ପ୍ରକ୍ରୀୟାକୁ ଅନ୍ୟ ନାକରେ ଦୋହରା ଯାଇଥାଏ।

ଜଳନୀତି ଯୋଗ କରିବାର ବିଦ୍ଧି

ସର୍ବପ୍ରଥମେ ଏହି ଯୋଗକୁ କରିବା ପାଇଁ ଆପଣଙ୍କ ପାଖରେ ଏକ ଗଡୁ ରହିବା ଆବଶ୍ୟକ। ଯାହା ସାହାଯ୍ୟରେ ଆପଣ ସହଜରେ ଆପଣଙ୍କ ନାକର ଛିଦ୍ରରେ ପାଣି ଢ଼ାଳି ପାରିବେ।

ଏହା ପରେ ଗଡୁରେ ଅଧା ଲିଟର ଉଷୁମ ପାଣିରେ ଏକ ଚାମଚ ଲୁଣ ପକାନ୍ତୁ।

ଏହା ପରେ ଆପଣ ଆପଣଙ୍କର ପାଦ ମଧ୍ୟରେ ଦୁଇ ଫୁଟ ଦୂରତା ରଖିବାକୁ ପଡିବ।

ଆଗକୁ ଝୁଲିବା ଭଳି ରୁହନ୍ତୁ କାରଣ ଏହି ସମୟରେ ନାକର ଛିଦ୍ର ଅଧିକ ସକ୍ରୀୟ ଥାଏ, ମୁଣ୍ଡକୁ ଏହାର ବିପରୀତ ଦିଗ ଆଡକୁ ନୁଆଁଇ ରଖନ୍ତୁ।

ଏବେ ଆପଣ ଗଡୁକୁ ନାକର ସକ୍ରୀୟ ଛିଦ୍ରରେ ଭର୍ତ୍ତୀ କରନ୍ତୁ।

ପାଟିକୁ ଖୋଲିକି ରଖନ୍ତୁ କାରଣ ଆପଣଙ୍କୁ ନିଶ୍ବାସ ହେଲାବେଳେ ଯେପରି ଅସୁବିଧା ନହେଉ।

ପାଣିକୁ ନାକର ଏକ ଛିଦ୍ରରେ ଭର୍ତ୍ତୀ କରନ୍ତୁ ଯେମିତି ଏହା ଅନ୍ୟ ଏକ ଛିଦ୍ରରୁ ଆପେ ଆପେ ବାହରିବାକୁ ଲାଗିବ।

ଅଧା ପାଣି ସରିଯିବା ପରେ ନାକକୁ ସଫା କରନ୍ତୁ। ଅନ୍ୟ ଏକ ଛିଦ୍ରରେ ଏହି ପ୍ରକ୍ରୀୟା ଦୋହରାନ୍ତୁ। ଏହା ପରେ ପୁନର୍ବାର ଭଳି ନାକକୁ ସଫା କରିଦିଅନ୍ତୁ।

ଆହୁରୀ ପଢ଼ନ୍ତୁ : ଜାଣନ୍ତୁ କଣ ପାଇଁ ହନୁମାନଙ୍କୁ ପୂଜା କରିବାରୁ ବାରଣ କରାଯାଇଛି ମହିଳାଙ୍କୁ

ଜଳନୀତିର ଲାଭ

ମୁଣ୍ଡ ବ୍ୟଥାରେ ଏହି କ୍ରିୟା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଅନିଦ୍ରାଗ୍ରସ୍ଥ ବ୍ୟକ୍ତି ଏହି କ୍ରିୟାକୁ ନିୟମିତ କରିବା ଆବଶ୍ୟକ।

ଆଳସ୍ୟପୂର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଯଦି ଆପଣଙ୍କୁ କେଶ ଝଡିବାକୁ ରୋକିବାକୁ ଚାହୁଁଛନ୍ତି ତେବେ ଏହି ଯୋଗର ଅଭ୍ୟାସ ନିଶ୍ଚୟ କରନ୍ତୁ।

ଏହି ଯୋଗକୁ କରିବା ଦ୍ବାରା କେଶ ଧଳା ହେବା କମ୍ ହୋଇଥାଏ।

ଆପଣଙ୍କ ସ୍ମରଣ ଶକ୍ତିକୁ ବଢ଼ାଇପା ପାଇଁ ଏହା ବହୁତ ଲାଭ ଦାୟକ ହୋଇଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago