Categories: ରାଜ୍ୟ

ନ୍ୟାୟ ମାଗିବାରୁ ମହିଳାଙ୍କୁ ମାଡ଼, ଗାଁ ଦାଣ୍ଡରେ ପିଟିଲେ ଶାଶୁଘର ଲୋକ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୁଘର ଓ ଗାଁ ଲୋକେ । ପୂର୍ବରୁ ଯୌତୁକ ପାଇଁ ନିର‌୍ୟାତନା ଦେଇ ଘରୁ ତଡ଼ି ଦେଇଥିଲେ । ଅଧିକାର ମାଗିବାରୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ । କେବଳ ତାଙ୍କୁ ନୁହେଁ, ତାଙ୍କ ସହ ଯାଇଥିବା ଗାଁର ଆଉ ଦୁଇ ଝିଅଙ୍କୁ ମଧ୍ୟ ଗୋଡୋଇ ପିଟିଛନ୍ତି । ଏମିତି ଏକ ଭିଡିଓ ଭାଇରାଲ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ଘଟଣା ଘଟିଛି କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଉଦୟଗିରି ଗାଁରେ । ଅଭିଯୋଗ ଅନୁଯାୟୀ ଏହି ଗାଁର ଅମୂଲ୍ୟ ରତ୍ନ ପରିଡାଙ୍କୁ ଯୋକିଆ ଗାଁର ଅର୍ଚ୍ଚନା ଖୁଣ୍ଟିଆ ବିବାହ କରିଥିଲେ ।ଅମୂଲ୍ୟ ଦିଲ୍ଲୀରେ ଚାକିରି କରିଥିବା କହି ବିବାହ କରିଥିଲା । ବିବାହ ପରେ ଉଭୟ ଦିଲ୍ଲୀ ଯାଇଥିଲେ । ସେଠାରେ ଅମୂଲ୍ୟଙ୍କର ପରକୀୟା ପ୍ରୀତିକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ତା ପରେ ଆରମ୍ଭ ହୋଇଥିଲା ଅର୍ଚ୍ଚନାଙ୍କ ଉପରେ ନିର‌୍ୟ୍ୟାତନା । ଅର୍ଚ୍ଚନାଙ୍କୁ ଆଣି ନିଜ ଗାଁରେ ଛାଡିଦେଇଥିଲେ ଅମୂଲ୍ୟ ।

ଶାଶୁଘର ଲୋକ ୨ ଲକ୍ଷ ଟଙ୍କାର ଯୌତୁକ ଦାବି କରିଥିଲେ । ନହଲେ ଘରେ ପୁରାଇବେ ନାହିଁ ବୋଲି ଧମକ ଦେଇଥିଲେ । ଏନେଇ ଅର୍ଚ୍ଚନାଙ୍କ ବାପଘର ଲୋକେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ କିନ୍ତୁ ମାମଲା ରୁଜୁ କରି କୌଣସି ପଦକ୍ଷେପ ନନେବାରୁ ଶାଶୁଘର ଲୋକ ଏହାର ଫାଇଦା ନେଇଥିଲେ । ମହିଳାଙ୍କୁ ଶାଶୁ ଘର ଲୋକ ଘରେ ପୂରାଇ ନଥିଲେ । ନ୍ୟୟ ଦାବି କରି ସେ ପୂର୍ବରୁ ଶାଶୁଘର ବାରଣ୍ଡାରେ ଧାରଣା ଦେଇଥିଲେ । ଗତ ୧୩ ତାରିଖରେ ସେ ପୁଣିଥରେ ଶାଶୁ ଘରକୁ ଯିବାକୁ ଚାହିଁଥିଲେ । ତାଙ୍କ ସାଙ୍ଗରେ ଗାଁର ଦୁଇଜଣ ଝିଅ ସାଙ୍ଗରେ ଯାଇଥିଲେ । ଗାଁ ଲୋକ ଓ ଶାଶୁଘର ଲୋକେ ମିଶି ତାଙ୍କୁ ଗୋଡ଼ାଇ ଗୋଡାଇ ପିଟିଥିଲେ । ଏହି ଘଟଣାରେ ଥାନା ଅଧିକାରୀ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ କେନ୍ଦ୍ରାପଡ଼ା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

3 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago