ଲାଇଫ୍ ଷ୍ଟାଇଲ୍

ଜାଣନ୍ତିକି ସ୍ତନ କର୍କଟ ପରି ମାରାତ୍ମକ ରୋଗକୁ ମାତ ଦେବ “ରକ୍ତ ଚନ୍ଦନ”

ବର୍ତମାନ ସମୟରେ ପ୍ରତି ୧୦ ଜଣରେ ଜଣେ ମହିଳା ସ୍ତନ କର୍କଟର ଶିକାର ହେଉଛନ୍ତି । ଯଦିବା ସମୟ ଥାଉ ଥାଉ ଏବାବଦରେ ଜଣାପଡ଼ିଲେ ଜୀବନ ରକ୍ଷା ସମ୍ଭବ ହୋଇପାରେ ତେବେ ବି ଭାରତରେ ବ୍ରେଷ୍ଟ କ୍ୟାନ୍ସର ମାମଲା ଦିନ କୁ ଦିନ ବଢ଼ିବାରେ ଲାଗିଛି । କେବଳ ମହିଳାଯେ ତାହା ନୁହେଁ, ପୁରୁଷ ମାନେ ବି ସ୍ତନ କର୍କଟ ରୋଗର ଶିକାର ହେଉଛନ୍ତି । ୨୦୧୮ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୩.୪୫ ପ୍ରତିଶତ ମହିଳାଙ୍କ ମୃତ୍ୟୁ କ୍ୟାନ୍ସର କାରଣରୁ ହେଉଥିବା ବେଳେ ସେମଧ୍ୟରୁ ୨୭.୭ ପ୍ରତିଶତଙ୍କ ଜୀବନ ବ୍ରେଷ୍ଟ କ୍ୟାନ୍ସରରେ ହିଁ ଯାଇଥାଏ । ଏହି କାରଣରୁ ବୈଜ୍ଞାନିକ ମାନେ ଅଧିକରୁ ଅଧିକ ଗବେଷଣା ଜାରି ରଖି ନୂଆ ନୂଆ ଔଷଧ ମାନ ଆବିଷ୍କାର କରିବାରେ ଲାଗିପଡିଛନ୍ତି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛିକି, ରକ୍ତ ଚନ୍ଦନ ବା ଲାଲ ଚନ୍ଦନ ଏହି ମାରାତ୍ମକ ରୋଗକୁ ଭଲ କରିବାରେ ସହାୟକ ହୋଇପାରିବ ।

ଆଉ ମଧ୍ୟ ଜଣାଯାଇଛିକି, ଲାଲ ଚନ୍ଦନ ମଞ୍ଜିରେ ଆଣ୍ଟି ଇନ ଫ୍ଲେମେଟେରି, କ୍ୟାନ୍ସର ରୋଧି, ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ଭରପୁର ମାତ୍ରାରେ ଅଛି । ଯାହା ସ୍ତନ କର୍କଟ ପରି ମାରାତ୍ମକ ରୋଗର ଚିକିତ୍ସାରେ ବିଶେଷ ସହାୟକ ହୋଇପାରିବ ।

କେଉଁ କାରଣରୁ ହୁଏ ବ୍ରେଷ୍ଟ କ୍ୟାନ୍ସର:

ଶରୀରର କୋଷିକା ଗୁଡିକ ଅସାମାନ୍ୟ ଭାବରେ ଶରୀରର କୌଣସି ଭାଗରେ ବଢିବାକୁ ଲାଗିଲେ ଧୀରେ ଧୀରେ ତାହା କ୍ୟାନ୍ସରର ରୂପ ନେଇଥାଏ ।ସ୍ତନରେ ଛୋଟ ଛୋଟ ଟିସୁ ବା କୋଷିକା ଜମା ହେବା କାରଣରୁ ହିଁ ସ୍ତନ କର୍କଟ ହେବାର ସମ୍ଭାବନା ବଢିଯାଏ ।

କେମିତି କରିବେ ରକ୍ତଚନ୍ଦନ ବ୍ୟବହାର:

ରକ୍ତ ଚନ୍ଦନର ୩ ରୁ ୫ ଗ୍ରାମ ଚୁର୍ଣ୍ଣ ସହ ୨୦ ରୁ ୪୦ ମିଲି କାଢ଼ା ନିଅନ୍ତୁ । ଦିନକୁ ଥରେ କିମ୍ବା ଅତି ବେଶୀରେ ଦୁଇ ଥର ଏହାର ବ୍ୟବହାର କରନ୍ତୁ । ଏହାର ଅନ୍ତକାଷ୍ଠା, ପତ୍ର , ଛାଲ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ ।

କେଉଁ ମାନଙ୍କର ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ:

– ଗର୍ଭନିରୋଧକ ବଟିକା ବ୍ୟବହାର ଅଧିକ କରୁଥିଲେ
– ମନୋପୋଜ ପରେ ହର୍ମୋନ ରିପ୍ଲେସମେଣ୍ଟ ହେଲେ
– ୧୨ ବର୍ଷ ପୂର୍ବରୁ ପିରିୟ୍ଡ଼ସ ଆରମ୍ଭ ହୋଇଥିଲେ
– ୩୦ ବର୍ଷ ପରେ ପ୍ରେଗନେଣ୍ଟ ହୋଇଥିଲେ
– ବର୍ଥ କଣ୍ଟ୍ରୋଲ ଔଷଧର ମାତ୍ରାଧିକ ବ୍ୟବହାର
– ୫୫ ବର୍ଷ ପରେ ପରେ ପିରିୟ୍ଡ଼ସ ବନ୍ଦ ହୋଇଗଲେ
– ଶରୀରରେ ଆନୁବଂଶିକ ପରିବର୍ତ୍ତନ ଦେଖାଦେଲେ

KNews Bureau

Recent Posts

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

2 mins ago

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ…

1 hour ago

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…

1 hour ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

2 hours ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

2 hours ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

2 hours ago