ବର୍ତ୍ତମାନ ବ୍ରେଡ଼ରେ ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଗୁଲାବଯାମୁନ, ଟେଷ୍ଟ ଏପରି ଯେ ସମସ୍ତେ କହିବେ ୟୁନିକ

ପୂଜା ପର୍ବାଣି ଆସିଲେ ସମସ୍ତେ ଘରେ ମିଠା ପ୍ରସ୍ତୁତ କରନ୍ତି। ବର୍ତ୍ତମାନ ପୂଜା ସିଜିନ୍ ଚାଲିଛି ତ ଘରେ ମିଠା ପ୍ରସ୍ତୁତ କରିବା ପାଇଁ ଆପଣ ନିଶ୍ଚୟ ଭାବିଥିବେ। ତାହେଲେ ଏଥର ପୂଜାରେ ଆପଣ କିଛି ୟୁନିକ ମିଠା ପ୍ରସ୍ତୁତ କରନ୍ତୁ। କାରଣ ଏଥର ଆପଣ ଘରେ ବନାଇ ପାରିବେ ଅତି ସହଜରେ ମିଠା। ଅତି କମ ସମୟ ମଧ୍ୟରେ ଏବଂ ଅତି ସହଜରେ ଆପଣ ବନାନ୍ତୁ ବ୍ରେଡ ଗୋଲାବଜାମୁନ। କାରଣ ଏହି ରେସିପି ଅତି ସ୍ୱାଦିଷ୍ଟ ସହିତ ବହୁତ ସରଳ ମଧ୍ୟ ଅଟେ । କିନ୍ତୁ ଯାଣିନିଅନ୍ତୁ ଏହାକୁ ଆପଣ ସର୍ଭ କଲା ମାତ୍ରେ ପିଲାଠୁ ବଡ଼ ସମସ୍ତେ ଆପଣଙ୍କର ତାରିଫ ନିଶ୍ଚୟ କରିବେ । ତାହେଲେ ଆସନ୍ତୁ ଜାଣିବା ବ୍ରେଡ ଗୁଲାବଯାମୁନ ପ୍ରସ୍ତୁତ କରିବାର ସହଜ ଉପାୟ ।

ବ୍ରେଡ ଗୁଲାବ ଯାମୁନ ପ୍ରସ୍ତୁତ କରିବା ପାଇଁ କିଛି ଆବଶ୍ୟକୀୟ ସାମଗ୍ରୀ

୧୫ଟି ବ୍ରେଡ ସ୍ଲାଇଡ, ଅଧା ଲିଟର କ୍ଷୀର, ୩୫୦ ଗ୍ରାମ ଚିନି, ୮ ରୁ ୧୦ ଟି ବାଦାମ, ୮ ରୁ ୧୦ଟି କାଜୁ, ଅଧା ଛୋଟ ଚାମଚ ଗୁଜୁରାତି ପାଉଡର ଏବଂ ଘିଅ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାଜୁ ଏବଂ ବାଦାମକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ । ତାପରେ କ୍ଷୀରକୁ ମଧ୍ୟମ ଆଞ୍ଚରେ ବସାଇଦିଅନ୍ତୁ । ଯେତେବେଳେ ଏହି କ୍ଷୀର ଫୁଟିଆସିବ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । ତାପରେ ବ୍ରେଡର ସାଇଡ ଗୁଡା କାଟି ମଝି ଅଂଶଟିକୁ ମିକ୍ସର ଗ୍ରାଇଣ୍ଡରରେ ଭଲଭାବେ ଗୁଣ୍ଡ କରିଦିଅନ୍ତୁ । ତାପରେ ଏହି ଗୁଣ୍ଡକୁ କ୍ଷୀରରେ ପକାଇ ଅଟା ଭଳି ଚକଟି ଦିଅନ୍ତୁ ଏବଂ କିଛି ସମୟ ପାଇଁ ଏହାକୁ ଘୋଡାଇ ରଖିଦିଅନ୍ତୁ ।

ଏହାପରେ ସିରା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ଗୋଟିଏ ଅନୁପାତର ଚିନି ଏବଂ ପାଣି ନିଅନ୍ତୁ ଓ ଏହାକୁ ଭଲଭାବେ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପାତ୍ରରେ କାଜୁ ବାଦାମ ଗୁଜୁରାତି ପାଉଡରକୁ ମିଶାଇ ସେଥିରେ ଏକ ଚାମଚ ଶିରା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ହାତରେ ଟିକେ ଘିଅ ଲଗାଇ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବ୍ରେଡ ବାଲା ଅଟାକୁ ଧୀରେ ଧୀରେ ଚକଟି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏହାପରେ ସେହି ଗୁଳାକୁ ଟିକେ ଚେପଟା କରି ତା ମଝିରେ ପ୍ରସ୍ତୁତ ଥିବା କାଜୁବାଦାମ ମିଶ୍ରଣକୁ ଦେଇ ବନ୍ଦ କରି ପୁଣିଥରେ ଗୋଲ କରିଦିଅନ୍ତୁ ।

ଏହାସହ ପଢନ୍ତୁ ଏବେ ଘରେ ନିଜ ପିଲା ମାନଙ୍କ ପାଇଁ ବହୁତ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ପିଜ୍ଜା କୁଲଚା ସ୍ୟାଣ୍ଡଉଇଚ

ଯଦି ଗୁଳା ବନାଉଥିବା ସମୟରେ ଫାଟ ଦେଖାଯାଉଛି ତାହେଲେ ସେଥିରେ ଅଳ୍ପ କିଛି କ୍ଷୀର ମିଶାଇ ପୁଣିଥରେ ଚକଟି ଦିଅନ୍ତୁ । ବର୍ତ୍ତମାନ ସବୁ ମିଶ୍ରଣକୁ ଏପରି ଭାବେ ଗୁଳା ବନାଇଦିଅନ୍ତୁ । ଏହାପରେ ଏକ କଡ଼ାଇରେ ଘିଅ ଗରମ କରି ସେଥିରେ ଏହି ଗୁଳା ପକାଇ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଶେଷରେ ଏହାକୁ ଥଣ୍ଡା କରି ସିରାରେ ପକାଇ ଦୁଇଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

26 seconds ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

3 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

9 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

18 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

18 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

36 mins ago