Categories: ରାଜ୍ୟ

ବଜ୍ରପାତ ଜୋନରେ ଓଡ଼ିଶା, ଚାରି ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ବର(କେନ୍ୟୁଜ୍): ବଜ୍ରପାତ ଜୋନରେ ଓଡ଼ିଶା। ଚଳିତବର୍ଷ ରାଜ୍ୟରେ ରେକର୍ଡ କରିଛି ବଜ୍ରାଘାତ। ଚାରି ମାସରେ ୯ଲକ୍ଷ ଥର ହୋଇଛି। ଏହି ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ୧ରୁ ଜୁଲାଇ ୩୧ ତାରିଖ ଭିତରେ ଓଡ଼ିଶାରେ ସର୍ବାଧିକ ଥର ବଜ୍ରପାତ ହୋଇଛି। ବାତ୍ୟା ଫନି ବେଳେ ମେ ୩ ଓ ୪ ତାରିଖରେ ଲକ୍ଷେରୁ ଅଧିକ ଥର ବଜ୍ରପାତ ହୋଇଥିଲା। ଏହି ୨୪ ଘଣ୍ଟା ଭିତରେ ତୀବ୍ରତା ଥିଲା ଢ଼େର ଅଧିକ। କିନ୍ତୁ ଜଣଙ୍କର ବି ମୃତ୍ୟୁ ହୋଇନି। ଓଡ଼ିଶା ପରେ ରହିଛି ମହାରାଷ୍ଟ୍ର। ସେଠାରେ ୬ ଲକ୍ଷ ୨୬ ହଜାର ଥର ବଜ୍ରପାତ ହୋଇଛି। କର୍ଣ୍ଣାଟକରେ ୬ଲକ୍ଷ ୨୧ ହଜାର ଥର ବଜ୍ରାଘାତ ହୋଇଛି। ରିପୋର୍ଟରୁ ଜଣାପଡ଼ିଛି, ଦେଶରେ ବଢ଼ି ଚାଲିଛି ବଜ୍ରାଘାତ ଦିନ ସଂଖ୍ୟା।

ଓଡ଼ିଶାରେ ଏତେ ସଂଖ୍ୟକ ବଜ୍ରାଘାତର କାରଣ ଏଯାଏଁ ଖୋଜି ପାଇ ନାହାନ୍ତି ପାଣିପାଗ ବିଜ୍ଞାନୀ। କିନ୍ତୁ ରାଜ୍ୟରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏପ୍ରିଲରୁ ଜୁଲାଇ ଭିତରେ ବଜ୍ରାଘାତ ରାଜ୍ୟରେ ନେଇଛି ୧୨୯ ମୁଣ୍ଡ। ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ଥିଲା ୩୨୮। ସେହିପରି ୨୦୧୭-୧୮ରେ ୪୬୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୬-୧୭ରେ ୪୦୦ ଓ ୨୦୧୫-୧୬ରେ ୪୦୧ ଜଣଙ୍କର ଜୀବନ ନେଇଥିଲା ବଜ୍ରପାତ। ଚଳିତ ବର୍ଷ ଉତ୍ତରପ୍ରଦେଶରେ ସର୍ବାଧିକ ୨୨୪ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରଥମ ଥର ବଜ୍ରାଘାତ ରିପୋର୍ଟ ପ୍ରକାଶ କରିଛି। କ୍ଲାଇମେଟ୍‌ ରେସିଲାଏଣ୍ଟ ଅବଜରଭିଂ ସିଷ୍ଟମ ପ୍ରୋମୋସନ୍‌ କାଉନସିଲ୍‌ ବା CROSPC ଏହି ଡାଟା ପ୍ରସ୍ତୁତ କରିଛି। କେତେଥର ବଜ୍ରପାତ ହୋଇଛି ଓ ଏହାର ତୀବ୍ରତାକୁ ଫୋକସ କରାଯାଇଥିଲା। ଜୁଲାଇରେ ସବୁଠୁ ଅଧିକ ଥିଲା ବଜ୍ରାଘାତର ସଂଖ୍ୟା।

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

4 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

21 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

21 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago