ଲାଇଫ୍ ଷ୍ଟାଇଲ୍

ସକାଳୁ ଉଠି ଖାଲି ପେଟରେ ଚୋବାଇ ଖାଆନ୍ତୁ ଏହି ପତ୍ର, ମସ୍ତିଷ୍କ ବିକାଶ ସହ ଫେରାଇ ଆଣିଥାଏ ସ୍ମୃତି ଶକ୍ତି

ବ୍ରାହ୍ମୀକୁ ଆୟୁର୍ବେଦରେ ବ୍ରେନ ବୁଷ୍ଟର ଔଷଧ କୁହାଯାଇଥାଏ। ଏହାର ପତ୍ର ଚୋବାଇ ଖାଇଲେ ଅନେକ ପ୍ରକାରର ରୋଗ ଦୂର ହୋଇଯାଇଥାଏ। ବ୍ରାହ୍ମୀ ମନକୁ ସତେଜ ରଖିବା ସହ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ। ଏତିକି ନୁହେଁ, ମସ୍ତିଷ୍କର କୋଶିକାଗୁଡ଼ିକୁ ଜାଗ୍ରତ କରି ଅନେକ ପ୍ରକାରର ଚିନ୍ତା, ମାନସିକ ଅବସାଦ, ଭୟ, ଭ୍ରମ ଆଦିରୁ ମୁକ୍ତି ଦେଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠି ଖାଲି ପେଟରେ ବ୍ରାହ୍ମୀ ପତ୍ର ଚୋବାଇଲେ କେଉଁ ଫାଇଦା ଆମକୁ ମିଳିଥାଏ।

ବ୍ରାହ୍ମୀ ପତ୍ର ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ସହ ଏକାଗ୍ରତା ବଢ଼ିଥାଏ। ସ୍ମୃତିଶକ୍ତି ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ। ବୃଦ୍ଧ ବ୍ୟକ୍ତିମାନଙ୍କଠାରେ ପ୍ରାୟତଃ ସ୍ମରଣ ଶକ୍ତି ହ୍ରାସ ପାଇବାର ସମସ୍ୟା ରହିଥାଏ। ଏହି ସମୟରେ ବ୍ରାହ୍ମୀ ପତ୍ର ସେବନ କରାଯାଇ ପାରିବ। ବ୍ରାହ୍ମୀ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ବି ସେବନ କରି ପାରିବେ।

ବ୍ରାହ୍ମୀକୁ ମସ୍ତିଷ୍କର ସ୍ନାୟୁ ଖୋଲି ପାରୁଥିବା ଜଡିବୁଟି ମଧ୍ୟ କୁହାଯାଇଥାଏ। କେତେକ ଅଧ୍ୟୟନ ଅନୁସାରେ, ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି। ଏହା ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ପଦାର୍ଥକୁ ନଷ୍ଟ କରି ଦେଇଥାଏ। ଏହାଦ୍ୱାରା ଅଲ୍‌ଜାଇମର ରୋଗକୁ ମଧ୍ୟ ରୋକା ଯାଇପାରିବ।

ବ୍ରାହ୍ମୀ ମସ୍ତିଷ୍କର ରକ୍ତ କୋଶିକାଗୁଡ଼ିକରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ। ଏହାଛଡ଼ା କେଶକୁ ଲମ୍ବା, ଘନ ଏବଂ ମଜଭୁତ କରିବାରେ ବ୍ରାହ୍ମୀ ତେଲ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ପ୍ରତିଦିନ ଶୋଇବା ସମୟରେ କେଶରେ ଲଗାନ୍ତୁ ଏବଂ ମସାଜ କରନ୍ତୁ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago