ନିଦ ବଟିକା ଏବଂ ପେନ୍ କିଲର୍ ପରିବର୍ତ୍ତେ ଶରୀର ପାଇଁ ଲାଭକାରୀ ହୋଇଥାଏ ଭାଙ୍ଗ

ନିଦ ଏବଂ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଗଞ୍ଜେଇ ଖୁବ୍ ଲାଭକାରୀ ହୋଇଥାଏ। ଯେଉଁ ଲୋକମାନେ ପେନ କିଲର ବା ନିଦ ମେଡିସିନ୍ ରୁ ରକ୍ଷା ପାଇବା ପାଇଁ ଚାହିଁଥାନ୍ତି, ସେହି ଲୋକମାନେ ଏହି ଜିନିଷ ବ୍ୟବହାର କରିଥାନ୍ତି। ଏହା ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଅଫିମ। ଆମେରିକାରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ ଯେଉଁ ଲୋକମାନେ ଗଞ୍ଜେଇ ଖାଇଥାନ୍ତି ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଲୋକମାନେ ଯନ୍ତ୍ରଣା ଦୂର କରିବା ପାଇଁ ଭାଙ୍ଗ ବ୍ୟବହାର କରିଥାନ୍ତି। ଏହା ମଧ୍ୟରେ ୮୦ ପ୍ରତିଶତ ଲୋକମାନଙ୍କ ପାଇଁ ଖୁବ୍ ଲାଭକାରୀ ହୋଇପାରିଛି। ‘ଜର୍ନଲ ଅଫ୍ ସାଇକୋଆକ୍ଟିଭ ଡ୍ରଗ୍ସ’ ରେ ଏହି ରିସର୍ଚ୍ଚ ପ୍ରକାଶ ପାଇଛି।

ଏହି ରିସର୍ଚ୍ଚରେ ୭୪ ପ୍ରତିଶତ ଲୋକମାନେ କହିଛନ୍ତି ଗଞ୍ଜେଇ ଦ୍ବାରା ସେମାନଙ୍କୁ ଭଲ ନିଦ ହେବାରେ ଖୁବ୍ ଲାଭକାରୀ ହୋଇପାରିଛି। ଏହା ମଧ୍ୟରୁ ଅଧିକାଂଶ ଲୋକମାନେ ନିଦ ପାଇଁ ଖାଉଥିବା ଔଷଧ ମଧ୍ୟ ଛାଡିଦେଇଛନ୍ତି। କାରଣ ପେନ୍ କିଲର ଏବଂ ଅନ୍ୟ ଔଷଧ ଲୋକମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥାଏ। ଏହା ଦ୍ବାରା ଅନେକ ଲୋକମାନଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ। ଶରୀରରେ ଓପିୟାଇଡର ଟଲରେସ୍ ବଢିଯିବା କାରଣରୁ ଏହାର ପ୍ରଭାବ ପାଇଁ ଲୋକମାନେ ଡୋଜ୍ ବଢାଇଥାନ୍ତି। ଏହାକୁ ଅତ୍ୟଧିକ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଏହା ସହ ପଢନ୍ତୁ: ‘‘ଶରୀରରେ କୋଲେଷ୍ଟ୍ରଲର ସ୍ତର କମ କରିଥାଏ ଏହି ୫ଟି ଫଳ’’

ସେହିପରି ନିଦ ବଟିକା ସେବନ କରିବା ଦ୍ବାରା ନିଦ ତ ହୋଇଥାଏ କିନ୍ତୁ ଏହାର ଅଭ୍ୟାସ ପଡ଼ିଯାଇଥାଏ ଏବଂ ଲୋକମାନେ ଏହାକୁ ନଖାଇବା ଦ୍ବାରା ଶୋଇପାରନ୍ତି ନାହିଁ। ସେହିଭଳି ଆପଣଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ଏହି କାରଣରୁ ଅନେକ ଲୋକମାନେ ଗଞ୍ଜେଇର ସାହାଯ୍ୟ ନେଉଛନ୍ତି।

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

42 mins ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

1 hour ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

1 hour ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

4 hours ago