ଲାଇଫ୍ ଷ୍ଟାଇଲ୍

ଗ୍ୟାସ୍‌ ପାଇଁ ଆପଣଙ୍କ ପେଟ ଫୁଲିଯାଉଛି କି ? ତେବେ ଆରାମ ପାଇଁ ତୁରନ୍ତ ଆପଣାନ୍ତୁ ଏହି ଉପାୟ

ପେଟରେ ଗ୍ୟାସ୍‌ ହେବା ଏକ ସାଧାରଣ କଥା। କିନ୍ତୁ ଏହି କାରଣରୁ ଶୋଇବାରେ ଯେଉଁ ଅସୁବିଧା ହୋଇଥାଏ ତାହା ବହୁତ ଯନ୍ତ୍ରଣାଦାୟକ। ଗ୍ୟାସ ଭୟଙ୍କର ଭାବରେ ମୁଣ୍ଡକୁ ଚଢ଼ିଗଲେ ବାନ୍ତି ମଧ୍ୟ ହୋଇଥାଏ। ଯଦି ଆପଣଙ୍କର ଗ୍ୟାସ ହେଉଛି ତାହେଲେ ଦେଶୀ ଔଷଧ ବଦଳରେ କିଛି ଘରୋଇ ଉପାୟ ଜରିଆରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଗ୍ୟାସ୍‌ ହେବା ଦ୍ୱାରା ପେଟ ଫୁଲିଯାଇଥାଏ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କୁ ଅଧିକ ଗ୍ୟାସ ହେଉଛି, ତାହେଲେ ଏହାକୁ ଆଦୈା ବି ହାଲକାରେ ନିଅନ୍ତୁ ନାହିଁ। କାହିଁକି ନା ଏହି କାରଣରୁ ଆପଣଙ୍କୁ ବହୁତ ମାରାତ୍ମକ ପେଟ ରୋଗର ସାମ୍ନା କରିବାକୁ ପଡ଼ିପାରେ। ପେଟ ଫୁଲିବା ଏବଂ ଗ୍ୟାସ ହେବା ସମସ୍ୟାରେ ଆପଣ ଘରୋଇ ଉପଚାର ଦ୍ୱାରା ଚିକିତ୍ସା କରିପାରିବେ। ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ। ତାହେଲେ ଆସନ୍ତୁ ଜାଣିବା କ’ଣ ଏହି ଉପାୟ।

ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଥାଏ, ତାହେଲେ ଆପଣଙ୍କୁ ପ୍ରତିଦିନ ଖାଲି ପେଟରେ ଏକ ଚାମଚ ବେକିଙ୍ଗ୍ ସୋଡାରେ ଲେମ୍ବୁ ରସ ମିଶାଇ ପିଇବା ଉଚିତ। ଏହାକୁ ପିଇବାର ତୁରନ୍ତ ପରେ ଗ୍ୟାସ ସମସ୍ୟା ଠାରୁ ଆରାମ ମିଳିପାରିବ।

ହେଙ୍ଗୁ ଖାଦ୍ୟର ସ୍ୱାଦକୁ ବଢ଼ାଇବା ସହିତ ଗ୍ୟାସ ସମସ୍ୟାକୁ ବହୁତ ମାତ୍ରାରେ ଦୂର କରିଥାଏ। ଆପଣ ଏକ ଗ୍ଲାସ ଗରମ ପାଣିରେ ହେଙ୍ଗୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଗ୍ୟାସ୍‌ ସମସ୍ୟା ଦୂର ହୋଇଯିବ। ଏହିଭଳି ଦିନରେ ପ୍ରାୟ ଦୁଇ ରୁ ତିନି ଥର ହେଙ୍ଗୁ ପିଅନ୍ତୁ।

ଗୋଲମରୀଚ ମଧ୍ୟ ଗ୍ୟାସ୍‌ ସମସ୍ୟାକୁ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ। ଗୋଲମରିଚ ଖାଇବା ଦ୍ୱାରା ନା କେବଳ ଗ୍ୟାସ ସମସ୍ୟା ଠାରୁ ଆରାମ ମିଳିଥାଏ ବରଂ ଏହାଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଠିକଠାକ୍ ହୋଇଥାଏ। ପେଟରେ ଗ୍ୟାସ୍‌ ହେବା ଦ୍ୱାରା ଆପଣ କ୍ଷୀରରେ ଗୋଲମରିଚ ମିଶାଇ ପିଇପାରିବେ।

ଡାଲଚିନି ଖାଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦୂର ହୋଇଥାଏ। ଆପଣ ଗ୍ୟାସ ସମସ୍ୟାରେ ଡାଲଚିନିକୁ ପାଣିରେ ଫୁଟାଇ ପିଅନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ ଡାଲଚିନି ପାଣି ସେବନ କରନ୍ତୁ। ଯଦି ଆପଣଙ୍କୁ ଏହାର ସ୍ୱାଦ ଭଲ ନଲାଗୁଥାଏ ତାହେଲେ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପିଇପାରିବେ।

ରସୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗ୍ୟାସ ସମସ୍ୟାରେ ରସୁଣ ଖାଇବା ବହୁତ ଲାଭଦାୟକ ହୋଇଥାଏ। ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସ୍‌ ହୋଇଯାଏ ସେତେବେଳେ ଆପଣ ରସୁଣକୁ ଜିରା ସହିତ ଫୁଟାଇ ପିଅନ୍ତୁ। ଏହାକୁ ଦିନରେ ଦୁଇ ଥର ପିଅନ୍ତୁ, ଦେଖିବେ ଆପଣଙ୍କ ଗ୍ୟାସ୍‌ ସମସ୍ୟା ଦୂର ହୋଇଯିବ।

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

25 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

31 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago