ରାଜ୍ୟ

ଅଭାବ ଯୋଗୁ ଅଜଣା ପାଲଟିଛି ରୋଗ: ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଉଥିବା ଦଣ୍ଡାସି ଏବେ ଶଯ୍ୟାଶାୟୀ

ଭଞ୍ଜନଗର: ବୟସ ଠୁ , ବଳିଗଲାଣି ଯନ୍ତ୍ରଣା । ଅଭାବ ଯୋଗୁଁ, ଅଜଣା ପାଲଟି ଯାଇଛି ରୋଗ । ଯା‌ହା କିଛି ସମ୍ବଳ ଥିଲା , ସବୁ ଡାକ୍ତରଖାନା ଖର୍ଚ୍ଚରେ ସରିଲା । ତଥାପି କିଛି ସୁଫଳ ମିଳିଲାନି । ବରଂ ଦିନକୁ ଦିନ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ରୋଜଗାର କରିବାକୁ , ଏବେ ଆଉ ଦେହରେ ବଳ ନାହିଁ । ଏକମାତ୍ର ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ , ଅନ୍ୟପାଖରେ ନେହୁରା ହୋଇ ସହାୟତା ମାଗୁଛନ୍ତି ପରିବାର ଲୋକେ। ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ନୂଆଁଲେମ୍ଭେଇ ଗ୍ରାମର ଦଣ୍ଡାସି ପ୍ରଧାନଙ୍କ ପରିବାର କଥା ।

ସତରେ ଏହି ପରିବାରର ଦୁଃଖ କହିଲେ ନସରେ । ଲୁହ ଭର୍ତ୍ତି ଆଖିରୁ ଆରମ୍ଭ ହୁଏ, ପରିବାର ଲୋକଙ୍କ ସକାଳ । ଗଲା ବର୍ଷେ ହେଲା, ଶେଯରେ ଶୋଇରହିଛି ଭେଣ୍ଡିଆ ପୁଅ । କଡ ଲେଉଟାଇଲା ମାତ୍ରକେ , ଅସହ୍ୟ ଯନ୍ତ୍ରଣା । ଋତୁ ପୂର୍ବର ପତ୍ର-ଝଡା ଗଛ ଭଳି , ମାଡିବସିଲାଣି ଅକାଳ ବାର୍ଦ୍ଧକ୍ୟ । ମୂଲ-ଖଟି ରୋଜଗାର କଲେ, ପାଞ୍ଚ ପ୍ରାଣୀଙ୍କ ପେଟକୁ ଦାନା ଯାଉଥିଲା । ହେଲେ, ଏବେ ଆଉ ତାହା ସମ୍ଭବ ହୋଇପାରୁନି । ପରିବାର କହିଲେ ଅତିକ୍ରାନ୍ତ ବୟସର ଭିନ୍ନକ୍ଷମ ବାପା, ଭଲଭାବରେ ଦେଖିପାରୁନଥିବା ବୁଢ଼ୀ ମା’ , ଦୁଇ କଅଁଳା ଛୁଆ ଓ ସ୍ତ୍ରୀ।

ଖଟିବା, ଆଉ ଖଣ୍ଡେ ଖାଇବା । ଏହା ଥିଲା ଦଣ୍ଡାସି ପ୍ରଧାନଙ୍କ ନିଅଣ୍ଟିଆ ସଂସାରର ନିତିଦିନିଆ ଘଟଣା ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହଠାତ୍ ଦିନେ ଅଚଳ ହୋଇପଡିଲେ,ସେ । ଧିରେଧିରେ ଶଯ୍ୟାଶାୟୀ ହେବାକୁ ଲାଗିଲେ । ଅର୍ଥାଭାବରୁ ରୋଗର ପରୀକ୍ଷା କିମ୍ବା ଚିକିତ୍ସା କରିବା ସମ୍ଭବ ହୋଇପାରିଲାନି । ବିନା ଚିକିତ୍ସାରେ , ବିଛଣା ରେ ପଡି-ପଡି ଦିନ ବିତାଇବାକୁ ପଡୁଛି ଦଣ୍ଡାସି ପ୍ରଧାନଙ୍କୁ । ବେଳେ ବେଳେ କିଛି ଟଙ୍କା ଯୋଗାଡ କରିବା ପାଇଁ, ଅନ୍ୟର ମୂଲକାମ କରିବାକୁ ପଡୁଛି , ସ୍ତ୍ରୀ ରଶ୍ମିତାଙ୍କୁ । ତଥାପି ଦୁଃଖ ଓ ରୋଗ ର ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।

କେବଳ ବାପା-ମା ଙ୍କୁ ମିଳୁଥିବା ଭତ୍ତା ଟଙ୍କା ରେ ହିଁ ପରିବାର ଚଳୁଛି । ରହୁଥିବା ଘର ଖଣ୍ଡିକ ବ୍ୟତୀତ ଆଉ କିଛି ସମ୍ବଳ ନାହିଁ । ଡାକ୍ତର କହୁଛନ୍ତି, ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର । କେବଳ ସରକାରୀ ସହାୟତା ଏକମାତ୍ର ଭରଷା ବୋଲି , ନେହୁରା ହୋଇ ଗୁହାରି ଜଣାଉଛିନ୍ତି ପରିବାର ଲୋକ ।ବୁଢ଼ା ବାପା-ମା ଙ୍କ ଅସରନ୍ତି ଆଶା , ପିଲାଙ୍କ ଲମ୍ବା ଭବିଷ୍ୟତ ଓ ସ୍ତ୍ରୀ ଙ୍କ ସୀମାହୀନ-ସ୍ବପ୍ନ , ସବୁକିଛି ଅଧାରେ ଅଟକାଇ ଦେଇଛି , ଦଣ୍ଡାସି ପ୍ରଧାନଙ୍କ ଏଭଳି ପରିସ୍ଥିତି । ଯଦି ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରନ୍ତା , ତା’ହେଲେ ଏହି ପରିବାରର ଭବିଷ୍ୟତ ହସି ଉଠନ୍ତା , ଏଥିରେ ସନ୍ଦେହ ନାହିଁ ।

 

 

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

27 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

33 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago