ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା

ସବୁ ଦମ୍ପତିଙ୍କୁ ଶାରୀରିକ ସମ୍ପର୍କ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାନସିକ ଭାବେ ଆପଣ ନିଜ ସାଥୀକୁ ଯେତେ ଚିହ୍ନିଥିଲେ ମଧ୍ୟ ସମ୍ପର୍କ ସ୍ଥାପନ ବେଳେ ତାଙ୍କଠାରୁ ଆଉ କିଛି ଅଧିକ ଆଶା କରିଥାନ୍ତି। ବେଳେବେଳେ ଆପଣ ଚାହୁଁଥିବା କିଛି ଜିନିିଷ ତାଙ୍କୁ ପସନ୍ଦ ନ ଥାଏ ଓ ତାଙ୍କ ପସନ୍ଦ ଆପଣଙ୍କୁ ଭଲ ଲାଗିନଥାଏ। ପ୍ରାୟ ସବୁ ଦମ୍ପତିଙ୍କ କ୍ଷେତ୍ରରେ ଏଭଳି ଅସୁବିଧା ଦେଖାଦିଏ। ଆଜି ଆମେ ଆପଣଙ୍କୁ ସେକ୍ସ ସମ୍ବନ୍ଧୀୟ ସେହିଭଳି କେତେକ ସାଧାରଣ ସମସ୍ୟା ବିଷୟରେ କହିବାକୁ ଯାଉଛୁ, ଯାହାର ସାମ୍ନା ସବୁ ଦମ୍ପତି କେବେ ନା କେବେ କରିଥାନ୍ତି।

ଏହାସହ ପଢ଼ନ୍ତୁ: ବର୍ଷାଦିନେ ବାଇକ୍‌ ଚଲାଉଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ହେବନି ଦୁର୍ଘଟଣା

୧.ପର୍ଣ୍ଣ ମୁଭି ସହ ତୁଳନା କରିବା:

ଯେଉଁ ଦମ୍ପତି ପର୍ଣ୍ଣ ମୁଭି ଦେଖନ୍ତି, ତାଙ୍କ ମନରେ ମଧ୍ୟ ସେହିଭଳି କିଛି କରିବାକୁ ଭାବନା ଆସିଥାଏ। ଏଭଳି କ୍ଷେତ୍ରରେ ପୁରୁଷ ହୁଅନ୍ତୁ ବା ମହିଳା ଠିକ୍‌ ଭାବେ ସାଥୀକୁ ଖୁସି କରିନପାରିଲେ ସମ୍ପର୍କରେ ତିକ୍ତତା ଦେଖାଦିଏ।

୨.ପୁରୁଷ ହିଁ ସବୁ କରିବେ ଚିନ୍ତା କରିବା:

ସମ୍ପର୍କ ସ୍ଥାପନର କିଛିଦିନ ପରେ କେତେକ ମହିଳାଙ୍କୁ ଲାଗେ ଯେ ସମ୍ବନ୍ଧ ବେଳେ ସବୁ କାମ ପୁରୁଷ ହିଁ କରିବା ଜରୁରୀ, ସେ କିଛି କରିବା ଆବଶ୍ୟକତା ନାହିଁ। ଏଭଳି ଚିନ୍ତାଧାରା ଯୋଗୁ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା କମିଥାଏ।

୩.ସାଥୀଙ୍କ ସନ୍ତୁଷ୍ଟିକୁ ନେଇ ଡର:

ସମ୍ବନ୍ଧ ଆରମ୍ଭ ହେବାର କିଛି ଦିନ ପରେ ଉଭୟଙ୍କ ମନରେ ଏହି ପ୍ରଶ୍ନ ନିହାତି ଆସିଥାଏ ଯେ ସେ ନିଜ ସାଥୀଙ୍କୁ ଖୁସି କରିପାରୁଛନ୍ତି କି ନାହିଁ। ଏହା ମଧ୍ୟ ଶାରୀରିକ ସମ୍ପର୍କ ସ୍ଥାପନ ବେଳେ ବାଧା ସୃଷ୍ଟି କରିଥାଏ।

୪.ସମ୍ବନ୍ଧ ପରେ ପୀଡ଼ାର ଭୟ:

କିଛି ମହିଳାଙ୍କ ମନରେ ଭୟ ଥାଏ ଯେ ଶାରୀରିକ ସମ୍ପର୍କ ସ୍ଥାପନ ପରେ ଶରୀରକୁ କଷ୍ଟ ହୋଇଥାଏ। ତେବେ କେବଳ ମହିଳା ନୁହେଁ ଏହା ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ। ଡାକ୍ତରଙ୍କ ମତରେ ହରମୋନାଲ ଡିସ୍‌ଅର୍ଡର ଯୋଗୁ ଏହି ସମସ୍ୟା ଦେଖାଦେଇଥାଏ।

WCW 11

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

11 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

23 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago