ଆମେରିକାର ଦୁଇ ପାଇଲଟ୍ ବିମାନ ଶୌଚାଳୟରେ ଲଗାଇଥିଲେ ହିଡେନ୍ କ୍ୟାମେରା, ପୁଣି ଚାଳକ ପ୍ରକୋଷ୍ଠରେ ଭିଡିଓକୁ କରୁଥିଲେ ଲାଇଭ୍ ଷ୍ଟ୍ରିମିଙ୍ଗ୍

ଆମେରିକାର ସାଉଥ୍‌ୱେଷ୍ଟ ଏୟାରଲାଇନ୍ସ ବିରୋଧରେ ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଏୟାରଲାଇନ୍ସର ଦୁଇଜଣ ପାଇଲଟ ଏକ ବିମାନ ଶୌଚାଳୟରେ ହିଡେନ୍ କ୍ୟାମେରା ଲଗାଇଥିଲେ। ଆଉ ଉଡ଼ାଣ ସମୟରେ କକ୍‌ପିଟ ଓ୍ଵିଣ୍ଡସିଲ୍ଡରେ ଲଗାଯାଇଥିବା ଆଇପଡ୍‌ରେ ଭିଡିଓଗୁଡ଼ିକୁ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ।

୨୦୧୭ରେ ଏରିଜୋନା ରାଜ୍ୟର ଅଦାଲତରେ ଏହି ମକଦ୍ଦମା ଦାଏର ହୋଇଥିଲା। ପରେ ସଂଘୀୟ ଅଦାଲତକୁ ଏହା ହସ୍ତାନ୍ତର କରାଯାଇଥିଲା। ଅଭିଯୋଗ ରହିଛି, ଏହି ଦୁଇ ପାଇଲଟ୍ ପିଟ୍‌ସବର୍ଗରୁ ଫିନିକ୍ସ ଯାତ୍ରା କରୁଥିବା ବିମାନ ଯାତ୍ରୀ ଏବଂ ବିମାନରେ ଉପସ୍ଥିତ କ୍ରୁ ମେମ୍ବରମାନଙ୍କ ଭିଡିଓ ରେକର୍ଡ କରୁଥିଲେ। ତେବେ ସାଉଥ୍‌ୱେଷ୍ଟ ଏୟାରଲାଇନ୍ସ ଏହି ଘଟଣାକୁ ଖଣ୍ଡନ କରିଛି। ବିମାନର ପ୍ରୟୋଗଶାଳାରେ କ୍ୟାମେରା ଲଗାଯାଇଥିବା କଥାକୁ ଅସ୍ୱୀକାର କରିବା ସହ ଏହାକୁ ହସ୍ୟାସ୍ପଦ ବୋଲି କହିଛି।

ଏହାସହ ପଢ଼ନ୍ତୁ: ସୋଫାରେ ବସିଥିବା ବେଳେ କାମୁଡୁଥିଲା ଏମିତି କିଛି, ଗଦି ଉଠାଇ ଦେଖିଲେ ତ ମିଳିଲା ୩୦ ଲକ୍ଷ!

ମହିଳା ଫ୍ଲାଇଟ୍ ଆଟେଣ୍ଡାଣ୍ଟ ରେନି ଷ୍ଟିନ୍‌କର ଅଭିଯୋଗ ଆଣିଥିଲେ ଯେ ଯେତେବେଳେ ସେ ପ୍ଲାଇଟ୍ ନଂ. ୧୦୮୮ରେ ପାଖାପାଖି ସାଢ଼େ ୯ଟା ବେଳେ କକ୍‌ପିଟରେ ପ୍ରବେଶ କରିଥିଲେ, ସେହି ସମୟରେ ପ୍ଲେନ୍‌ର ଫରବର୍ଡ ଲୋବୋରେଟୋରିରେ ଏକ ଆଇପଡ୍ ଦ୍ୱାରା ଷ୍ଟ୍ରିମିଙ୍ଗ୍ ଭିଡିଓ ଦେଖିବାକୁ ପାଇଥିଲେ। କ୍ୟାପଟେନ୍ ଟେରି ଗ୍ରାହମ୍ ତାଙ୍କୁ କକ୍‌ପିଟ ଭିତରକୁ ଆସିବାକୁ କହିଥିଲେ। ଯେପରି ସେ ସେଠାକାର ଶୌଚାଳୟକୁ ବ୍ୟବହାର କରିପାରିବେ।

ଅଭିଯୋଗରେ କୁହାଯାଇଛି, ଯାତ୍ରୀଙ୍କ ମଧ୍ୟରେ ଅନେକ ଛୋଟ ପିଲା ଥିଲେ, ଯେଉଁମାନେ ଫରବର୍ଡ ଲୋବୋରେଟୋରି ବ୍ୟବହାର କରୁଥିଲେ। ରେନି ଏବଂ ତାଙ୍କ ସ୍ୱାମୀ ଡେଭିଡ୍ ଷ୍ଟିନେକର ଦକ୍ଷିଣ-ପଶ୍ଚିମ ଫ୍ଲାଇଟ୍ ଅଟେଣ୍ଡାଣ୍ଟ ଥିଲେ। ସେମାନେ କୋର୍ଟରେ ଏ ନେଇ ମାମଲା ଦାଏର କରିଥିଲେ।

ତେବେ ଘଟଣା ପରେ ଏହି ମହିଳା ଯାତ୍ରୀ ଜଣକ କିଛିଦିନ ଯାଏ ନିଜ କାମ ଠିକ୍ ଭାବେ କରିପାରି ନ ଥିଲେ। ସେ ମାନସିକ ଭାବେ ବିଚଳିତ ଥିଲେ। ତାଙ୍କ ମନକୁ ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ଏୟାରଲାଇନ୍ସ ଘଟଣାକୁ ନେଇ କହିଥିଲା, ‘ଅଭିଯୋଗ ଆସିବା ପରେ ଆମେ ଯାଞ୍ଚ କରିଥିଲୁ। କିନ୍ତୁ କୌଣସି କ୍ୟାମେରା ଲୁଚାଯାଇ ନ ଥିଲା। କର୍ମଚାରୀ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ଆମେ ଲାବୋରେଟୋରିରେ କୌଣସି କ୍ୟାମେରା ଲଗାଇ ନ ଥାଉ’।

Roshni

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

3 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

17 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

30 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

31 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago