ଲାଇଫ୍ ଷ୍ଟାଇଲ୍

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଧନିଆ ପାଣିର ଉପକାରିତା, ଜାଣନ୍ତୁ କେବେ ଏବଂ କିପରି ପିଇବେ

ଆଜିକାଲି ଦେଶରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । କେବଳ ବୃଦ୍ଧମାନେ ସୁଗାର ସମସ୍ୟାରେ ପୀଡିତ ହେଉ ନାହାଁନ୍ତି ବରଂ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ଡାଇବେଟିସ୍‌ ବଢିବାର କାରଣ ହେଉଛି ପ୍ରତିଦିନର ଖରାପ ଲାଇଫ୍‌ଷ୍ଟାଇଲ୍‌, ଖାଇବା ଅଭ୍ୟାସ, ଷ୍ଟ୍ରେସ୍‌ କିମ୍ବା ଜେନେଟିକ ବୋଲି କୁହାଯାଏ । ବାସ୍ତବରେ ଏହି ରୋଗରେ ଇନସୁଲିନ୍ କମିବା ଆରମ୍ଭ କରେ ଏବଂ ଏହି କାରଣରୁ ଶରୀରରେ ସୁଗାର ଲେବଲ୍‌ ବଢିବାକୁ ଲାଗିଥାଏ । ତେବେ ଏହି ରୋଗକୁ କେବଳ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ପୂରା ଭଲ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ଏହା ଜରୁରୀ ଯେ ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ ଯାହା ସହଜରେ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିପାରିବ । ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ଔଷଧ ସହିତ କିଛି ଘରୋଇ ଉପଚାର ମଧ୍ୟ ବ୍ୟବହାର କରିପାରିବେ । ତେବେ ସୁଗାର ନିୟନ୍ତ୍ରଣରେ ଧନିଆ ପତ୍ରର ପାଣି ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ପାଣିକୁ କିପରି ବ୍ୟବହାର କରିବା ।

ଧନିଆର ଉପକାରୀ :
ଆଣ୍ଟିଡେଟକ୍ସ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ବ୍ୟତୀତ କ୍ୟାଲସିୟମ୍, କାରୋଟିନ୍, ଆଇରନ୍, ପୋଟାସିୟମ୍, ଥିଏମାଇନ୍ ଏବଂ ଭିଟାମିନ୍ C ଧନିଆରେ ପ୍ରଚୁର ପରିମାଣରେ ମିଳିଥାଏ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଧନିଆ, କେବଳ ଡାଇବେଟିସ୍‌କୁ କମ୍‌ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଥାଇରଏଡ୍, ରକ୍ତହୀନତା, କୁଣ୍ଡିଆ ଏବଂ ଖରାପ କୋଲେଷ୍ଟ୍ରୋଲ୍ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ ।

ସେଥିପାଇଁ ସକାଳେ ଖାଲି ପେଟରେ ସବୁଜ ଧନିଆ ପାଣି ପିଇବା ଦ୍ୱାରା ଆପଣଙ୍କ ବ୍ଲଡ୍‌ ସୁଗାର ନିୟନ୍ତ୍ରଣ ରହିଥାଏ । ବାସ୍ତବରେ ଡାଇବେଟିସ୍‌ ରୋଗୀଙ୍କୁ ଖାଦ୍ୟରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି । ଧନିଆରେ ଗ୍ଲାଇସେମିକ୍ ମାତ୍ର ୩୩ ରହିଥାଏ ଯାହାକି ବହୁତ କମ୍ ହୋଇଥାଏ । ଏପରି ପରିସ୍ଥିତିରେ ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ସବୁଜ ଧନିଆ ଶରୀରରେ ସୁଗାର ଲେବଲ୍‌କୁ କମ୍‌ କରିଥାଏ ଏବଂ ଇନସୁଲିନ୍ ପରିମାଣ ବଢାଇଥାଏ । ଏଥିସହ ଯଦି ଆପଣଙ୍କ ଶରୀରରେ ବ୍ଲଡ୍‌ ସୁଗାର କମ୍ ରହିଥିବ, ତେବେ ଆପଣ ଧନିଆ ପାଣି ପିଇବା ଉଚିତ୍ ନୁହେଁ । କାରଣ ଏହା ବ୍ଲଡ୍‌ ସୁଗାରକୁ ଆହୁରି କମ୍‌ କରିପାରେ । ଯାହାଫଳରେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଜାଣନ୍ତୁ ସବୁଜ ଧନିଆ ପାଣି କିପରି ତିଆରି କରିବେ ?
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସବୁଜ ଧନିଆ ପତ୍ର ଧୋଇ ଦିଅନ୍ତୁ, ପରିଷ୍କାର ପତ୍ରକୁ ଅଲଗା କରନ୍ତୁ ଏବଂ ଦୁଇ ଚାମଚ ପାଣି ଦେଇ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ପକାଇ ଫୁଟାନ୍ତୁ । ଫୁଟିବା ପରେ ଏହି ପାଣିକୁ ଏକ ଗ୍ଲାସରେ ଢାଳନ୍ତୁ ଏବଂ ବର୍ତ୍ତମାନ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ କରିବ ଏବଂ ଆପଣଙ୍କ ସୁଗାର ଲେବଲ ମଧ୍ୟ କମ୍‌ କରିବ ।

D Sonali

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

12 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

13 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

56 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

60 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago