ଲାଇଫ୍ ଷ୍ଟାଇଲ୍

ଆଜି ଡିନରରେ ବନାନ୍ତୁ କ୍ରିମି ଛତୁ, ଆମିଷକୁ ବି ଭୁଲିଯିବେ

ଏବେ ଚାଲିଛି କାର୍ତ୍ତିକ ମାସ। କାର୍ତ୍ତିକ ମାସ ଥିବାରୁ ରବିବାରରେ ମଧ୍ୟ ଆପଣ ଆମିଷ ଖାଇପାରୁନଥିବେ। କିନ୍ତୁ ମନ ଦୁଃଖ କରିବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ଛତୁର ଏକ ଏଭଳି ଟେଷ୍ଟି ଓ ସହଜ ଆଇଟମ୍‌ ଶିଖାଇବୁ, ଯାହାକୁ ଖାଇବା ପରେ ଆପଣ ଆମିଷକୁ ବି ଭୁଲିଯିବେ। ଆଜି ଆପଣ ଡିନରରେ କ୍ରିମି‌ ଛତୁ ତିଆରି କରି ପରିବାର ଲୋକଙ୍କୁ ଖୁଆନ୍ତୁ। ଆସନ୍ତୁ ଜାଣିବା କ୍ରିମି ଛତୁର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

ଛତୁ, କଟା ଟମାଟୋ,କଟା ଧନିଆପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ, ବଟର, ଗୋଲମରିଚ ଗୁଣ୍ଡ, କ୍ରିମ୍, ତେଲ, ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଛତୁକୁ ହଳଦୀ ପାଣିରେ ପକାଇ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଏହି ଛତୁରେ ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, ଚିଲି ସସ, ଟମାଟୋ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାନ୍ତୁ, କଡେଇ ଗରମ ହେବ ପରେ ବଟର ପକାନ୍ତୁ। ବଟର ପକାଇବା ପରେ ଗୋଳାଇ ରଖିଥିବା ଛତୁକୁ ପକାଇ ଭଲ ଭାବେ ଭାଜନ୍ତୁ। କିଛି ସମୟ ଭାଜିବା ପରେ ସାମାନ୍ୟ ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ୨ ମିନିଟ ଫୁଟାନ୍ତୁ। ୨ ମିନିଟ ପରେ ୧ ଚାମଚ କ୍ରିମ୍ ପକାଇ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କ୍ରିମ୍ ଛତୁ। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।

WCW 11

Recent Posts

ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…

13 mins ago

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…

14 mins ago

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…

23 mins ago

ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…

46 mins ago

ଘର ଭିତରେ କନିଷ୍ଠ କିରାଣିଙ୍କ ମୃତଦେହ..

ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…

1 hour ago

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

1 hour ago