ରାଜ୍ୟ

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ ଏବେ ଚର୍ଚ୍ଚରେ ଚୋରି କରିଥିବା ଘଟଣା ବି ସାମ୍ନାକୁ ଆସିଛି । ଚୋରମାନେ ଖାଲି ଚୋରି କରିଛନ୍ତି ତାହା ନୁହେଁ ଚର୍ଚ୍ଚରୁ ଫାଦରଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି । ଚୋରଙ୍କ ଏଭଳି କାଣ୍ଡରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ଚୋରି କରୁଥିବା କଥା ତ ବୁଝା ପଡ଼ୁଛି କିନ୍ତୁ ଫାଦରଙ୍କୁ ଏମିତି ମାଡ଼ ମାରିବା ପଛରେ କାରଣ କଣ ? ଏଭଳି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଝରା ବାହାଲ କ୍ୟାଥୋଲିକ ଚର୍ଚ୍ଚରେ ବିଳମ୍ବିତ ରାତିରେ ଡକାୟତି ହେବା ସହ ଦୁଇ ପାଦ୍ରୀଙ୍କୁ ଚୋରମାନେ କରିଛନ୍ତି ଅତର୍କିତ ଆକ୍ରମଣ । ଦୁଇ ପାଦ୍ରୀ ଗୁରୁତର ଭାବରେ ଆହତ ହୋଇ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
୧୪ ତାରିଖ ଦିନ ବିଳମ୍ବିତ ରାତି ପାଖାପାଖି ଅଢେଇଟା ସମୟରେ ୧୨ ରୁ ୧୫ ଜଣ ଦୃର୍ବୁତ୍ତ ମୁଖା ପିନ୍ଧି ଚର୍ଚ୍ଚ ପରିସରକୁ ପଶିଥିଲେ । ଆଉ ଯେଉଁ ଘରେ ଦୁଇ ପାଦ୍ରୀ ଶୋଇଥିଲେ ସେଠାରେ ଚୋରମାନେ ପ୍ରବେଶ କରି ଦୁଇ ପାଦ୍ରୀଙ୍କୁ ମାଡ ମାରିବା ସହ ଆସବାବ ଜିନିଷ ସବୁ ଫୋପାଡି ଦେଇଥିଲେ । ପରେ ଆଲମୀରା ଭାଙ୍ଗିବା ସହ ଲୁଟ କରିନେଇଛନ୍ତି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ।
ଖବର ପାଇ ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ଅନ୍ୟପଟେ ଏହି କାଣ୍ଡ ଘଟାଇଥିବା ପଛରେ କେବଳ ଡକାୟତି ନା ଆଉ କିଛି ତାହା ପୋଲିସର ତଦନ୍ତ ପରେ ଜଣା ପଡ଼ିବ ।

ଚର୍ଚ୍ଚକୁ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ଏଭଳି ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ଚୋରମାନେ ଚୋରି କରିବା ସହ ପାଦ୍ରୀଙ୍କୁ ମାଡ଼ ମାରିବା ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏଭଳି ଚୋରି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଆସୁଛି । ଚୋରମାନେ ନା ପୋଲିସକୁ ଭୟ କରୁଛନ୍ତି ନା ଆଇନକୁ । ଦିନ ହେଲେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁଛନ୍ତି । ଆଉ ବିଳମ୍ବିତ ରାତି ହେଲେ ଆସି କଳାକନା ବୁଲାଉଛନ୍ତି । ଏଭଳି ଚୋରଙ୍କ ଠାରୁ ବଞ୍ଚିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ରୁହନ୍ତୁ । ଘର କବାଟ ଭଲ ଭାବେ ବନ୍ଦ କରି ଶୁଅନ୍ତୁ । ଯଦି ପାରୁଛନ୍ତି ସିସିଟିଭି ଲଗାନ୍ତୁ । ଏହା ଦ୍ୱାରା ପୋଲିସ ଚୋରକୁ ଚିହ୍ନିବାରେ ସାହାଯ୍ୟ ମିଳିବ ।

 

 

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

15 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago