ଡାଇବେଟିସ୍ ରୋଗୀଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାହିଁକିନା ଟିକିଏ ଅସାବଧାନତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କ ସୁଗାର ଲେଭଲ ନିୟନ୍ତ୍ରଣରୁ ବାହାରିଯାଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ମଧୁମେହ ରୋଗୀ ସେମାନଙ୍କ ଖାଦ୍ୟରେ ସେହିସବୁ ଖାଦ୍ୟ ସାମିଲ କରିବା ଉଚିତ୍, ଯାହାଦ୍ୱାରା ରକ୍ତ ଶର୍କରା ସ୍ତର ବା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିବ ।
ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତରେ ପ୍ରାୟ ୭ କୋଟି ଲୋକ ମଧୁମେହ ବା ଡାଇବେଟିସ ରୋଗରେ ପୀଡିତ । ଏମିତିରେ ମଧୁମେହ ରୋଗୀଙ୍କୁ ଏପରି ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ, ଯାହାର ଗ୍ଲାସେମିକ୍ ଇଣ୍ଡେଭାଲ୍ବୁ ଅଧିକ ଅଛି । ଏମିତିରେ ଗହମ ଅଟାରେ କାର୍ବସ୍ ଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାଦ୍ବାରା ରକ୍ତ ଶର୍କରା ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ତେଣୁ ଯେତେ ସମ୍ଭବ ଏହି ଅଟାର ରୁଟି କମ୍ ଖାଆନ୍ତୁ ।
ମଧୁମେହ ରୋଗୀ ଚଣା ଅଟାରେ ପ୍ରସ୍ତୁତ ରୁଟି ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଚଣା ଅଟାରେ ଦ୍ରବୀଭୂତ ଫାଇବର ରହିଥାଏ, ଯାହା ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ରକ୍ତରେ ଗ୍ଲୁକୋଜର ଅବଶୋଷଣ ପ୍ରକ୍ରିୟାକୁ ମଧ୍ୟ ଧୀମା କରିଥାଏ । ଯାହା ଫଳରେ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।
ନୋଟ୍ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଆଧାରିତ। ଏହାକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…