ଲାଇଫ୍ ଷ୍ଟାଇଲ୍

ଡାଇବେଟିସ୍‌ ରୋଗୀ ସେବନ କରନ୍ତୁ ଏହି ପରିବାର ସିଝା ପାଣି, ବ୍ଲଡ୍‌ ସୁଗାର ଉପରେ ଯାଦୁ ଭଳି ପକାଇବ ପ୍ରଭାବ

ଡାଇବେଟିସ୍‌ ଏକ ଜଟିଳ ରୋଗ। ଥରେ ଯିଏ ଏହି ରୋଗ ସଂସ୍ପର୍ଶରେ ଆସେ, ସାରା ଜୀବନ ନାନା ଅସୁବିଧାର ସାମ୍ନା କରିଥାଏ। ଦୁନିଆରେ ମେଡିକାଲ ସାଇନ୍ସ ଯେତେ ଉନ୍ନତ ଥିଲେ ବି ଏ ପର୍ଯ୍ୟନ୍ତ ଡାଇବେଟିସ୍‌ର କୌଣସି ଠୋସ୍‌ ଚିକିତ୍ସା ବାହାରି ପାରି ନାହିଁ। ଏପରି ସ୍ଥିଳେ, ଆପଣ କେବଳ ସନ୍ତୁଳିତ ଜୀବନଶୈଳୀ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଆପଣାଇ ଡାଇବେଟିସ୍‌ ରୋଗରୁ ମୁକ୍ତି ପାଇ ପାରିବେ। ଯଦି ଆପଣ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ବି ଦାୟିତ୍ୱହୀନ ରହିବେ, ତା’ ହେଲେ ହାଇ କୋଲେଷ୍ଟ୍ରୋଲ, ହାଇ ବ୍ଲଡ୍‌ ପ୍ରେସର, ହାର୍ଟ ଆଟାକ୍‌ ଏବଂ କିଡ୍‌ନୀ ରୋଗର ବିପଦ ସୃଷ୍ଟି ହେବାର ସମ୍ଭାବନା ବଢ଼ିଯିବ।

ଏକ୍ସପର୍ଟଙ୍କ ମତରେ, ଯଦି ରୋଗୀମାନେ ଏକ ଖାସ୍‌ ପରିବାକୁ ପାଣିରେ ସିଝାଇ ସେହି ପାଣିକୁ ସେବନ କରିବେ, ତା’ ହେଲେ ବ୍ଲଡ୍‌ ସୁଗାର ଲେବଲ କେବଳ କଣ୍ଟ୍ରୋଲରେ ରହିବ ନାହିଁ, ବରଂ ଶରୀରକୁ ଅନେକ ଫାଇଦା ମିଳି ପାରିବ। ଏମିତିରେ ଯଦି ଡାଇବେଟିସ୍‌ ରୋଗୀ ଚାହିଁବେ, ସେମାନଙ୍କ ବ୍ଲଡ୍‌ ସୁଗାର ଲେବଲ୍‌ ନିୟନ୍ତ୍ରଣରେ ରହୁ, ତେବେ ପିଆଜ ରସ ତୁରନ୍ତ ପିଇବା ଆରମ୍ଭ କରି ଦିଅନ୍ତୁ। ଏହାଦ୍ୱାରା ଉଭୟ ଟାଇପ୍‌-୧ ଏବଂ ଟାଇପ୍‌-୨ ରୋଗୀଙ୍କୁ ଆରାମ ମିଳି ପାରିବ।

କହି ରଖୁଛୁ, ପିଆଜର ଗ୍ଲାଇସେମିକ୍‌ ଇଣ୍ଡେକ୍ସ କମ୍‌ ଥାଏ, ଯେଉଁ କାରଣରୁ ଏହାର ଡାଇଜେସନ ସ୍ଲେ ହୋଇଥାଏ ଏବଂ ରକ୍ତ ପ୍ରବାହରେ ସୁଗାର ଧୀରେ ଧୀରେ ରିଲିଜ୍‌ ହୋଇଥାଏ। ପିଆଜ ଅନେକ ତରିକାରେ ଖିଆ ଯାଇଥାଏ। ବିଶେଷ କରି ଏହାକୁ ସାଲାଡ୍‌ ରୂପେ ଖାଇଲେ, ଏହା ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ ହୋଇଥାଏ। ଆପଣ ଚାହିଁଲେ, ପିଆଜକୁ ସିଝାଇ ଏହାର ରସ ବାହାର କରି ପିଇ ପାରିବେ। ଏହି ରସ ଶରୀର ପାଇଁ ଡିଟକ୍ସ ଡ୍ରିଙ୍କ୍‌ସ ରୂପେ କାମ କରିଥାଏ। ଏହି ଘରୋଇ ଉପାୟ ଦ୍ୱାରା ଶରୀରରେ କ୍ୟାଲୋରୀ କମ୍‌ ହେବାକୁ ଲାଗିବ ଏବଂ ଡାଇବେଟିସ୍‌ ରୋଗୀଙ୍କୁ ଫାଇଦା ମିଳି ପାରିବ। ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯିବ…

ଏଥିପାଇଁ ଆପଣ ମିଡିୟମ୍‌ ସାଇଜ୍‌ର ଦୁଇଟି ସିଝା ପିଆଜ ନିଅନ୍ତୁ। ଏହାକୁ ଛୋଟ ଛୋଟ କାଟି ଏକ ମିକ୍ସର ଗ୍ରାଇଣ୍ଡରରେ ପକାନ୍ତୁ ଏବଂ ସେଥିରେ ୧ କପ୍‌ ପାଣି, ଏକ ଚୁଟ୍‌କି କଳାଲୁଣ ଓ ୧ ଚାମଚ ଲେମ୍ବୁ ରସ ମିଶାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ଏହି ପାଣିରୁ ଶରୀରକୁ ଭରପୂର ଫାଇବର ଏବଂ ଜରୁରୀ ନ୍ୟୁଟ୍ରିଏଣ୍ଟ୍‌ସ ମିଳିବ। ଏଥି ସହିତ ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ ମିଳି ପାରିବ। ଡାଇବେଟିସ୍‌ ରୋଗୀ ଏହାକୁ ସେବନ କଲେ ସେମାନଙ୍କୁ ଫାଇଦା ହେବ।

ସେହିପରି ହାଇ ବ୍ଲଡ୍‌ ସୁଗାର ଲେବଲକୁ କମ୍‌ କରିବା ପାଇଁ ଆପଣ ଅଁଳା ମଧ୍ୟ ସେବନ କରି ପାରିବେ। ଅଁଳାରେ ଭିଟାମିନ୍‌ ସି ଅଧିକ ମାତ୍ରାରେ ରହିଛି। ଅଁଳାରୁ ମିଳୁଥିବା କ୍ରୋମିୟନ ନାମକ ତତ୍ତ୍ୱ ଡାଇବେଟିସ୍‌ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ। ପ୍ରତିଦିନ ଗୋଟିଏ କଞ୍ଚା ଅଁଳା ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କୁ ଖୁବ୍‌ ଲାଭ ମିଳିଥାଏ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

56 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago