ଲାଇଫ୍ ଷ୍ଟାଇଲ୍

କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଡାଏଟ୍‌ ଟିପ୍ସ, ସୁସ୍ଥ ରହିବେ

କୋଭିଡ-୧୯ ତୃତୀୟ ଲହରର ପ୍ରଭାବ ଦିନକୁ ଦିନ ବୃଦ୍ଧି ହେଉଛି। ଏବେ ଉଭୟ ଡେଲଟା ଭୂତାଣୁ ଓ ଓମିକ୍ରନ ଭୂତାଣୁର ସଂକ୍ରମଣ ବଢି ଚାଲିଛି। ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ପ୍ରଭାବ କମ୍‌ ରହିଥିଲେ ମଧ୍ୟ ଏହି ଭୂତାଣୁ ଏବେ ଭାରତରେ ବହୁଳ ଭାବେ ସଂକ୍ରମିତ ହେଉଛି। ଏହି ସଂକ୍ରମଣରୁ ରକ୍ଷା ପାଇଁ ଟିକା ନେଇ ନିଜ ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ ରଖିବାକୁ ଏକ୍ସପର୍ଟ ମତ ଦେଉଛନ୍ତି। ଏକ୍ସପର୍ଟଙ୍କ ମତରେ କିଛି ଡାଏଟ୍‌ ଟିପ୍ସ ମାନିଲେ କରୋନା ସଂକ୍ରମଣ ଦୂର ହେବ। ତେବେ ଆସନ୍ତୁ ଜାଣିବା କ’ଣ ଏହି ଡାଏଟ୍‌ ଟିପ୍ସ…

ଦିନକୁ ୪-୫ ଥର ଭୋଜନ କରନ୍ତୁ:

କିଛି ଲୋକ ଦିନକୁ ୨ ଥର ପେଟ ଭର୍ତ୍ତି କରି ଖାଇଥାନ୍ତି। ଏହା ଦ୍ୱାରା ସେମାନଙ୍କର ଓଜନ ବୃଦ୍ଧି ହେବା ସହ ବିଭିନ୍ନ ରୋଗ ହେବାର ସମ୍ଭାବନ ବଢ଼ିଯାଏ। ଏକ୍ସପର୍ଟଙ୍କ ଅନୁସାରେ, ଦିନକୁ ୨ ଥର ପେଟ ଭର୍ତ୍ତି କରି ଖାଇବା ଅପେକ୍ଷା ୪-୫ଥର ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଆବଶ୍ୟକ। ଏହା ଦ୍ୱାରା ଭୋକ କମ୍‌ ଲାଗିବ, ହଜମ୍‌ ଠିକରେ ହେବ ଏବଂ ଅତ୍ୟଧିକ ଓଜନ ବୃଦ୍ଧି ହେବ ନାହିଁ।

ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ:

ଲଞ୍ଚ ଓ ଡିନର ଛାଡି ଅନ୍ୟ ସମୟରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ପ୍ରୋଟିନ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ସମସ୍ତଙ୍କୁ ନିଜ ଓଜନ ଅନୁସାରେ, ପ୍ରତି କିଲୋ ଗ୍ରାମ୍‌ ପିଛା ୦.୮ ଗ୍ରାମ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଯଦି ଆପଣଙ୍କ ଓଜନ ୮୦ କେଜି ତେବେ ୮୦*୦.୮=୬୪ ଗ୍ରାମ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦରକାର। ଡାଲି, ଛତୁ , ଟୋଫୁ, ସୋୟା, ଚିକେନ, ଅଣ୍ଡା, ପନିର ଓ ମାଛରେ ପ୍ରୋଟିନ ରହିଥାଏ।

ପ୍ୟାକେଟ୍‌ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ:

ବର୍ତ୍ତମାନ ସମୟରେ ପ୍ୟାକେଟ୍‌ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ। ଏଥିରେ କେମିକାଲ ଦିଆଯାଇଥାଏ, ଯାହା ଖାଦ୍ୟ ସହ ମିଶି ରୋଗ ସୃଷ୍ଟି କରାଏ। ଏଣୁ ଏହା ବଦଳରେ ଆପଣ ଭିନ୍ନ ଭିନ୍ନ ରଙ୍ଗର ପରିବା ଖାଇପାରିବେ, ଯାହା ଶରୀରକୁ ଅଧିକ ମାତ୍ରାରେ ଫାଇବର ଯୋଗାଇବ।

ଅଳ୍ପ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ:

ଶରୀର ପାଇଁ ଅଳ୍ପ ତେଲ ମସଲା ଯୁକ୍ତ ଖାଦ୍ୟ ଆବଶ୍ୟକ। ଅନେକ ଲୋକଙ୍କୁ ଅଧିକ ତେଲଯୁକ୍ତ ତରକାରୀ ଖାଇବାକୁ ଭଲ ଲାଗେ। ଆଉ କିଛିଙ୍କୁ ସବୁବେଳେ ପୁରୀ, ପରଟା ପସନ୍ଦ। ତେଲରେ ବହୁଳ ପରିମାଣରେ ରାସାୟନିକ ପଦାର୍ଥ ମିଶାଯାଏ। ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହା ବଦଳରେ ଆପଣ ଘିଅକୁ ବ୍ୟବହାର କରିପାରିବେ। ଯଦି ଦେଶୀ ଘିଅ ଆପଣଙ୍କୁ ପସନ୍ଦ ନୁହେଁ ତେବେ ଆପଣ ସୂର୍ଯ୍ୟମୁଖୀ ତେଲ ବ୍ୟବହାର କରିପାରିବେ। ସେହିପରି ମସଲାରେ ଡାଲଚିନି, ତେଜପତ୍ର, ଧନିଆ, ଗୋଲମରିଚ ବ୍ୟବହାର କରିପାରିବେ।

ତନ୍ତୁ ଯୁକ୍ତ ଖାଦ୍ୟ ଓ ଓମେଗା-୩ :

ଖାଦ୍ୟରେ ତନ୍ତୁ ଯୁକ୍ତ ପଦାର୍ଥ ଓ ଓମେଗା-୩ ସାମିଲ କରନ୍ତୁ। ଏଥିପାଇଁ ଆପଣ ଅଖରୋଟ, ବାଦାମ, ନାସପାତି, ଅଳସୀ, ମାଛ ଓ ଓମେଗା-୩ କ୍ୟାପସୁଲ ଖାଇପାରିବେ।

ଅତ୍ୟଧିକ ଚିନି ଓ ଲୁଣରୁ ଦୂରେଇ ରୁହନ୍ତୁ:

ଖାଦ୍ୟରେ ଅଧିକ ଚିନି ଓ ଲୁଣ ବ୍ୟବହାର କରନ୍ତୁ ନାହିଁ। ଏହାର ଅଧିକ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇପାରେ। ସେଓ, ଡାଳିମ୍ବ, ନାସପାତି, ତରଭୁଜ, ଜାମୁକୋଳି, ଶିମଲା ଲଙ୍କା, ବ୍ରୋକଲି, ମଟର, ଗାଜର, ମକା ଆଦିରେ ପୋଷକ ତତ୍ତ୍ୱ ଭରପୁର ହେଇ ରହିଛି। ଯାହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ ରଖେ।

ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ:

ପାଣି ଆମ ଶରୀର ପାଇଁ ନିହାତି ଜରୁରୀ। ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିଥାଏ। ଏଣୁ ପ୍ରତିଦିନ ୮-୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

5 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

16 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

29 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

32 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

52 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago