ଟେକ୍

ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର, ୩୦ ଦିନିଆ ବୈଧତା ପ୍ଲାନ୍‌ ଆଣିବା ପାଇଁ ଟେଲିକମ କମ୍ପାନୀକୁ ନିର୍ଦ୍ଦେଶ ଦେଲା ଟ୍ରାଇ

ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଟେଲିକମ କମ୍ପାନୀକୁ ୩୦ ଦିନିଆ ବୈଧତା ଥିବା ପ୍ଲାନ ଆଣିବା ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଇଛି। ଟ୍ରାଇ ସମସ୍ତ ଟେଲିକମ୍‌ କମ୍ପାନୀକୁ କିଛି ନୂଆ ନିର୍ଦ୍ଦେଶ ଜାରି କରିଛି। ଏଥିରେ ମାସକର ଟାରିଫ ପ୍ଲାନ ସହିତ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି।

ଦୂରସଂଚାର ନିର୍ଦ୍ଦେଶ ୧୯୯୯ରେ ପରିବର୍ତ୍ତନ ଆଣିବା ସହିତ ଟ୍ରାଇ କମ୍ପାନୀଗୁଡ଼ିକୁ କହିଛି ଅତିକମ୍‌ରେ ଟେଲିକମ୍‌ କମ୍ପାନୀ ଗୋଟିଏ ପ୍ଲାନ୍ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ୍ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ ଯାହାର ବୈଧତା ୩୦ ଦିନ ରହିବ। ସେହି ନିର୍ଦ୍ଦେଶରେ ମଧ୍ୟ କୁହାଯାଇଛି, ସେବା ଦେଉଥିବା କମ୍ପାନୀ ଅତିକମ୍‌ରେ ଏମିତି ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ ଯାହାର ରିନ୍ୟୁ ପ୍ରତିମାସର ଗୋଟିଏ ତାରିଖରେ ହେବ।

ଏମିତି ବିକଳ୍ପ ଆସିଲେ ଗ୍ରାହକମାନେ ଅଧିକ ଗୋଟିଏ ଉପଯୁକ୍ତ ବୈଧତା ଥିବା ଯୋଜନାକୁ ବାଛି ରିଚାର୍ଜ କରିବେ। ୟୁଜର୍ସ ମାସିକ ଯୋଜନାରେ ରିଚାର୍ଜ କରିଲେ ମଧ୍ୟ ସେମାନଙ୍କୁ କେତେକ କ୍ଷେତ୍ରରେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଛି ବୋଲି ୟୁଜର୍ସ ଟ୍ରାଇ ନିକଟରେ ଅଭିଯୋଗ କରିଥିଲେ।

ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ କେତେକ ଟେଲିକମ୍ କମ୍ପାନୀ ଏହାକୁ ବିରୋଧ କରିଛନ୍ତି । ସେମାନେ କହିଛନ୍ତି କି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ସମସ୍ୟା ଉପୁଜିବ। ଏହାସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ଅର୍ଥରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ ବୋଲି ଟେଲିକମ୍‌ କମ୍ପାନୀ କହିଛି।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

14 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago