ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର, ୩୦ ଦିନିଆ ବୈଧତା ପ୍ଲାନ୍ ଆଣିବା ପାଇଁ ଟେଲିକମ କମ୍ପାନୀକୁ ନିର୍ଦ୍ଦେଶ ଦେଲା ଟ୍ରାଇ
ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଟେଲିକମ କମ୍ପାନୀକୁ ୩୦ ଦିନିଆ ବୈଧତା ଥିବା ପ୍ଲାନ ଆଣିବା ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଇଛି। ଟ୍ରାଇ ସମସ୍ତ ଟେଲିକମ୍ କମ୍ପାନୀକୁ କିଛି ନୂଆ ନିର୍ଦ୍ଦେଶ ଜାରି କରିଛି। ଏଥିରେ ମାସକର ଟାରିଫ ପ୍ଲାନ ସହିତ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି।
ଦୂରସଂଚାର ନିର୍ଦ୍ଦେଶ ୧୯୯୯ରେ ପରିବର୍ତ୍ତନ ଆଣିବା ସହିତ ଟ୍ରାଇ କମ୍ପାନୀଗୁଡ଼ିକୁ କହିଛି ଅତିକମ୍ରେ ଟେଲିକମ୍ କମ୍ପାନୀ ଗୋଟିଏ ପ୍ଲାନ୍ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ୍ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ ଯାହାର ବୈଧତା ୩୦ ଦିନ ରହିବ। ସେହି ନିର୍ଦ୍ଦେଶରେ ମଧ୍ୟ କୁହାଯାଇଛି, ସେବା ଦେଉଥିବା କମ୍ପାନୀ ଅତିକମ୍ରେ ଏମିତି ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ ଯାହାର ରିନ୍ୟୁ ପ୍ରତିମାସର ଗୋଟିଏ ତାରିଖରେ ହେବ।
ଏମିତି ବିକଳ୍ପ ଆସିଲେ ଗ୍ରାହକମାନେ ଅଧିକ ଗୋଟିଏ ଉପଯୁକ୍ତ ବୈଧତା ଥିବା ଯୋଜନାକୁ ବାଛି ରିଚାର୍ଜ କରିବେ। ୟୁଜର୍ସ ମାସିକ ଯୋଜନାରେ ରିଚାର୍ଜ କରିଲେ ମଧ୍ୟ ସେମାନଙ୍କୁ କେତେକ କ୍ଷେତ୍ରରେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଛି ବୋଲି ୟୁଜର୍ସ ଟ୍ରାଇ ନିକଟରେ ଅଭିଯୋଗ କରିଥିଲେ।
ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ କେତେକ ଟେଲିକମ୍ କମ୍ପାନୀ ଏହାକୁ ବିରୋଧ କରିଛନ୍ତି । ସେମାନେ କହିଛନ୍ତି କି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ସମସ୍ୟା ଉପୁଜିବ। ଏହାସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ଅର୍ଥରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ ବୋଲି ଟେଲିକମ୍ କମ୍ପାନୀ କହିଛି।