ସାଧାରଣତଃ ଅନେକ ବ୍ୟକ୍ତି ଅସୁସ୍ଥତା ସମୟରେ ଫଳରସ ବା ଜୁସ୍ ସହ ଔଷଧ ସେବନ କରିବା ଅଧିକ ଲାଭଦାୟକ ବୋଲି ଚିନ୍ତା କରିଥାନ୍ତି। କିନ୍ତୁ ପ୍ରକୃତରେଏହା ଶରୀର ପ୍ରତି ଲାଭଦାୟକ ନୁହଁ ବରଂ ବହୁ ମାତ୍ରାରେ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଔଷଧ ଶରୀରରେ ସଠିକ୍ ପ୍ରଭାବ ଦେଖାଇନଥିବା ବେଳେ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ତୁରନ୍ତ ପରିବର୍ତ୍ତନ କରନ୍ତୁ ।
ଜୁସ୍ ସହିତ ଔଷଧ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନିକଟରେ କାନାଡାର ୟୁନିଭରସିଟି ଅଫ୍ ବେଷ୍ଟର୍ଣ୍ଣ ଓଣ୍ଟାରିଓରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି। ଏହାଫଳରେ ରୋଗୀଙ୍କର ରକ୍ତଚାପ ବୃଦ୍ଧି , କଲେଷ୍ଟ୍ରାଲରେ ବୃଦ୍ଧି ସହ ହୃତ୍ ସ୍ପନ୍ଦନରେ ଅନିୟମିତତା ଦେଖାଯାଇଥାଏ। ଫଳରସ ସହ ଔଷଧ ଖାଇବା ଦ୍ୱାରା ଔଷଧର ପ୍ରଭାବ କମ ହୁଏ, ଯାହାଫଳରେ ଅଧିକ ମାତ୍ରାରେ ଶରୀର ଅସୁସ୍ଥ ହୋଇଥିଲା ।
ଗବେଷଣା ସମୟରେ ରୋଗୀଙ୍କୁ ବିଭିନ୍ନ ପ୍ରକାରର ଫଳରସ ସହ ଭିନ୍ନ ଭିନ୍ନ ଔଷଧ ସେବନ କରିବାକୁ ଦିଆଯାଇଥିଲା । ଯାହା ଦ୍ୱାରା ଫଳରସ ସହ ଔଷଧ ସେବନ କଲେ ଔଷଧର ଉପକାରୀ ତତ୍ତ୍ୱ କମ ହୋଇଥିବା ଜଣାପଡ଼ିଥିଲା । କିଛି ଔଷଧ ତ ଶରୀରକୁ ସୁସ୍ଥ କରିବା ସ୍ଥାନରେ ଅଧିକ କ୍ଷତି ପହଞ୍ଚାଇଥାନ୍ତି । ଏଣୁ ଔଷଧକୁ ସର୍ବଦା ପାଣି ସହ ହିଁ ସେବନ କରିବା ଉଚିତ । ଏହା ଦ୍ୱାରା ଶରୀରରେ ଔଷଧ ସଠିକ୍ ଭାବେ ମିଶିବା ସହ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇଥାଏ। ତେବେ ଏଥିପାଇଁ ସର୍ବଦା ହାଲୁକା ଉଷୁମ୍ ପାଣି ବ୍ୟବହାର କରିବା ଆବଶ୍ୟକ କେବେ ମଧ୍ୟ ଥଣ୍ଡା ପାଣି ସହ ଔଷଧ ସେବନ କରନ୍ତୁ ନାହିଁ ।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…