ଲାଇଫ୍ ଷ୍ଟାଇଲ୍

Vitamin C ଅଧିକ ସେବନ କଲେ କ’ଣ ଜଲ୍‌ଦି ଆସିଥାଏ ପିରିୟଡ୍‌ସ? ଜାଣନ୍ତୁ ପିରିୟଡ୍‌ସ ପ୍ରଭାବିତ ହେବାର କାରଣ

ଏକ ସୁସ୍ଥ ଶରୀର ପାଇଁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ, କିନ୍ତୁ ଭିଟାମିନ୍‌ ସିର ନିଜର ହିଁ ଖାସ୍‌ ମହତ୍ତ୍ୱ ରହିଛି। ଆମ ଶରୀରରେ ଭିଟାମିନ୍‌ ସିର ଭୂମିକା ଏକ ସଂରକ୍ଷକ ଭଳି କାମ କରିଥାଏ। ଏହି ପୋଷକ ତତ୍ତ୍ୱ ଫ୍ରି ରେଡିକଲ୍ସରୁ ଆମ କୋଶିକାଗୁଡ଼ିକୁ ବଞ୍ଚାଇଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବଢ଼ାଇଥାଏ, ଯେଉଁ କାରଣରୁ ସର୍ଦ୍ଦି, ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସଂକ୍ରମଣର ଆଶଙ୍କା କମି ଯାଇଥାଏ। ଏତଦ୍‌ ବ୍ୟତୀତ ଯେଉଁ ମହିଳାଙ୍କର ଋତୁସ୍ରାବ ସମସ୍ୟା ରହିଛି ଅର୍ଥାତ୍‌ ପିରିୟଡ୍‌ରେ ଅନିୟମିତତା ଦେଖା ଦେଉଛି, ସେମାନେ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସେବନ କରି ପାରିବେ।

ଡାଏଟ୍‌ ଏକ୍ସପର୍ଟଙ୍କ କହିବା ହେଲା, ଭିଟାମିନ୍‌ ସି ସେହି ହର୍ମୋନକୁ ପ୍ରଭାବିତ କରି ପାରିଥାଏ, ଯିଏ ପିରିୟଡ୍‌ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଭିଟାମିନ୍‌ ସି ଏଷ୍ଟ୍ରୋଜେନ୍‌ ସ୍ତରକୁ ବଢ଼ାଇ ପାରିଥାଏ। ଏଥି ସହିତ ପ୍ରୋଜେଷ୍ଟେରୋନ୍‌ ସ୍ତରକୁ ମଧ୍ୟ କମ୍‌ କରି ଦେଇଥାଏ। ଏହି ହର୍ମୋନାଲ ପରିବର୍ତ୍ତନ ଗର୍ଭାଶୟ ସଙ୍କୁଚନର କାରଣ ବନିଥାଏ। ଏପରି କି, ଗର୍ଭାଶୟର ପରସ୍ତକୁ ଉଠାଇବାରେ ଏହା ସାହାଯ୍ୟ କରିଥାଏ, ଯେଉଁ କାରଣରୁ ମାସିକ ଧର୍ମ ଜଲ୍‌ଦି ଆସି ଯାଇଥାଏ। ଯଦିଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହି ଥାଆନ୍ତି କି, ଭିଟାମିନ-ସିର ଅଧିକ ସେବନ ଦ୍ୱାରା ସବୁ ମହିଳାଙ୍କ କ୍ଷେତ୍ରରେ ପିରିୟଡ୍‌ସ ଜଲ୍‌ଦି ଆସିବ, ଏହା ଆମେ କହି ପାରିବା ନାହିଁ। କାହିଁକିନା, ପିରିୟଡସ୍‌ ଜଲ୍‌ଦି ଆସିବା ପଛରେ ଅନ୍ୟାନ୍ୟ କାରଣ ମଧ୍ୟ ରହିଥାଏ।

ଏହି କାରଣରୁ ଜଲ୍‌ଦି କିମ୍ବା ବିଳମ୍ବ ହୋଇଥାଏ ପିରିୟଡ୍‌ସ

୧. ଯଦି ଆପଣଙ୍କ ପିରିୟଡ୍‌ସ ଆସିବାର ସମୟ ଅନେକ କାରଣରୁ ବାରମ୍ବାର ପରିବର୍ତ୍ତନ ହେଉଥିବ।

୨. ଯେଉଁ ଝିଅ ଏବଂ ମହିଳାଙ୍କର ଓଜନ ଜଲ୍‌ଦି ବଢ଼ିଥାଏ, ସେହି କ୍ଷେତ୍ରରେ ପିରିୟଡ୍‌ସ ମଧ୍ୟ ପ୍ରଭାବିତ ହୋଇଥାଏ।

୩. ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି କି, ହର୍ମୋନାଲ ଅସନ୍ତୁଳନ, ଗର୍ଭନିରୋଧକ ବଟିକା ଏବଂ ସଂକ୍ରମଣରୁ ପିରିୟଡ୍‌ସ ବିଳମ୍ବ ହୋଇଥାଏ।

୪. ବହୁତ ଅଧିକ ଚିନ୍ତା, ଅବସାଦ ଏବଂ ଔଷଧ ସେବନ ଯୋଗୁ ପିରିୟଡସ୍‌ ସମୟ ଅତିକ୍ରମ କରି ଯାଇଥାଏ।

ଅନିୟମିତ ପିରିୟଡ୍‌ସକୁ କେମିତି କରିବେ ନିୟମିତ

ଏକ୍ସପର୍ଟଙ୍କ ମୁତାବକ, ମାସିକ ଧର୍ମକୁ ପ୍ରେରିତ କରିବା ପାଇଁ ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ପଦାର୍ଥ ବେଶ୍‌ ଲାଭଦାୟକ ହୋଇଥାଏ। ଉଦାହରଣ ସ୍ୱରୂପ, ଅମୃତଭଣ୍ଡା ଏମିତି ଏକ ଫଳ, ଯେଉଁଥିରେ କ୍ୟାରୋଟିନ୍‌ ରହିଛି। ଆଉ ଏହା ଏଷ୍ଟ୍ରୋଜେନ୍‌ ହର୍ମୋନକୁ ଉତ୍ତେଜିତ କରି ପାରିଥାଏ। ଏହାଛଡ଼ା ସପୁରୀକୁ ଭିଟାମିନ୍‌-ସି ଯୁକ୍ତ ଫଳ ମଧ୍ୟ କୁହାଯାଇଥାଏ, ଯାହା ଶରୀର ଫୁଲା ଏବଂ ଦରଜ ଆଦିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁ, କିଓ୍ଵି ଓ କମଳା ଅନିୟମିତ ମାସିକ ଧର୍ମକୁ ନିୟମିତ କରିବାର ବଢ଼ିଆ ସ୍ରୋତ ହୋଇଥାଏ।

Roshni

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

4 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago