ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ, ଅମାବାସ୍ୟା ରାତିରେ କରନ୍ତୁ ଏହିସବୁ କାମ…

ଅମାବାସ୍ୟାକୁ ହିନ୍ଦୁ ଧର୍ମରେ ଏକ ନିଷ୍ଫଳା ଦିନ କୁହାଯାଏ। ଏହି ଦିନ କୌଣସି ଶୁଭ କାମ କରିବାକୁ ବାରଣ କରାଯାଇଛି। କିନ୍ତୁ ଅମାବାସ୍ୟା ରାତିରେ କେତେକ କାମ କଲେ ସାରା ଜୀବନ ଖୁସି ଓ ଶାନ୍ତି ମିଳିଥାଏ, ଯାହା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ରାଶି ଅନୁସାରେ ଅମାବାସ୍ୟାରେ ପୂଜା ବା ଦାନ ଧର୍ମ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ଅମାବାସ୍ୟା ରାତିରେ କେଉଁ ରାଶିର ବ୍ୟକ୍ତି କି କାମ କଲେ ଭଗବାନ ପ୍ରସନ୍ନ ହେବେ…

ମେଷ: ମେଷ ରାଶିର ବ୍ୟକ୍ତି ଅମାବାସ୍ୟା ରାତିରେ ଘରେ ହୋମ କରିବା ଉଚିତ। ଏଥିସହ ଶିବ ପୂଜା କରିବା ମଧ୍ୟ ଶୁଭ ହୋଇଥାଏ।

ବୃଷ: ବୃଷ ରାଶିର ବ୍ୟକ୍ତି ଅମାବାସ୍ୟା ଦିନ କୌଣସି ଏକ କୂଅରେ ଏକ ଚାମଚ କ୍ଷୀର ଢାଳିବା ଶୁଭଙ୍କର ହୋଇଥାଏ।

ମିଥୁନ: ଏହି ରାଶିର ବ୍ୟକ୍ତି ଅମାବାସ୍ୟା ରାତିରେ ଏକ ନଡ଼ିଆକୁ ୫ଟି ଛୋଟ ଛୋଟ ଖଣ୍ଡରେ କାଟି ଶିବଙ୍କୁ ଭୋଗ ଲଗାନ୍ତୁ।

କର୍କଟ: ଅମାବାସ୍ୟା ରାତିରେ କର୍କଟ ରାଶିର ବ୍ୟକ୍ତି କୌଣସି ମନ୍ଦିରକୁ ଯାଇ ଏକ ସୂତା ମନ୍ତୁରାଇ ପିନ୍ଧନ୍ତୁ।

ସିଂହ: ସିଂହ ରାଶିର ବ୍ୟକ୍ତି ଅମାବାସ୍ୟା ରାତିରେ କଳା କୁକୁରଙ୍କୁ ଘିଅ ଲଗା ରୁଟି ଖାଇବାକୁ ଦେବା ଶୁଭ ବୋଲି ବିବେଚନା କରାଯାଏ।

କନ୍ୟା: କନ୍ୟା ରାଶିର ବ୍ୟକ୍ତି ଅମାବାସ୍ୟା ରାତିରେ ଏକ ଲେମ୍ବୁକୁ ମୁଣ୍ଡ ଚାରିପାଖେ ସାତ ଥର ବୁଲାଇ, ଚାରି ଭାଗରେ କାଟି କୌଣସି ଏକ ସ୍ଥାନରେ ରଖିଦିଅନ୍ତୁ। ଚାକିରି ଓ ବ୍ୟବସାୟରେ ଲାଭ ହେବ।

ତୁଳା: ଅମାବାସ୍ୟା ରାତିରେ ତୁଳା ରାଶିର ବ୍ୟକ୍ତି ମାଛମାନଙ୍କୁ ଅଟା ଗୁଳା ଖୁଆନ୍ତୁ। କଷ୍ଟ ନିବାରଣ ହେବ।

ବିଛା: ବିଛା ରାଶିର ବ୍ୟକ୍ତି ଅମାବାସ୍ୟା ରାତିରେ ନଦୀରେ ପାଞ୍ଚଟି ଲାଲ୍‌ ଫୁଲ ଓ ପାଞ୍ଚଟି ଜଳନ୍ତା ଦୀପ ଭସାଇଦିଅନ୍ତୁ। ଲାଭବାନ୍‌ ହେବେ।

ଧନୁ: ଧନୁ ରାଶି ଥିବା ବ୍ୟକ୍ତି ଅମାବାସ୍ୟା ରାତିରେ ମନ୍ଦିରରେ ଏକ ଘିଅ ଦୀପ ଜାଳନ୍ତୁ। ଶୁଭ ଫଳ ମିଳିବ।

ମକର: ମକର ରାଶିର ବ୍ୟକ୍ତି ଅମାବାସ୍ୟା ରାତିରେ ଏକ ଲେମ୍ବୁକୁ ମୁଣ୍ଡ ଚାରିପାଖେ ସାତ ଥର ବୁଲାଇ, ଚାରି ଭାଗରେ କାଟି କୌଣସି ଏକ ଖୋଲା ଜାଗାରେ ରଖିଦିଅନ୍ତୁ। ଚାକିରି ଓ ବ୍ୟବସାୟରେ ଲାଭ ହେବ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିବିଶେଷ ଅମାବାସ୍ୟା ରାତିରେ କଳା କୁକୁରଙ୍କୁ ଘିଅ ଲଗା ରୁଟି ଖାଇବାକୁ ଦେବା ଶୁଭ ବୋଲି ବିବେଚନା କରାଯାଏ।

ମୀନ: ଅମାବାସ୍ୟା ରାତିରେ ମୀନ ରାଶିର ବ୍ୟକ୍ତି କୌଣସି ମନ୍ଦିରକୁ ଯାଇ ମନ୍ତୁରା ସୂତା ହାତରେ ପିନ୍ଧି ଦିଅନ୍ତୁ। ଶୁଭ ଫଳ ପ୍ରାପ୍ତ ହେବ।

WCW 11

Recent Posts

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

1 min ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

6 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

11 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

14 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

26 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

45 mins ago