ଲାଇଫ୍ ଷ୍ଟାଇଲ୍

ଅଫିସ୍ ରୋମାନ୍ସ ପାଇଁ କାହାକୁ ପସନ୍ଦ କରନ୍ତି କର୍ମଚାରୀ, ବସ୍‌ଙ୍କୁ ନା ସହକର୍ମୀକୁ

ଗୋଟିଏ ପଟେ ମହିଳାମାନେ ନିଜ ସୁରକ୍ଷା ପାଇଁ ମିଠୁ ଅଭିଯାନ ଆରମ୍ଭ କରୁଥିବାବେଳେ ଅପରପକ୍ଷରେ ଅଫିସ୍‌ରେ ରୋମାନ୍ସକୁ ମଧ୍ୟ ବେଶ୍ ପସନ୍ଦ କରିଥା’ନ୍ତି କର୍ମଚାରୀମାନେ। ଅଫିସ୍‌ରେ ରୋମାନ୍ସ ଟ୍ରେଣ୍ଡ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଏପରିକି ନିଜ ବସ୍‌ଙ୍କ ସହ ମହିଳାମାନେ ରୋମାନ୍ସ କରିବାକୁ ପଛଘୁଞ୍ଚା ଦେଉନଥିବାର ମଧ୍ୟ ସୂଚନା ରହିଛି। ତେବେ ଅଫିସ୍‌ରେ ରୋମାନ୍ସକୁ ନେଇ କର୍ମଚାରୀମାନେ କାହାକୁ ବେଶି ପସନ୍ଦ କରନ୍ତି, ବସ୍‌ଙ୍କୁ ନା ସହକର୍ମୀଙ୍କୁ । ଆସନ୍ତୁ ଜାଣିବା ଏହି ସର୍ଭେ ରିପୋର୍ଟରୁ ।

ସୋସାଇଟି ଫର୍ ହ୍ୟୁମନ୍ ରିସୋର୍ସ ମ୍ୟାନେଜ୍ମେଣ୍ଟ (ଏସଏଚ୍ଆରଏମ୍) ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୭ ପ୍ରତିଶତ ଅଫିସ୍‌ରେ ରୋମାନ୍ସ କରୁଥିବାର ଜାଣିବାକୁ ମିଳିଛି । ଏହି ରିପୋର୍ଟ ଅନୁସାରେ ୨୭ ପ୍ରତିଶତ ଲୋକ ଅଫିସରେ ରୋମାନ୍ସ କରୁଥିବା ସ୍ୱୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ କହିଛନ୍ତି ଯେ, ସେମାନେ ରୋମାନ୍ସ ପାଇଁ ନିଜ ଜୁନିଅର ଅର୍ଥାତ୍ ତାଙ୍କ ଅଧୀନରେ କାମ କରୁଥିବା ଲୋକଙ୍କୁ ଚୟନ କରିଥା’ନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଫିସ୍‌ରେ ରୋମାନ୍ସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି ନିଜ ବସ୍‌ଙ୍କୁ ଡେଟ୍ କରିଥା’ନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି । କେବଳ ୫୨ ପ୍ରତିଶତ ଲୋକ ଅଫିସର ସହକର୍ମୀଙ୍କୁ ଡେଟ୍ ନ କରିବା ଲାଗି ଚିନ୍ତା କରିଥା’ନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି । ଏହି ସର୍ଭେ ପାଇଁ ମୋଟ ୬୯୬ ଜଣ କର୍ମଚାରୀଙ୍କୁ ସାମିଲ୍ କରାଯାଇଥିଲା ।

Swagatika

Recent Posts

ଆତିଥ୍ୟ ପାଇଁ ଇଟାଲୀ ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୋଦି, ଭିନ୍ନ ଅନ୍ଦାଜରେ ସେଲଫି ନେଲେ ମୋଦି ଏବଂ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଟାଲୀରୁ ଫେରିବା ପରେ ସେଠିକାର ଆତିଥ୍ୟକୁ…

14 mins ago

କୋରାପୁଟରେ ଗଡୁନି ଘରୋଇ ବସ୍, ରଜରେ ଯାତ୍ରୀ ହନ୍ତସନ୍ତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଗଡୁନି ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ଓ ଘରୋସ୍ ବସ୍ କର୍ମଚାରୀ…

23 mins ago

ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ୧୭୬ଟି ବିରଳ କଇଁଛ ଜବତ; ୪ ଗିରଫ

ଉମରକୋଟ (କେନ୍ୟୁଜ): କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ । ୧୭୬ଟି ବିରଳ କଇଁଛ ଜବତ, ୪…

42 mins ago

ରଜରେ କୁମାରୀ ବେଶରେ ଦର୍ଶନ ଦେଲେ ମା’ ବାଲି ହରଚଣ୍ଡୀ, ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା

ବ୍ରହ୍ମଗିରି(କେନ୍ୟୁଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ବାଲି ହରଚଣ୍ଡିଙ୍କ ପୀଠରେ ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ…

57 mins ago

ରାଜ୍ୟରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଗୁଣାତ୍ମକ ମନୋଭାବ ନେଇ କାମ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

58 mins ago

ଟି୨୦ ବିଶ୍ୱକପ ୨୦୨୪: ଭାରତ ବନାମ କାନାଡା, ପଡିପାରେ ବର୍ଷା ପ୍ରଭାବ

ଭାରତ ଏବଂ କାନାଡା ମଧ୍ୟରେ ଆଜି ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯିବ । ଭାରତ ଟି୨୦ ବିଶ୍ୱକପରେ ୩ଟି ମ୍ୟାଚ…

1 hour ago