ଦେଶ ବିଦେଶ

Zomato ବୟଙ୍କ କ୍ୟୁଟ ସ୍ମାଇଲ୍‌ ଲୋକଙ୍କୁ କଲା ପାଗଳ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ କିଛି ଦିନ ତଳେ ଜଣେ ଜୋମାଟୋ ଡେଲିଭରୀ ବୟଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ। ସେହିପରି ଏବେ ଆଉ ଜଣେ ଜୋମାଟୋ ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହି ଭାଇରାଲ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

ଏହି ଜୋମାଟୋ ଡେଲିଭରୀ ବୟଙ୍କ ନାମ ସୋନୁ ଏବଂ ଆପଣ ଭିଡିଓରେ ଦେଖିପାରିବେ କେମିତି ସୋନୁଙ୍କୁ ପଚାରାଯାଉଥିବା ପ୍ରଶ୍ନ ସେ ବହୁତ ଖୁସି ହୋଇ ଦେଉଛନ୍ତି। ଲୋକମାନେ ତାଙ୍କ ହସକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ ଭିଡିଓ କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ବହୁତ ବହୁତ ସାଧାରଣ ପ୍ରଶ୍ନ ପଚାରୁଛନ୍ତି ଯେମିତିକି ନାମ, ଦରମା ଏବଂ ଆହୁରି ଅନେକ କିଛି। କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ଏସବୁ ପ୍ରଶ୍ନର ଉତ୍ତର ଡେଲିଭରୀ ବୟ ତାଙ୍କ ସ୍ମାଇଲ ସହିତ ଦେଉଥିଲେ। ଲୋକମାନେ ତାଙ୍କ କ୍ୟୁଟ୍‌ ସ୍ମାଇଲକୁ ବହୁତ ପସନ୍ଦ କରିବା ସହିତ ତାଙ୍କ ଫନି ଅନ୍ଦାଜକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

କେବଳ ଏତିକି ନୁହେଁ ସୋନୁର ଲୋକପ୍ରିୟତାକୁ ଦେଖି ନିଜେ ଜୋମାଟୋ ମଧ୍ୟ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସୋନୁଙ୍କ ପ୍ରୋଫାଇଲ୍‌ ପିକ୍ଚର ଲଗାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦାନିସ୍‌ ନାମକ ଜଣେ ଟିକଟକ୍‌ ୟୁଜର ସର୍ବପ୍ରଥମେ ହିଁ ଏହି ଭିଡିଓକୁ ଅପଲୋଡ୍‌ କରିଥିଲେ। ସେବେଠାରୁ ହିଁ ସମସ୍ତେ ତାଙ୍କର ଫ୍ୟାନ୍‌ ହୋଇଯାଇଥିଲେ।

Pritiparna

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

13 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

49 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

50 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

55 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

60 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

1 hour ago