Below header

Zomato ବୟଙ୍କ କ୍ୟୁଟ ସ୍ମାଇଲ୍‌ ଲୋକଙ୍କୁ କଲା ପାଗଳ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ କିଛି ଦିନ ତଳେ ଜଣେ ଜୋମାଟୋ ଡେଲିଭରୀ ବୟଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ। ସେହିପରି ଏବେ ଆଉ ଜଣେ ଜୋମାଟୋ ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହି ଭାଇରାଲ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

zomato boyଏହି ଜୋମାଟୋ ଡେଲିଭରୀ ବୟଙ୍କ ନାମ ସୋନୁ ଏବଂ ଆପଣ ଭିଡିଓରେ ଦେଖିପାରିବେ କେମିତି ସୋନୁଙ୍କୁ ପଚାରାଯାଉଥିବା ପ୍ରଶ୍ନ ସେ ବହୁତ ଖୁସି ହୋଇ ଦେଉଛନ୍ତି। ଲୋକମାନେ ତାଙ୍କ ହସକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ ଭିଡିଓ କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ବହୁତ ବହୁତ ସାଧାରଣ ପ୍ରଶ୍ନ ପଚାରୁଛନ୍ତି ଯେମିତିକି ନାମ, ଦରମା ଏବଂ ଆହୁରି ଅନେକ କିଛି। କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ଏସବୁ ପ୍ରଶ୍ନର ଉତ୍ତର ଡେଲିଭରୀ ବୟ ତାଙ୍କ ସ୍ମାଇଲ ସହିତ ଦେଉଥିଲେ। ଲୋକମାନେ ତାଙ୍କ କ୍ୟୁଟ୍‌ ସ୍ମାଇଲକୁ ବହୁତ ପସନ୍ଦ କରିବା ସହିତ ତାଙ୍କ ଫନି ଅନ୍ଦାଜକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

boy zomatoକେବଳ ଏତିକି ନୁହେଁ ସୋନୁର ଲୋକପ୍ରିୟତାକୁ ଦେଖି ନିଜେ ଜୋମାଟୋ ମଧ୍ୟ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସୋନୁଙ୍କ ପ୍ରୋଫାଇଲ୍‌ ପିକ୍ଚର ଲଗାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦାନିସ୍‌ ନାମକ ଜଣେ ଟିକଟକ୍‌ ୟୁଜର ସର୍ବପ୍ରଥମେ ହିଁ ଏହି ଭିଡିଓକୁ ଅପଲୋଡ୍‌ କରିଥିଲେ। ସେବେଠାରୁ ହିଁ ସମସ୍ତେ ତାଙ୍କର ଫ୍ୟାନ୍‌ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.