Below header

ସରୋଗେଟ୍‌ ମା’ ଚିତା ଜନ୍ମ ଦେଲା ୨ ଶାବକ, ୩୦ ବର୍ଷ ପରେ ପୁଣି ଭିଟ୍ରୋ ଟେକ୍ନୋଲୋଜିର ସଫଳ ପ୍ରୟୋଗ

୩୦ ବର୍ଷ ପରେ ବିଶ୍ୱରେ ପୁଣିଥରେ ଭିଟ୍ରୋ ଟେକ୍ନୋଲୋଜି ଦ୍ୱାରା ସରୋଗେଟ୍‌ ମା’ ଚିତାଠାରୁ ୨ଟି ଶାବକ ଜନ୍ମ ନେଇଛନ୍ତି। ଏହି ଶାବକଦ୍ୱୟଙ୍କ ବାୟୋଲୋଜିକାଲ୍‌ ମା’ ହେଉଛି ୬ ବର୍ଷର ଚିତା ‘କିବିବି’। ଦୁଃଖଦ ବିଷୟ, କିବିବି ନିଜ ଜୀବନକାଳ ଭିତରେ କେବେ ବି ମା’ ହୋଇପାରିଲା ନାହିଁ। ଏହାସହିତ ତା’ର ମା’ ହେବାର ବୟସ ସୀମା ମଧ୍ୟ ସରିଯାଇଥିଲା। ଏଥିପାଇଁ କିବିବିର ଅଣ୍ଡା ଏବଂ ଏକ ପୁରୁଷ ଚିତାର ଶୁକ୍ରାଣୁ ନେଇ ତାହାକୁ କଲମ୍ବସ୍‌ର ଜୁ ଲାବୋରେଟୋରୀରେ ୧୯ ନଭେମ୍ବରରେ ଗର୍ଭଧାନ କରାଯାଇଥିଲା।

f1

ଏହି ଭ୍ରୁଣକୁ ୨୧ ନଭେମ୍ବରରେ ସରୋଗେଟ୍‌ ମା’ ଚିତା ‘ଇଜି’ ଶରୀରରେ ପ୍ରତ୍ୟାରୋପିତ କରାଯାଇଥିଲା। ପାଖାପାଖି ୧ ମାସ ପରେ ଅର୍ଥାତ୍‌ ୨୩ ଡିସେମ୍ବରରେ ଡାକ୍ତର ଅଲଟ୍ରାସାଉଣ୍ଡ କରିଥିଲେ। ରିପୋର୍ଟରୁ ଜଣାପଡ଼ିଥିଲା ଯେ ୩ ବର୍ଷର ଇଜି ଗର୍ଭବତୀ ଅଛି ଏବଂ ତା’ ପେଟରେ ଦୁଇଟି ଶାବକ ବଢ଼ୁଛନ୍ତି। ଗର୍ଭଧାରଣର ୩ ମାସ ପରେ ଇଜି ଗତ କିଛିଦିନ ତଳେ ଏକ ଅଣ୍ଡିରା ଓ ଏକ ମାଈ ଶାବକ ଜନ୍ମ ଦେଇଛି।

ଚିଡ଼ିଆଖାନା ଏ ନେଇ ଘୋଷଣା କରିଥିଲା। ସେଠାକାର ଡାକ୍ତର ରେଣ୍ଡୀ ଜଙ୍ଗଙ୍କ କହିବା ମୁତାବକ, ଏହି ପ୍ରକ୍ରିୟା ଦ୍ୱାରା ବିଭିନ୍ନ ପ୍ରଜାତିଙ୍କ ସୁରକ୍ଷା କରାଯାଇପାରିବ। ତୃତୀୟ ଥର ଲାଗି ବୈଜ୍ଞାନିକମାନେ ଏଭଳି ପ୍ରକ୍ରିୟା ପାଇଁ ଉଦ୍ୟମ କରିଛନ୍ତି। ୧୯୯୦ରେ ପ୍ରଥମ ଥର ସଫଳତା ମିଳିଥିଲା। ସେତେବେଳେ ସରୋଗେସୀ ଜରିଆରେ ୩ ଚିତା ଶାବକ ଜନ୍ମ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.