Below header

ଦିଲ୍ଲୀ ଦଙ୍ଗାରେ ଘର ଜଳି ଯାଇଥିବା ଯବାନ୍‌ଙ୍କୁ ନବୀନ ଦେଲେ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିଲ୍ଲୀ ଦଙ୍ଗାରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଖାପାଖି ୫୦ ଜଣଙ୍କର ଏଥିରେ ମୃତ୍ୟୁ ଘଟିଲାଣି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଦଙ୍ଗାରେ ଘର ଜଳି ଯାଇଥିବା ଜଣେ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଛନ୍ତି । ଯବାନ୍‌ ଜଣକ ହେଉଛନ୍ତି ମହମ୍ମଦ ଅନିସ୍‌ । ତାଙ୍କ ଘର ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀଖାସ୍‌ ଅଞ୍ଚଳରେ । ଦଙ୍ଗାକାରୀମାନେ ଏଠାରେ ତାଙ୍କ ଘର ଜଳାଇ ଦେଇଛନ୍ତି ।
କନେଷ୍ଟବଳ ଭାବେ ନିଯୁକ୍ତ ଅନିସ ଏବେ ମାଓ ପ୍ରବଣ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି । ସେଠାରେ ମାଓବାଦୀ ଦମନ ସହ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟଧାରାକୁ ଆଗେଇ ନେବାରେ ସହଯୋଗ କରୁଛନ୍ତି । ନବମ ବାଟାଲିୟନ୍‌ର ଯବାନ୍‌ ଅନିସ୍‌ଙ୍କ ସହ ନବୀନ ନିଜେ କଥା ହୋଇଛନ୍ତି ଏବଂ ତାଙ୍କୁ ସାନ୍ତ୍ୱନା ଦେବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ସୂଚନା ମିଳିଛି ।

ସେପଟେ ବିଏସ୍‌ଏଫ୍‌ ଡେପୁଟୀ ଇନିସପେକ୍ଟର ଜେନେରାଲ ପୁଷ୍ପେନ୍ଦ୍ର ରାଠୋର ସୂଚନା ଦେଇଛନ୍ତି କି ଅନିସଙ୍କ ଘରକୁ ପୁଣି ନୂଆ ରୂପରେ ଗଢ଼ିବା ତୋଳିବା ପାଇଁ ଆର୍ଥିକ ସହାୟତା ସହ ଅନ୍ୟ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ବିଏସ୍‌ଏଫ୍‌ ଉନ୍ନୟନ ପାଣ୍ଠିରୁ ଏହି ଦଙ୍ଗା ପୀଡ଼ିତ ପରିବାରକୁ ଅର୍ଥ ଦିଆଯିବ । ଏହା ସହିତ ବିଏସ୍‌ଏଫ୍‌ ଇଂଜିନିୟରମାନେ ଘର ତିଆରି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.