ଜାଣନ୍ତିକି ଦିନକୁ କେତେ ପରିମାଣର ପାଣି ପିଇବା ଆବଶ୍ୟକ ? କଣ ରହିଛି ଡାକ୍ତରଙ୍କ ପରାମର୍ଶ

ଆମେ ସାଧାରଣତଃ ଜାଣି ଥାଉ କି ପାଣି ପିଇବା ବହୁତ ଭଲ । ଦିନ ଭିତରେ ଯେତେ ପାଣି ପିଇବେ ସେତେ ଭଲ । କିନ୍ତୁ ଜାଣନ୍ତିକି ଉନବିଂଶ ଶତାବ୍ଦୀରେ କିନ୍ତୁ ଏହାକୁ ନେଇ ଏକ ଭିନ୍ନ ଧାରଣା ଥିଲା । ସେହି ସମୟରେ ଧରାଯାଉଥିଲାକି ପାଣି ପିଇ ପେଟ ପୁରାଇବା ଗରିବ ଲୋକଙ୍କ ହିଁ କାମ ହୋଇଥାଏ । କିନ୍ତୁ ଏବେ ଏହି ଧାରଣା ଧୀରେ ଧୀରେ ବଦଳିବାରେ ଲାଗିଛି । ଏମିତିକି ଆମେରିକାରେ ସୋଡ଼ା ଠୁ ଅଧିକ ପାଣିର ଡିମାଣ୍ଡ ହେଲାଣି ।  ଭାରତରେ ମଧ୍ୟ ଲୋକେ ଧୀରେ ଧୀରେ ପାଣି ପିଇବା ଆରମ୍ଭ କରି ଦେଲେଣି । ଅଧିକ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ତ୍ୱଚାରେ ଏକ ବିଶେଷ ଚମକ ମଧ୍ୟ ଆସିଥାଏ । ଏହା ଦ୍ୱାରା   କ୍ୟାନ୍ସର ପରି ମାରାତ୍ମକ ରୋଗରୁ ରକ୍ଷା ମିଳିବା ସହ ଓଜନ ମଧ୍ୟ କମ ହେଉଥିବାର ଚର୍ଚ୍ଚା  ହେଉଛି ।

ଦିନକୁ ଅତି କମରେ ୮ ଗ୍ଲାସ ପାଣି ବା ୨୪୦ ମିଲିଲିଟରର ୮ ଗ୍ଲାସ ପାଣି ପିଇବା ଉଚିତ । କିନ୍ତୁ ଆପଣ ଜାଣନ୍ତିକି ଏହି ନିୟମ କେଉଁ ଠାରୁ ଆସିଛି? କେଉଁଠିକାର ବୈଜ୍ଞାନିକ ମାନେ ଏହି ପରି ଏକ ନିୟମର ଆବିଷ୍କାର  କରିଛନ୍ତି ? ୧୯୪୫ ମସିହାରେ ଆମେରିକାସ୍ଥିତ ‘ଫୁଡ ଏଣ୍ଡ ନୁଟ୍ରିସନ ବୋର୍ଡ ଅଫ ନେସନାଲ ରିସର୍ଚ୍ଚ’ ଏକ ତଥ୍ୟ ବାହାର କରିଥିଲେ । ସେଠାକାର ବୈଜ୍ଞାନିକଙ୍କ ଅନୁଯାୟୀ ଗୋଟେ କ୍ୟାଲୋରୀ ପିଛା ଗୋଟେ ମିଲିଲିଟର ପାଣି ପିଇବା ଉଚିତ । ଯଦି ଆପଣ ଦିନକୁ ୨୦୦୦ କ୍ୟାଲୋରୀର ଖାଦ୍ୟ ଖାଉଛନ୍ତି ତେବେ ନିଶ୍ଚିତ ରୂପେ ୨୦୦୦ ମିଲିଲିଟରର ପାଣି ପିଅନ୍ତୁ । କେବଳ ସାଧା ପାଣି ନୁହେଁ ଆପଣ ଫଳ ରସ, ପରିବା ରସ,ସୁପ, ଲସି, ଚାହା,କଫି ପରି ପାନୀୟ ଏହି ସ୍ଥାନରେ ପିଇ ପାରିବେ ।

ଏହା ସହ ପଢନ୍ତୁ: ରାତିରେ ଖାଲି ପେଟରେ ଶୋଇବାରେ କମି ନ ଥାଏ ଓଜନ!

ଏମିତିକି ଫଳରେ ପ୍ରାୟ ୯୮ ପ୍ରତିଶତ ପାଣି ଥାଏ । ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ସହ ଆଣ୍ଠୁ ଗଣ୍ଠି ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । କିନ୍ତୁ ଦିନକୁ ନିହାତି ୮ ଗ୍ଲାସ ହିଁ ପାଣି ପିଇବାର ଭ୍ରମ ପୁରା ବିଶ୍ୱରେ ଅଛି । କିନ୍ତୁ ପ୍ରକୃତରେ ଶରୀର ଯେତିକି ଆବଶ୍ୟକ କରେ ସେହି ପରିମାଣରେ ହିଁ ପାଣି ପିଇବା ଉଚିତ । ଆଉ କିଛି ଗବେଷକଙ୍କ ଅନୁଯାୟୀ ଶୋଷ ଲାଗିବାର ମାନେ ହେଉଛି ଶରୀରକୁ ଜଳର ଆବଶ୍ୟକତା ଅଛି । ତେଣୁ କରି ଶୋଷ ଲାଗୁଥିବା ସମୟରେ ପାଣି ପିଇବା ସର୍ବୋତ୍ତମ ହୋଇଥାଏ ।  ଅଧିକ ପାଣି ପିଇଲେ ଶରୀରରେ ଜଳର ଅଭାବ ଦୂର ହେବା ସହ ମସ୍ତିଷ୍କର  କ୍ରିୟାରେ ମଧ୍ୟ ଏହା ସହାୟକ ହୋଇଥାଏ ।

ଆମେରିକା ସ୍ଥିତ ଆଉ ଏକ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ କମ ପାଣି ପିଉଥିବା ଲୋକଙ୍କ ତୁଳନାରେ ଅଧିକ ପାଣି ପିଉଥିବା ଲୋକଙ୍କ ଓଜନ ଶୀଘ୍ର କମିଥାଏ । ଅନ୍ୟ ପାନୀୟ ପିଇବା ଅପେକ୍ଷା ସାଧା ପାଣି ପିଇଲେ ହିଁ ଶରୀରକୁ କମ କ୍ୟାଲୋରୀ ଯିବା ସହ ଶରୀରରେ ଚର୍ବି ଜମି ନଥାଏ । କିନ୍ତୁ ପାଣିକୁ ନେଇ ଏତେ ଗୁଡିଏ ଭୁଲ ଧାରଣା ଥିଲେ ମଧ୍ୟ ତାହାର ପ୍ରକୃତ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । କିନ୍ତୁ ଅତ୍ୟଧିକ ପାଣି ପିଇବା ମଧ୍ୟ ଶରୀର ପକ୍ଷେ ହାନିକାରକ ହୋଇଥାଏ । ଏହା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ଖୁବ କମିଯାଏ । ଯାହାର ପ୍ରଭାବ ଉଭୟ ମସ୍ତିସ୍କ ଓ ଫୁସଫୁସ ଉପରେ ପଡିଥାଏ ।

ତେଣୁ କରି ଶରୀରର ଆବଶ୍ୟକତା ଅନୁଯାୟୀହିଁ ପାଣି ପିଇଲେ ଶରୀରକୁ ଆବଶ୍ୟକ ହେଉଥିବା ପୋଷାକ ତତ୍ତ୍ୱ ମିଳିବା ସହ ଶରୀର ସୁସ୍ଥ ରହିଥାଏ । କିନ୍ତୁ ଜାଣନ୍ତିକି ୬୦ ବର୍ଷ ପରେ ଶରୀରକୁ ଶୋଷ ଲାଗିବା କ୍ଷମତା କ୍ରମଶଃ କମିଯାଇଥାଏ । ଏଣୁ ଏହି ବୟସର ଲୋକଙ୍କ ପାଣି ପିଇବା ଉପରେ ବିଶେଷ ଧ୍ୟାନ ଦେବା ମଧ୍ୟ ଉଚିତ ।

KNews Bureau

Recent Posts

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

17 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

35 mins ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

43 mins ago

ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

1 hour ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

1 hour ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

8 hours ago