ଲାଇଫ୍ ଷ୍ଟାଇଲ୍

କ’ଣ ଆପଣ ବି ଟଏଲଟରେ ବସି ମୋବାଇଲ ଚଳାଉଛନ୍ତି କି? ହୋଇପାରନ୍ତି ଏହି ମାରାତ୍ମକ ରୋଗର ଶିକାର

ବର୍ତ୍ତମାନ ସମୟରେ ମୋବାଇଲ ଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଯାଇଛି । କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ମୋବାଇଲ୍ ଠାରୁ ଏକ ମିନିଟ୍ ମଧ୍ୟ ଦୂରେଇ ରଖିପାରନ୍ତି ନାହିଁ। ଯଦି ସେମାନଙ୍କର ମୋବାଇଲ୍ ନାହିଁ, ସେମାନେ ଅସ୍ଥିର ହେବା ଆରମ୍ଭ କରନ୍ତି। ଏପରିକି କିଛି ଲୋକଙ୍କ ଅଭ୍ୟାସ ଅଛି ଯେ ସେମାନେ ଶୌଚାଳୟରେ ବସି ଫୋନ୍ ବ୍ୟବହାର କରନ୍ତି, କିନ୍ତୁ ଏହି ଅଭ୍ୟାସ ଅତ୍ୟନ୍ତ ବିପଜ୍ଜନକ । ଏହା ଆପଣଙ୍କୁ ବହୁତ ଅସୁସ୍ଥ କରିପାରେ । ଯଦି ଆପଣ ଟଏଲଟ ଯିବା ବେଳେ ମୋବାଇଲ୍ ନିଅନ୍ତି, ତେବେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ଏହି ବିପଜ୍ଜନକ ବ୍ୟାକ୍ଟେରିଆର କବଜାକୁ ଆସିପାରନ୍ତି ।

ଟଏଲଟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଆପଣ ପାଇଲସ୍ ରୋଗର ସମସ୍ୟାରେ ପଡିପାରନ୍ତି । ଏବେ ବୃଦ୍ଧମାନଙ୍କ ସହିତ ଯୁବକମାନଙ୍କ ମଧ୍ୟରେ ପାଇଲସ୍ ରୋଗ ଦେଖା ଦେଲାଣି। ପାଇଲସ୍ କୁ ହେମୋରୋଇଡ ମଧ୍ୟ କୁହାଯାଏ। ବାସ୍ତବରେ ଏହା ଘଟେ କାରଣ ଯେତେବେଳେ ଆପଣ ଶୌଚାଳୟକୁ ମୋବାଇଲକୁ ନେଇଯାଆନ୍ତି, ସେତେବେଳେ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କମୋଡରେ ବସିଥା’ନ୍ତି ଏବଂ ଆପଣ ସମୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । କାରଣ ଆପଣ ମୋବାଇଲ ଚଳାଇବାରେ ବ୍ୟସ୍ତ ରହିଥାନ୍ତି ।

ବାସ୍ତବରେ କିଛି ଲୋକ ଟଏଲଟରେ ଥିବା କମୋଡ ଉପରେ ବସି ମୋବାଇଲରେ ଖବର ପଢ଼ନ୍ତି। ସୋସିଆଲ ମିଡିଆ ସାଇଟଗୁଡିକ ଚଲାନ୍ତି ଏହା ସହ ଭିଡିଓ ଦେଖନ୍ତି ଓ ଚାଟିଂ କରନ୍ତି। ଦୀର୍ଘ ସମୟ ଟଏଲଟର କମୋଡ ଉପରେ ଅଧିକ ସମୟ ବସିବା ଫଳରେ ଲୋୱର ରିକ୍ଟମ ଓ ଏନସର ମାଂସପେଶୀ ଉପରେ ଚାପ ପଡ଼ିଥାଏ, ଫଳରେ ପାଇଲସ୍ ହେବାର ବିପଦ ବଢ଼ିଥାଏ ।

ଏହା ବ୍ୟତୀତ ଶୌଚାଳୟକୁ ମୋବାଇଲ୍ ନେଇକି ଯିବା ହେତୁ ଆପଣ ବ୍ୟାକ୍ଟେରିଆର ଶିକାର ମଧ୍ୟ ହୋଇପାରନ୍ତି। ଶୌଚାଳୟରେ ଉପସ୍ଥିତ ଥିବା ଜୀବାଣୁ ଆପଣଙ୍କ ମୋବାଇଲରେ ଲାଗିଥାଏ। ଯେତେବେଳେ ଆପଣ ଶୌଚାଳୟରୁ ବାହାରକୁ ଆସନ୍ତି ହାତ ତ ଧୁଅନ୍ତି କିନ୍ତୁ ମୋବାଇଲରେ ବ୍ୟାକ୍ଟେରିଆ ରହିଯାଆନ୍ତି । ଫଳରେ ଏହି ବ୍ୟାକ୍ଟେରିଆ ପୁଣି ମୋବାଇଲରୁ ଆପଣଙ୍କ ହାତରେ ଲାଗିଯାଆନ୍ତି । ଏହି ବ୍ୟାକ୍ଟେରିଆ ଯୋଗୁଁ ଆପଣ ସଂକ୍ରମିତ ହୋଇପାରନ୍ତି ।

Barsha

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago