ସ୍ପେଶାଲ

ସାଥି ମାଙ୍କଡର ଜୀବନ ବଞ୍ଚାଇବାକୁ ଅପ୍ରାଣେ ଚେଷ୍ଟା କଲା ମାଙ୍କଡ, ଶେଷରେ ରକ୍ଷା କରିଦେଲା ପ୍ରାଣ

ଅନ୍ୟର ଜୀବନ ବଞ୍ଚାଇବା ହେଉଛି ମଣିଷର ପ୍ରଥମ କର୍ତ୍ତବ୍ୟ। ଯଦି କେବେ କିଏ ଅସୁବିଧାରେ ପଡିଛନ୍ତି ତାହେଲେ ମାନବିକତା ଦୃଷ୍ଟିରୁ ମଣିଷକୁ ତାକୁ ସାହାଯ୍ୟ କରିବାକୁ ଆଗକୁ ଆସିବା ଉଚିତ। କିନ୍ତୁ ଆଜି କେଉଁଠି ନା କେଉଁଠି ଏହା ଶୁଣିବାକୁ ମିଳୁଛି ଯେ ଦୁନିଆରେ ମାନବିକତା ଶବ୍ଦ ହିଁ ଉଠିଗଲାଣି। କିନ୍ତୁ ଆଜି ଯେଉଁ ଚିତ୍ର ଆମେ ଆପଣଙ୍କୁ ଦେଖାଇବୁ ତାକୁ ଦେଖିଲେ ଆପଣ ବି କହିବେ ବୋଧହୁଏ କଥା କହିପାରୁନଥିବା ଏହି ପଶୁମାନେ ବଞ୍ଚାଇ ରଖିଛନ୍ତି ମାନବିକତାକୁ।

ନିଜ ସାଥି ମାଙ୍କଡର ଜୀବନ ରକ୍ଷା କରିବାକୁ ଅନ୍ୟ ଏକ ମାଙ୍କଡଟି ଯାହା କଲା ହୁଏତ ତାହା ଦେଖି ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନାହିଁ। ରେଳ ଧାରଣାରେ ମୃତ୍ୟୁ ଆଉ ଜୀବନ ସହିତ ସଂଗ୍ରାମ କରୁଥିଲା ମାଙ୍କଡଟି କିନ୍ତୁ ମରିବାକୁ ଦେଲାନି ସାଥି ମାଙ୍କଡ। ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲା ସାଥି ମାଙ୍କଡର ଜୀବନ। ସୂଚନା ମୁତାବକ ଗୋଟେ ମାଙ୍କଡ ରେଲେଓ୍ଵ ଷ୍ଟେସନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି କରେଣ୍ଟ ଖାଇ ଅଚେତ ହୋଇ ପଡିଗଲା। ବେହୋଶ ହୋଇ ମାଙ୍କଡଟି ରେଳ ଧାରଣାରେ ଖସି ପଡିଥିଲା। କିନ୍ତୁ ସାଙ୍ଗରେ ଥିବା ସାଥି ମାଙ୍କଡଟି ତାର ସାଥ୍‌ ଛାଡିନଥିଲା। ସାଙ୍ଗକୁ ମରିବାକୁ ଏକା ଛାଡି ଚାଲିଗଲାନି ସାଥି ମାଙ୍କଡ। ବେହୋସ ହୋଇ ପଡିରହିଥିବା ମାଙ୍କଡର ଜୀବନ ରକ୍ଷା କରିବାକୁ ଅପ୍ରାଣେ ଚେଷ୍ଟା କରିଚାଲିଲା ମାଙ୍କଡଟି। ବାରମ୍ବାର ଅଚେତ ପଡିଥିବା ମାଙ୍କଡକୁ ଉଠାଇବାକୁ ଚେଷ୍ଟା କରୁଥିଲା ସାଥି ମାଙ୍କଡଟି। ନିଜର ସବୁ ବଳକୁ ଲଗାଇଦେଲା ସାଥି ମାଙ୍କଡ ତୁଣ୍ଡରେ ପ୍ରାଣ ଟିକେ ଆଣିବାକୁ। ଏଥିପାଇଁ ସେ ଯାହା ଯାହା ସବୁ କଲା ତାକୁ ଦେଖିଲେ ଆପଣ ବି ତାଜୁବ୍‌ ହୋଇଯିବେ।

ମାଙ୍କଡଟି ଅଚେତ ମାଙ୍କଡକୁ ବାରମ୍ବାର ହଲାଉ ଥାଏ, ଯେମିତି ତାର ହୋସ୍‌ ଆସିଯିବ। ତା ମୁଣ୍ଡକୁ ଉଠାଉଥାଏ, ହଲାଇ ଝୁଲାଇ ଚେତା ଫେରାଇବାକୁ ଚେଷ୍ଟା କରୁଥାଏ। ଆଉ ଏହି ସମୟରେ ସେ ଏପଟ ସେପଟ ଚାହିଁ ଅନ୍ୟର ସାହାଯ୍ୟ ବି ମାଗୁଥିଲା। କିନ୍ତୁ ଅନ୍ୟ ମାଙ୍କଡ ତାକୁ ଏଥିରେ ସାହାଯ୍ୟ କଲେନି କି ସେଠି ଦେଖାଣାହାରୀ ସାଜିଥିବା ମଣିଷ ବି ଆସିଲାନି ମାଙ୍କଡର ଜୀବନ ରକ୍ଷା କରିବାକୁ। କିନ୍ତୁ ତଥାପି ହାର ମାନିଲାନି ମାଙ୍କଡ, ସାଥି ମାଙ୍କଡର ଚେଷ୍ଟା କରିବାକୁ ଲାଗିପଡିଲା ଫୁଲ ଦମରେ। ତାର ଜୀବନ ବଞ୍ଚାଇବାକୁ ରେଳ ଧାରଣା କଡରେ ଥିବା ନାଳରେ ପକାଇ ହୋସ୍‌ ଆଣିବାକୁ ଚେଷ୍ଟା କଲା। ଆଉ ଶେଷରେ ଏଥିରେ ସଫଳ ବି ହେଲା। କରେଣ୍ଟ ଖାଇ ମାଙ୍କଡର ଶରୀର କାମ କରିବା ବନ୍ଦ କରିଦେଇଥିଲା। କିନ୍ତୁ ସାଥି ମାଙ୍କଡ ପାଇଁ ନୂଆ ଜୀବନ ପାଇଲା ମୃତ୍ୟୁ ସହ ସଂଗ୍ରାମ କରୁଥିବା ମାଙ୍କଡ। ଏ ମାଙ୍କଡଟି ଗୋଟେ ଅସହାୟ ଅଚେତ ମାଙ୍କଡର ଜୀବନ ବଞ୍ଚାଇ ସମସ୍ତଙ୍କୁ ଏହା ଶିକ୍ଷା ଦେଇଗଲା ଯେ ଆମକୁ କାହାକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେବା ଆଦୌ ବି ଉଚିତ ନୁହେଁ।

 

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

32 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago