ପେଟ, ଜଙ୍ଘ ଏବଂ ପଛଭାଗର ଚର୍ବି କମ୍‌ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଆସନ

ଅଧିକାଂଶ ଲୋକ ପେଟ, ଜଙ୍ଘ ଏବଂ ପଛଭାଗର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି। ବଢୁଥିବା ଚର୍ବି ଯୋଗୁଁ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ମଧ୍ୟ ଲୋକେ ପଛାଉନାହାନ୍ତି। କିନ୍ତୁ ସେମାନଙ୍କୁ କିଛି ଲାଭ ମିଳୁନାହିଁ। ଏପରି ସ୍ଥଳେ ଆପଣ ଯୋଗ କରି ଚର୍ବି କମାଇପାରିବେ। ଏପରି କିଛି ଯୋଗାସନ ରହିଛି, ଯାହାକୁ କରିବା ଦ୍ୱାରା ପେଟ, ଜଙ୍ଘ ଏବଂ ପଛପଟର ଚର୍ବିକୁ କମ୍‌ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିନେବା କେଉଁ ଆସନ …

ନୌକାସନ :

ଏହି ଆସନକୁ କରିବା ପାଇଁ ଚଟାଣରେ ସିଧା ଭାବେ ଶୋଇପଡନ୍ତୁ। ଏବେ ନିଜ କାନ୍ଧ ଏବଂ ମୁଣ୍ଡକୁ ଉପରକୁ ଉଠାଇ ରଖନ୍ତୁ। ଏହା ପରେ ଆପଣ ଗୋଡକୁ ସିଧା କରି ଉପରକୁ ଉଠାନ୍ତୁ। ଧ୍ୟାନ ରଖନ୍ତୁ, ଆପଣଙ୍କ ହାତ, ଗୋଡ ଏବଂ କାନ୍ଧ ସମାନ୍ତରାଳ ଭାବେ ରୁହେ। ଏହି ଆସନକୁ ୨-୩ ଥର କରନ୍ତୁ।

ତ୍ରିକୋଣାସନ :

ତ୍ରିକୋଣାସନ କରିବା ଦ୍ୱାରା ଅଣ୍ଟାର ଚର୍ବି କମ୍‌ ହୋଇଥାଏ। ଏହି ଆସନକୁ କରିବା ପାଇଁ ପ୍ରଥମେ ନିଜ ଦୁଇ ଗୋଡକୁ ଚଉଡା କରି ସିଧା ହୋଇ ଠିଆ ହୁଅନ୍ତୁ। ଏହାପରେ ମେରୁଦଣ୍ଡକୁ ମୋଡି ଡାହାଣ ହାତକୁ ଡାହାଣ ପାଦରେ ଲଗାନ୍ତୁ।

ବାଳାସନ :

ବାଳାସନ କରିବା ପାଇଁ ପ୍ରଥମେ ଆପଣ ବଜ୍ରାସନ ଅବସ୍ଥାରେ ରହି ବସି ଯାଆନ୍ତୁ। ଏବେ ଆପଣ ନିଜ ମଥାକୁ ମୁଣ୍ଡିଆ ମାରିବା ଭଳି ତଳେ ଲଗାନ୍ତୁ। ଏବେ ଆପଣଙ୍କ ଦୁଇଟି ହାତକୁ ତଳେ ଲଗାଇ ରଖନ୍ତୁ। ଏବେ ଜଙ୍ଘରୁ ଛାତି ଉପରେ ଚାପ ପକାନ୍ତୁ। ଏହି ଅବସ୍ଥାରେ ୨-୪ଟି ମିନିଟ୍‌ ଲଗାଇ ରଖନ୍ତୁ। ଏପରି ଆସନ କରିବା ଦ୍ୱାରା ମୁଣ୍ଡ ଏବଂ ମନ ଶାନ୍ତ ରହିଥାଏ। ଶରୀରରେ ସଙ୍କୋଚନ ଏବଂ ଚିନ୍ତା ଦୂର ମଧ୍ୟ ହୋଇଯିବ। ଏପରି ଆସନ କରିବା ପରେ ଆପଣ ଭଲ ନିଦରେ ଶୋଇପାରିବେ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago