ଲାଇଫ୍ ଷ୍ଟାଇଲ୍

ଥଣ୍ଡା ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି ହୁଏ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲୋକମାନଙ୍କର ଥଣ୍ଡା ପାଣି ପିଇବାକୁ ନେଇ ବିଶ୍ୱାସ ରହିଛି ଯେ ଏହାକୁ ପିଇବା ଦ୍ୱାରା ଓଜନ ବଢିଯାଏ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଯେତେବେଳେ ଆମେ ଥଣ୍ଡା ପାଣି ପିଇଥାଉ, ସେତେବେଳେ ଆମ ଶରୀର ଗରମ ରଖିବା ପାଇଁ ଅଧିକ କ୍ୟାଲୋରୀ ଦରକାର ହୋଇଥାଏ ଏବଂ ଯାହାଫଳରେ ଓଜନ ମଧ୍ୟ ବଢିଥାଏ । କିନ୍ତୁ କେବେ ଆପଣଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ଆସିଛି ଯେ ଏପରି ହେବାର କାରଣ କ’ଣ ? ତେବେ ଥଣ୍ଡା ପାଣି ପିଇବା ପ୍ରକୃତରେ ମୋଟାପଣର କାରଣ ହୋଇପାରେ କି ? ଏହା ସହ ବିଶେଷଜ୍ଞମାନେ କ’ଣ ଏହାକୁ ବିଶ୍ୱାସ କରନ୍ତି ଏବଂ ଥଣ୍ଡା ପାଣି ପିଇବା ପ୍ରକୃତରେ ମୋଟାପଣ ବଢାଏ କି ନାହିଁ । ତାହେଲେ ଆସନ୍ତୁ ଏହାକୁ ନେଇ କିଛି ବିଶେଷ କଥା ଜାଣିବା ।

ଆମ ଶରୀର ପାଇଁ ପାଣି ଅତ୍ୟନ୍ତ ଜରୁରୀ ହୋଇଥାଏ । ଆମ ସ୍ୱାସ୍ଥ୍ୟ ପାଇଁ ସଠିକ୍‌ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ସୂଚନା ମୁତାବକ, ୧୯ ବର୍ଷରୁ ଅଧିକ ବୟସ୍କ ପୁରୁଷମାନେ ପ୍ରତିଦିନ ଅତି କମରେ ୩.୭ ଲିଟର ପାଣି ପିଇବା ଉଚିତ୍ । ଏହା ସହ ୧୯ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ମହିଳାମାନେ ପ୍ରତିଦିନ ଅତି କମରେ ୨.୭ ଲିଟର ପାଣି ପିଇବା ଉଚିତ୍ । କିନ୍ତୁ ଗର୍ଭବତୀ ମହିଳାମାନେ ଏହାଠାରୁ ଅଧିକ ପାଣି ପିଇବା ଆବଶ୍ୟକ ହୋଇଥାଏ । ତେବେ ଠିକ୍‌ ପରିମାଣର ପାଣି ପିଇ ଆମେ ସତେଜ ଏବଂ ଶକ୍ତିଶାଳୀ ଅନୁଭବ କରିଥାଉ । ଏହା ଆମ ସ୍କ୍ରିନ୍‌ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେଣୁ ପ୍ରତିଦିନ ସଠିକ୍‌ ପରିମାଣର ପାଣି ପିଇବା ଉଚିତ ।

ଥଣ୍ଡା ପାଣିକୁ ନେଇ ଲୋକମାନଙ୍କର ଏକ ସାଧାରଣ ବିଶ୍ୱାସ ରହିଛି ଯେ ଏହାକୁ ପିଇବା ଦ୍ୱାରା ଓଜନ ବଢିଥାଏ । କିନ୍ତୁ JCEM ଅନୁଯାୟୀ, କୁହାଯାଉଛି ଯେ ଥଣ୍ଡା ପାଣି ସହିତ ଓଜନ ବଢିବାର କୌଣସି ସମ୍ପର୍କ ନାହିଁ । ବାସ୍ତବରେ ପାଣିରେ କୌଣସି ପ୍ରକାରର କ୍ୟାଲୋରୀ ନାହିଁ, ତେଣୁ ଏହା ଓଜନ ବଢାଇ ପାରିବ ନାହିଁ । ତେବେ ସୂଚନା ଅନୁସାରେ, ଥଣ୍ଡା ପାଣିରେ ଅନ୍ୟ କିଛି ଅସୁବିଧା ହୋଇପାରେ । ଥଣ୍ଡା ପାଣି ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ଯେପରିକି ଗ୍ୟାସ୍, କୋଷ୍ଠକାଠିନ୍ୟ, ଗଳାରେ ଯନ୍ତ୍ରଣା କିମ୍ବା ଗଳା ଫୁଲିବା, ମୁଣ୍ଡବିନ୍ଧିବା, ଦାନ୍ତ ଯନ୍ତ୍ରଣା ପରି ଅନେକ ଆହୁରି ସମସ୍ୟା ହୋଇପାରେ ।
ଯଦି ଆପଣ ବହୁତ ପରିମାଣରେ ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତି ତେବେ ଏହି ଆପଣଙ୍କ ପାଇଁ ଅନେକ ସମସ୍ୟା ଆଣିପାରେ । ତେବେ ସୂଚନା ଅନୁସାରେ,ସାଧାରଣ ଥଣ୍ଡା ପାଣି ପିଇବା ଦ୍ୱାରା କୌଣସି କ୍ଷତି ହୋଇନଥାଏ । ସେହିପରି ଯେତେବେଳେ ଆମେ ଅତ୍ୟଧିକ ଥଣ୍ଡା ଖାଦ୍ୟ ଖାଇଥାଉ କିମ୍ବା ପିଇଥାଉ, ତାହେଲେ ଆମ ଶରୀର ଏହାର ଆଭ୍ୟନ୍ତରୀଣ ତାପମାତ୍ରାକୁ ଠିକ୍‌ ରଖିବା ପାଇଁ ଆମର ଅଧିକ ଶକ୍ତି ଖର୍ଚ୍ଚ ହୋଇଥାଏ । ଯାହାଫଳରେ ଆମ ଶରୀରରେ ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ସେଥିପାଇଁ ଆମକୁ ସଠିକ୍‌ ପରିମାଣରେ ପାଣି ପିଇବା ଉଚିତ । ଏହା ସହ ଆମକୁ ଅତ୍ୟଧିକ ଥଣ୍ଡା ପାଣି ପିଇବା ଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

7 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

8 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

12 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

35 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

49 mins ago