(କେନ୍ୟୁଜ ବ୍ୟୁରୋ): ବାପା ମା’ ଚା ପିଇବା ସମୟରେ ପିଲା ମାନେ ଚା’ ପିଇବାକୁ ଜିଦ୍ କରିଥାନ୍ତି । ସେହି ସମୟରେ ବାପା ମା’ ଚା ପିଇବାକୁ ବାରଣ କରଥାନ୍ତି ଏବଂ ଚା’ ପିଇବା ଦ୍ୱାରା ଚେହେରା କଳା ପଡ଼ିଯିବ ବୋଲି ପିଲାମାନଙ୍କୁ କହିଥାନ୍ତି । ଏଥି ପାଇଁ ଅନେକ ଚା’ ପିଇବା ଠାରୁ ଦୂରେଇ ରୁହନ୍ତି । ତ୍ୱଚା କଳା ପଡ଼ିବା ଦ୍ୱାରା କୌଣସି ସମସ୍ୟା ହୋଇନଥାଏ, କିନ୍ତୁ ଭାରତରେ ଶ୍ୟାମଳ ରଙ୍ଗକୁ ନେଇ ଲୋକେ ଚିନ୍ତିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଚା’ ଦ୍ୱାରା ତ୍ୱଚାରେ କୌଣସି ପରିବର୍ତ୍ତନ ହୁଏ କି ନାହିଁ ।
ପିଲାମାନଙ୍କର ରଙ୍ଗ କଳା ହେବାର କାରଣ ମା’ ମାନଙ୍କର ଅତ୍ୟଧିକ ଚା’ ପିଇବା କୁହାଯାଇଥାଏ । କାରଣ ଚା’ରେ କେଫିନର ମାତ୍ରା ଅଧିକ ରହିଥାଏ, ଯାହା ଛୋଟ ପିଲାଙ୍କ ପାଇଁ ହାନିକାରକ ହୋଇପାରେ । କିନ୍ତୁ ସେହି ପିଲାମାନେ ବଡ଼ ହେବା ପରେ ମଧ୍ୟ ଏପରି କଥାକୁ ବିଶ୍ୱାସ କରି ନେଇଥାନ୍ତି, ଏବଂ ଚା’ ପିଇବା ଠାରୁ ଦୂରେଇ ରୁହନ୍ତି । ଚା’ ପିଇବାର ଅଭ୍ୟାସ ସାଧାରଣତଃ ଖରାପ କିନ୍ତୁ ଅନ୍ଧବିଶ୍ୱାସକୁ ମାନିବା ଉଚିତ ନୁହେଁ ।
ଚା’ ଦ୍ୱାରା ତ୍ୱଚାର ରଙ୍ଗ କଳା ପଡ଼ିବା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ । ତ୍ୱଚା ବିଶେଷଜ୍ଞଙ୍କ କହିବା ଅନୁସାରେ ତ୍ୱଚାର ରଙ୍ଗ କଳା ହେବାର କାରଣ ସାଧାରଣତଃ ଜେନେଟିକ୍ସ, ଜୀବନଶୈଳୀ, ବାହାରେ ବୁଲିବା ଏବଂ ତ୍ୱଚାରେ ରହିଥିବା ମେଲାନିନ ଉପରେ ନିର୍ଭର କରେ । ଚା’ ଦ୍ୱାରା ତ୍ୱଚା କଳା ପଡ଼ିବା ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଧାରଣା ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…