କ୍ରୀଡା

ଆଇପିଏଲ୍‌ ଫାଇନାଲ : ଆଜି ଯଦି ବର୍ଷା ହୁଏ, ତେବେ କେଉଁ ଟିମ୍‌ ହେବ ଚାମ୍ପିଅନ ?

ଆଇପିଏଲ୍‌ ୨୦୨୩ ଫାଇନାଲ ମ୍ୟାଚକୁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଯାହା ଆଜି ଖେଳାଯିବ । ତେବେ ଆଜି ଅହମଦାବାଦରେ ପାଣିପାଗ ଭଲ ରହିଛି । ଯଦି ଆଜି ମଧ୍ୟ ବର୍ଷା ହୁଏ, ତେବେ କ’ଣ ହେବ ଫଳାଫଳ ଏହାକୁ ନେଇ ଫ୍ୟାନ୍ସ ଅନେକ ଆକଳନ କରୁଛନ୍ତି ।

ଚେନ୍ନାଇ ଏବଂ ଗୁଜରାଟ ଫାଇନାଲ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ରାତି ୧୧ଟା ଯାଏଁ ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍‌ ହୋଇପାରିଲା ନାହିଁ କି ସୁପର ଓଭର ମଧ୍ୟ ହେଲା ନାହିଁ । ତେବେ ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଯଦି ରିଜର୍ଭ ଡେ’ରେ ବର୍ଷା ହୁଏତ ତେବେ କ୍ଷତି ଚେନ୍ନାଇର ହେବ । ଖବର ମୁତାବକ, ପଏଣ୍ଟ ଟେବୁଲ ତାଲିକାରେ ଶୀର୍ଷରେ ଗୁଜରାଟ ଟାଇଟନ୍ସ ରହିଥିବାରୁ ବିଜେତା ଘୋଷଣା ହୋଇପାରେ । ଫଳରେ ଚେନ୍ନାଇ ଟାଇଟଲ ହରାଇ ପାରେ ।

ଫାଇନାଲରେ ବର୍ଷା ହେଲେ ମ୍ୟାଚ୍‌ ଓଭର କମ୍‌ କରାଯିବାର ନିୟମ ରହିଛି । ତେବେ ମ୍ୟାଚ୍‌ର ଓଭର ସମୟ ଅନୁସାରେ ହେବ । ପ୍ରଥମେ ଗୋଟେ ଓଭର କମ୍‌ କରାଯିବ । ତା’ ପରେ ୩, ୫ , ୭ ଓଭର କମ୍‌ କରାଯିବ । ସମୟ ବଢିବା ସହିତ ଓଭର କମ୍‌ ହେବ । ଶେଷକୁ ୫-୫ ଓଭର ଖେଳ ହେବ । ଯଦି ଏହା ସମ୍ଭବ ନ ହେଲା, ତେବେ ସୁପର ଓଭର ଖେଳ ହେବ ।

Swagatika

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

16 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

38 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

41 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago