ଆଇପିଏଲ୍ ଫାଇନାଲ : ଆଜି ଯଦି ବର୍ଷା ହୁଏ, ତେବେ କେଉଁ ଟିମ୍ ହେବ ଚାମ୍ପିଅନ ?
ଚେନ୍ନାଇ ଏବଂ ଗୁଜରାଟ ଆଇପିଏଲ୍ ଫାଇନାଲରେ ମ୍ୟାଚ ରିଜର୍ଭ ଡେରେ ହେବାକୁ ରହିଛି । ଯଦି ଆଜି ବର୍ଷା ହୁଏ ତେବେ ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାରେ ରହିଥିବାରୁ ଆଇପିଏଲ୍ ଟ୍ରଫି ବାଜି ମାରିନେବ ।
ଆଇପିଏଲ୍ ୨୦୨୩ ଫାଇନାଲ ମ୍ୟାଚକୁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଯାହା ଆଜି ଖେଳାଯିବ । ତେବେ ଆଜି ଅହମଦାବାଦରେ ପାଣିପାଗ ଭଲ ରହିଛି । ଯଦି ଆଜି ମଧ୍ୟ ବର୍ଷା ହୁଏ, ତେବେ କ’ଣ ହେବ ଫଳାଫଳ ଏହାକୁ ନେଇ ଫ୍ୟାନ୍ସ ଅନେକ ଆକଳନ କରୁଛନ୍ତି ।
ଚେନ୍ନାଇ ଏବଂ ଗୁଜରାଟ ଫାଇନାଲ ମ୍ୟାଚ୍ ପାଇଁ ଫ୍ୟାନ୍ସ ରାତି ୧୧ଟା ଯାଏଁ ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ହୋଇପାରିଲା ନାହିଁ କି ସୁପର ଓଭର ମଧ୍ୟ ହେଲା ନାହିଁ । ତେବେ ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଯଦି ରିଜର୍ଭ ଡେ’ରେ ବର୍ଷା ହୁଏତ ତେବେ କ୍ଷତି ଚେନ୍ନାଇର ହେବ । ଖବର ମୁତାବକ, ପଏଣ୍ଟ ଟେବୁଲ ତାଲିକାରେ ଶୀର୍ଷରେ ଗୁଜରାଟ ଟାଇଟନ୍ସ ରହିଥିବାରୁ ବିଜେତା ଘୋଷଣା ହୋଇପାରେ । ଫଳରେ ଚେନ୍ନାଇ ଟାଇଟଲ ହରାଇ ପାରେ ।
ଫାଇନାଲରେ ବର୍ଷା ହେଲେ ମ୍ୟାଚ୍ ଓଭର କମ୍ କରାଯିବାର ନିୟମ ରହିଛି । ତେବେ ମ୍ୟାଚ୍ର ଓଭର ସମୟ ଅନୁସାରେ ହେବ । ପ୍ରଥମେ ଗୋଟେ ଓଭର କମ୍ କରାଯିବ । ତା’ ପରେ ୩, ୫ , ୭ ଓଭର କମ୍ କରାଯିବ । ସମୟ ବଢିବା ସହିତ ଓଭର କମ୍ ହେବ । ଶେଷକୁ ୫-୫ ଓଭର ଖେଳ ହେବ । ଯଦି ଏହା ସମ୍ଭବ ନ ହେଲା, ତେବେ ସୁପର ଓଭର ଖେଳ ହେବ ।