ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ ନେଲା ସୂର୍ଯ୍ୟର ଅଦ୍ଭୁତ ଚିତ୍ର

ସୂର୍ଯ୍ୟର ଅଦ୍ଭୁତ ଚିତ୍ର ଉତ୍ତୋଳନ କରିଥିବା ଡେନିଆଲ କେ. ଇନୌୟେ ସୋଲାର ଟେଲିସ୍କୋପ ବିଶ୍ୱର ସବୁୁଠାରୁ ଶକ୍ତିଶାଳୀ ଟେଲିସ୍କୋପ କୁହାଯାଇଥାଏ । ଫାଉଣ୍ଡେସନ ଏହି ଚିତ୍ର ଗୁଡ଼ିକ ଅଦ୍ଭୁତପୂର୍ବ କହିଛି । ଏହି ଚିତ୍ର ବୈଜ୍ଞାନିକମାନଙ୍କୁ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ରକୁ ଭଲ ଭାବେ ବୁଝିବା ପାଇଁ ସାହାଯ୍ୟ କରିବ ।

(କେନ୍ୟୁଜ ବ୍ୟୁରୋ): ବିଶ୍ୱର ସର୍ବୋତ୍ତମ ଶକ୍ତିଶାଳୀ ସୋଲାର ଟେଲିସ୍କୋପ ସୂର୍ଯ୍ୟର କିଛି ନୂଆ ଏବଂ ଅଦ୍ଭୁତ ଚିତ୍ର ଉତ୍ତୋଳନ କରିଛି । ଉତ୍ତୋଳନ ହୋଇଥିବା ଚିତ୍ରରେ ସନସ୍ପଟ ଏବଂ ଅନ୍ୟ ବିଶେଷ ତଥ୍ୟ ବିଷୟରେ ଜଣା ପଡ଼ିଛି । ମେ ୧୯ରେ ଜାରି ହୋଇଥିବା ୮ଟି ଚିତ୍ର ଆମେରିକାର ହାଓ୍ଵାଇ ମାଓ ଦ୍ୱୀପରେ ଅବସ୍ଥିତ ନେସନାଲ ସାଇନ୍ସ ଫାଉଣ୍ଡେସନ ର ଡେନିଆଲ କେ. ଇନୌୟେ ସୋଲାର ଟେଲିସ୍କୋପ ବ୍ୟବହାର କରି ଏହି ଚିତ୍ର ଉତ୍ତୋଳନ କରାଯାଇଥିଲା । ଏହି ଟେଲିସ୍କୋପର ଲମ୍ବ ୧୩.୧ ଫୁଟ ବୋଲି ଜଣା ପଡ଼ିଛି । ତେବେ ବର୍ତ୍ତମାନ ସୂର୍ଯ୍ୟର ଗିତିବିଧି ଅଧିକ ହୋଇଯାଇଛି । କାରଣ ଜୁଲାଇ ୨୦୨୫ର ସୋଲାର ମ୍ୟାକ୍ସିମମ ବର୍ତ୍ତମାନ ନିକଟତର ହୋଇଛି ।

ସୋଲାର ମ୍ୟାକ୍ସିମମ ହେଉଛି ସୂର୍ଯ୍ୟର ୧୧ ବର୍ଷ ମଧ୍ୟରେ ହେଉଥିବା ଚକ୍ରର ଚରମ ବିନ୍ଦୁ । ଯେତେବେଳେ ସୂର୍ଯ୍ୟ ସବୁଠାରୁ ଅଧିକ ସକ୍ରିୟ ରହିଥାଏ ଏହି ସୋଲାର ମ୍ୟାକ୍ସିମମ ହୋଇଥାଏ । ସୂର୍ଯ୍ୟର ଅଦ୍ଭୁତ ଚିତ୍ର ଉତ୍ତୋଳନ କରିଥିବା ଡେନିଆଲ କେ. ଇନୌୟେ ସୋଲାର ଟେଲିସ୍କୋପ ବିଶ୍ୱର ସବୁୁଠାରୁ ଶକ୍ତିଶାଳୀ ଟେଲିସ୍କୋପ କୁହାଯାଇଥାଏ । ଫାଉଣ୍ଡେସନ ଏହି ଚିତ୍ର ଗୁଡ଼ିକ ଅଦ୍ଭୁତପୂର୍ବ କହିଛି । ଏହି ଚିତ୍ର ବୈଜ୍ଞାନିକମାନଙ୍କୁ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ରକୁ ଭଲ ଭାବେ ବୁଝିବା ପାଇଁ ସାହାଯ୍ୟ କରିବ ।

ବୈଜ୍ଞାନିକଙ୍କ ଅନୁସାରେ ଏହି ଚିତ୍ର ସୌର ଝଡ଼ ସମ୍ବନ୍ଧୀୟ ତଥ୍ୟ ଯୋଗାଇ ପାରିବ । ଚିତ୍ରରେ କଏଦ ହୋଇଥିବା ସନସ୍ପଟ ସୂର୍ଯ୍ୟରେ ଥିବା ଗଭୀର ଏବଂ ଥଣ୍ଡା ଅଞ୍ଚଳକୁ ଦେଖାଇଛି । ନେସନାଲ ସାଇନ୍ସ ଫାଉଣ୍ଡେସନ ଅନୁସାରେ, ଏହି କ୍ଷେତ୍ର ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହାର ଆକାର ଭିନ୍ନ ଭିନ୍ନ ହୋଇଥାଏ । ଅଧିକାଂଶ ସମୟରେ ଏହା ପୃଥିବୀ ଆକାର ସହିତ ନଚେତ୍‌ ଏହା ଠାରୁ ବଡ଼ ମଧ୍ୟ ହୋଇଥାଏ । ସନସ୍ପଟ ଚିତ୍ରରେ ନଜର ଆସୁଥିବା ଚମକୁଥିବା ଡଟ୍‌ସ ଗୁଡ଼ିକୁ ‘ଅମ୍ବ୍ରଲ ଡଟ୍‌ସ’ କୁହାଯାଇଥାଏ ।

ଅନ୍ୟ ଚିତ୍ର ସୂର୍ଯ୍ୟର ଶାନ୍ତ ଅଞ୍ଚଳକୁ ଦର୍ଶାଇଛି । ଏକ ଫଟୋରେ ‘ଲାଇଟ ବ୍ରିଜ’କୁ ମଧ୍ୟ ଦେଖାଯାଇଛି । ଏହି ଟେଲିସ୍କୋପ କ୍ରୋମୋସ୍ଫିୟର ଏବଂ ସୂର୍ଯ୍ୟ ଉପରେ ଥିବା ବାୟୁମଣ୍ଡଳ ସ୍ତର ର ମଧ୍ୟ ଚିତ୍ର ନେଇଛି । ଚିତ୍ର ଉତ୍ତୋଳନ ସମୟରେ ଅନୁସନ୍ଧାନକାରୀଙ୍କୁ ଟେଲିସ୍କୋପ ବ୍ୟବହାର କରିବା ପାଇଁ କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.