ଏଣିକି WhatsAppରେ ହେବ ସ୍କ୍ରିନ ସେୟାରିଂ, ମିଳିବ Google Meet ପରି ସୁବିଧା

WhatsApp ପକ୍ଷରୁ ସ୍କ୍ରିନ ସେୟାରିଂ ଅପସନର ଟେଷ୍ଟିଂ ଜାରି ରହିଛି । Google Meet ଓ Microsoft Teams ପରି ସୁବିଧା ଉପଲବ୍ଧ ହେବ । ଏହି ଫିଚର ଏବେ ବେଟା ଚାନେଲରେ WhatsApp ଟେଷ୍ଟର ମାନଙ୍କ ପାଇଁ ଉପଲବ୍ଧ ହୋଇ ରହିଛି । ଏହାସହ ଏହା WhatsApp Desktop ଓ Web Versionରେ ଏହା ଉପଲବ୍ଧ ହେବ ।

କେନ୍ୟୁଜ୍‌(ବ୍ୟୁରୋ): ଇନଷ୍ଟାଣ୍ଟ ମେସେଜିଂ ଆପ୍ଳିକେସନ WhatsApp ପୂର୍ବରୁ ଭିଡିଓ କଲିଂର ସେବା ଜାରି ରଖିଛି । ଏଥିରେ ହାଇ କ୍ୱାଲିଟି ଭିଡିଓ କଲ କରି ଆମେ ଆମର ପ୍ରିୟଜନଙ୍କ ସହ କଥା ହୋଇ ପାରୁଛେ । ସେମାନେ ଦୂରରେ ରହିଥିଲେ ବି ଆମେ ତାଙ୍କୁ ଭର୍ଚୁଆଲରେ ପାଖରେ ପାଇ ପାରୁଛେ । ଭିଡିଓ କଲ କ୍ଷେତ୍ରରେ ଏହା WhatsAppର ବେସିକ ଫିଚର ରହିଆସିଛି । ଏବେ WhatsApp ପକ୍ଷରୁ ଏଥିରେ ନୂଆ ନୂଆ ଅପଡେଟ ଆସିବାକୁ ଲାଗିଲାଣି । ଅଧିକ ଫିଚର ସହ ଏହା ଆସିବାକୁ ଯାଉଛି ଯାହାର ଫାଇଦା ୟୁଜର ପାଇ ପାରିବେ । ତେବେ କଣ ଏହି ଫିଚର ଆସନ୍ତୁ ନଜର ପକାଇବା ।

WhatsApp ପକ୍ଷରୁ ସ୍କ୍ରିନ ସେୟାରିଂ ଅପସନର ଟେଷ୍ଟିଂ ଜାରି ରହିଛି । ଭିଡିଓ କଲ ସମୟରେ ସ୍କ୍ରିନ ସେୟାର କରାଯାଇ ପାରିବ । Google Meet ଓ Microsoft Teams ପରି ସୁବିଧା ଉପଲବ୍ଧ ହେବ । ସ୍କ୍ରିନ ସେୟାରିଂ ଅପସନ ଜରିଆରେ ହୋଷ୍ଟ ତାଙ୍କ ସ୍କ୍ରିନରେ ଥିବା କଣ୍ଟେଣ୍ଟକୁ ଅନ୍ୟ ୟୁଜରଙ୍କୁ ଡିସପ୍ଲେ କରିପାରିବେ । ଏହା ବିଶେଷ କରି ଅଫିସ ମିଟିଂ ପାଇଁ ଅଧିକ ମାତ୍ରାରେ ଲାଭଦାୟକ ହୋଇପାରିବ । ଏହି ଫିଚର ଏବେ ବେଟା ଚାନେଲରେ WhatsApp ଟେଷ୍ଟର ମାନଙ୍କ ପାଇଁ ଉପଲବ୍ଧ ହୋଇ ରହିଛି । ପରେ ଆଇଓଏସ ୟୁଜରଙ୍କ ପାଇଁ ମଧ୍ୟ ଏହି ଫିଚର ଉପଲବ୍ଧ ହେବ । ଏହାସହ ଏହା WhatsApp Desktop ଓ Web Versionରେ ଏହା ଉପଲବ୍ଧ ହେବ ।

WhatsApp Beta Info ପକ୍ଷରୁ ଏହି ଫିଚର କିପରି କାମ କରିବ ତାହାର କିଛି ସ୍କ୍ରିନସଟ ସେୟାର କରାଯାଇଛି । ଭିଡିଓ କଲ ସ୍କ୍ରିନର ତଳ ପାର୍ଶ୍ୱରେ ଏକ ନୂଆ ସ୍କ୍ରିନ ସେୟାରିଂ ବଟନ ଦିଆଯାଇଛି । ଏହାପରେ ଭିଡିଓ ଓ ଓଡିଓ ମ୍ୟୁଟ ବଟନ ରହିଛି । ସ୍କ୍ରିନ ସେୟାରିଂ ବଟନ ଉପରେ କ୍ଲିକ କଳାପରେ ପ୍ରମ୍ପ୍ଟ ରିଡିଂ ସ୍କ୍ରିନରେ ଆସିବ । ଏପରିକି ଏଥିରେ ଓଡିଓ ମଧ୍ୟ ଶୁଣାଯାଇ ପାରିବ । ୟୁଜରଙ୍କ ପାଖରେ ସ୍କ୍ରିନ ସେୟାରର ସମସ୍ତ କଣ୍ଟ୍ରୋଲ ରହିଛି । ଯେ କୌଣସି ସମୟରେ ୟୁଜର ସ୍କ୍ରିନ ସେୟାରକୁ ବନ୍ଦ କରିପାରିବେ ଓ ଆରମ୍ଭ କରିପାରିବେ । ଏହି ଫିଚରକୁ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଆଡିସିନାଲ ପରମିସନ ଦେବାକୁ ପଡ଼ିବ । ଏଥିରେ ଏକା ସାଙ୍ଗରେ ୩୨ ଜଣ ୟୁଜର କଲରେ ରହିପାରିବେ । ଏହା ବର୍ତ୍ତମାନ କିନ୍ତୁ ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.