ଆମ୍ବୁଲାନ୍ସରେ ମଦର ଆସର, ପଚାରିବାରୁ କହିଲେ ‘କିଛି ଅସୁବିଧା ନାହିଁ’
ଗାଡି ଆଗରେ ଜଣେ ମହିଳା ମଧ୍ୟ ବସି ଥିବାର ଦେଖିବାକୁ ମିଳିଛି। ହାତରେ ମଦ ଗ୍ଲାସ, ଗାଡିରେ ମଦ ବୋତଲ ଓ କିଛି ଖାଦ୍ୟ ରଖା ଯାଇଛି। ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଆମ୍ବୁଲାନ୍ସରେ କାହିଁକି ମଦ୍ୟ ପାନ କରୁଛ ବୋଲି ପଚାରିବାରୁ ଗାଡି ଚାଳକ ପ୍ରାଇଭେଟ ଆମ୍ବୁଲାନ୍ସରେ ମଦ ପିଇଲେ କିଛି ଅସୁବିଧା ନାହିଁ।
ଯାଜପୁର(କେନ୍ୟୁଜ):ଆମ୍ବୁଲାନ୍ସରେ ମଦ ପିଆ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ। ଛତିଆ ଠାରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ କିଛି ବ୍ୟକ୍ତି ମଦ୍ୟପାନ କରୁଥିବାର ଦୃଶ୍ୟ ସମ୍ନାକୁ ଆସିଛି। ଗାଡି ଆଗରେ ଜଣେ ମହିଳା ମଧ୍ୟ ବସି ଥିବାର ଦେଖିବାକୁ ମିଳିଛି। ହାତରେ ମଦ ଗ୍ଲାସ, ଗାଡିରେ ମଦ ବୋତଲ ଓ କିଛି ଖାଦ୍ୟ ରଖା ଯାଇଛି। ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଆମ୍ବୁଲାନ୍ସରେ କାହିଁକି ମଦ୍ୟ ପାନ କରୁଛ ବୋଲି ପଚାରିବାରୁ ଗାଡି ଚାଳକ ପ୍ରାଇଭେଟ ଆମ୍ବୁଲାନ୍ସରେ ମଦ ପିଇଲେ କିଛି ଅସୁବିଧା ନାହିଁ।
ରୋଗୀକୁ ଛାଡି ଫେରୁଥିବା ସମୟରେ ବାଟରେ ରହି ମଦ୍ୟପନ କରୁଥିବା କହୁଛନ୍ତି। ସ୍ଥାନୀୟ ଲୋକେ ମଦ୍ୟପାନ କରୁଥିବା ଭିଡିଓ ଉତୋଳନ କରିଥିବା ବେଳେ ଭିଡିଓଟି ଏବେ ଭାଇରଲ ହୋଇଛି। ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସରେ ମଦ୍ୟପାନ କରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।