ନାବାଳକଙ୍କୁ ବାଲେଶ୍ୱରରୁ ଉଠାଇଲେ ଉଦଳାରେ ପକାଇ ଦେଇ ଚାଲିଗଲେ

ଟ୍ୟୁସନ ପଢିବାକୁ ଆସିଥିଲା ନାବାଳକ । କାରରେ ଯାଉଥିଲେ ୩ ଜଣ ବ୍ୟକ୍ତି। ଆଉ ତାଙ୍କୁ ବାଲେଶ୍ୱରରୁ ଉଠାଇ ନେଲେ ଆଉ ଉଦଳାରେ ନାବାଳକକୁ ରାସ୍ତା କଡରେ ପକାଇ ଦେଇ ଚାଲିଗଲେ । ତେବେ ନାବାଳକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ଏଭଳି ଘଟଣା।

ଉଦଳା(କେନ୍ୟୁଜ୍‌): ଟ୍ୟୁସନ ପଢିବାକୁ ଆସିଥିଲା ନାବାଳକ । କାରରେ ଯାଉଥିଲେ ୩ ଜଣ ବ୍ୟକ୍ତି। ଆଉ ତାଙ୍କୁ ବାଲେଶ୍ୱରରୁ ଉଠାଇ ନେଲେ ଆଉ ଉଦଳାରେ ନାବାଳକକୁ ରାସ୍ତା କଡରେ ପକାଇ ଦେଇ ଚାଲିଗଲେ । ତେବେ ନାବାଳକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ଏଭଳି ଘଟଣା । ଆମେ ବାହାରକୁ ପିଲାମାନଙ୍କୁ ଛାଡ଼ୁଛନ୍ତି ହେଲେ ବାହାରେ ପିଲାମାନେ କେତେ ସୁରକ୍ଷିତ ତାହା ଆମେ କେବେ ଭାବି ନାହିଁ କି ସେ ବିଷୟରେ ଚିନ୍ତା କରିନାହାଁନ୍ତି ।

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି, ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଚନ୍ଦନେଶ୍ୱର ସାହୁଙ୍କ ପୁଅ ଜନ୍ମେଞ୍ଜୟ ସାହୁ ଆଜି ଅପରାହ୍ନରେ ଟ୍ୟୁସନ ଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ନିକଟରେ ଗୋଟିଏ କାରରେ ୩ ଜଣ ବ୍ୟକ୍ତି ଆସି ତାଙ୍କୁ ଉଦଳାକୁ ରାସ୍ତା ପଚାରିଥିଲେ। ନାବାଳକ ଜଣକ ହାତ ଦେଖାଇ ରାସ୍ତା କହୁଥିବା ସମୟରେ କାରରେ ଥିବା ଲୋକେ ତାକୁ କାର ଭିତରକୁ ଭିଡି ନେଇଥିଲେ । ପରେ କାରରେ ଜବରଦସ୍ତି ବସାଇ ଉଦଳା ଅଭିମୁଖେ ନେଇ ଆସିଥିଲେ। ବାଟରେ ନାବାଳକକୁ ଇଂଜେକ୍ସନ ଦେଇଥିଲେ କାରରେ ଥିବା ଦୁର୍ବୃତ୍ତ । ପରେ ଉଦଳା ନିକଟରେ ନାବାଳକର ଚେତା ଆସିବାରୁ ସେ ପାଟି କରିବା ସହିତ କାର ଭିତରେ ପେଲାଠେଲା କରିଥିଲା। ଯେଉଁଥି ପାଇଁ ଦୁର୍ବୃତ୍ତ ମାନେ ନାବାଳକକୁ ଉଦଳା ବସଷ୍ଟାଣ୍ଡ ଆଗରେ ରାସ୍ତା କଡରେ ଗାଡ଼ିରୁ ପକାଇ ଦେଇ ଚାଲିଯାଇଥିଲେ ।

ଆଉ ସେହି ସମୟରେ ସ୍ଥାନୀୟ ଲୋକେ ରାସ୍ତା ପାର୍ଶ୍ଵରେ ନାବାଳକ ପଡ଼ିଥିବା ଦେଖି ତାକୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଏବଂ ନାବାଳକ ଜଣ ତା ମାଙ୍କୁ ଫୋନ କରି ସବୁକଥା ଜଣାଇଥିଲେ । ଉଦଳା ପୋଲିସ ନାବାଳକକୁ ନେଇ ତା ନିକଟରୁ ଘଟଣା ବାବଦରେ ବୁଝିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଉଦଳାରେ ପହଞ୍ଚିଥିବା ବେଳେ ଗାଡିରେ ୩ ଜଣ ଦୁବୃତ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପଛର କାରଣ ଓ ଦୁର୍ବୃତ୍ତ ମାନଙ୍କୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.