ଏହି ଦିନ ଘର ପୋଛିବା ଦ୍ୱାରା ଅସନ୍ତୁଷ୍ଟ ହୁଅନ୍ତି ମା’ଧନଦାତ୍ରୀ, ଭୁଲ୍‌ରେ ବି ଏହି ବାରରେ ଧୁଅନ୍ତୁନି ଘରଦ୍ୱାର

ସଫାସୁତୁରା ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଏଣୁ ସମସ୍ତେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି। ଖାସ୍‌ କରି ମହାଲକ୍ଷ୍ମୀଙ୍କ ବାର ବା ଗୁରୁବାର ପୂର୍ବରୁ ସମସ୍ତେ ଘର ସଫା କରନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ ଶ୍ରୀୟା ନାମ୍ନୀ ଜଣେ ଚଣ୍ଡାଳୁଣୀର ପରିଷ୍କାର ପରିଚ୍ଛନ୍ନତା ଓ ଭକ୍ତିରେ ପ୍ରସନ୍ନ ହୋଇ ମା’ ଲକ୍ଷ୍ମୀ ତାଙ୍କ ଘରେ ପ୍ରବେଶ କରିଥିଲେ। ଏଥିସହ ଶ୍ରୀୟାଙ୍କ ମନ ଜାଣି ତାଙ୍କୁ ବରଦାନ ମଧ୍ୟ କରିଥିଲେ। ଏଣୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ସମସ୍ତେ ଘରକୁ ପରିଷ୍କାର ରଖିଥାନ୍ତି। ମାତ୍ର ଘରକୁ ପୋଛା ପୋଛି କରିବାର ମଧ୍ୟ କେତେକ ନିୟମ ରହିଛି। କିଛି ଏମିତି ବାର ମଧ୍ୟ ରହିଛି ଯେଉଁଦିନ ଘର ପୋଛିବାକୁ ବାରଣ କରାଯାଇଛି। ଆଜି ଆସନ୍ତୁ ଜାଣିବା କେଉଁଦିନ ଘର ପୋଛିବା ମନା:

  • ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଗୁରୁବାର ଦିନ କେବେ ବି ଘର ପୋଛିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ସବୁବେଳେ ସକାଳୁ ସକାଳୁ ହିଁ ଘର ପୋଛିବା ଉଚିତ୍‌। କାରଣ ପ୍ରାତଃକାଳକୁ ଦିନର ସବୁଠାରୁ ଶୁଭ ଓ ଶାନ୍ତ ସମୟ କୁହାଯାଏ। ଏହି ସମୟରେ ଯେଉଁକାମ କରାଯାଏ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଅନ୍ୟପଟେ ମଧ୍ୟାହ୍ନ ପରେ ଘର ପୋଛିବାକୁ ଶାସ୍ତ୍ରବିତ୍‌ମାନେ ବାରଣ କରିଛନ୍ତି।

  • ଘର ପୋଛିବା ବେଳେ ପାଣିରେ କିଛି ଲୁଣ ପକାଇ ପୋଛନ୍ତୁ। ଏହା ଦ୍ୱାରା ଚଟାଣରୁ ଜୀବାଣୁ ସଫା ହୋଇଯିବେ ଫଳରେ ଘରେ ପିମ୍ପୁଡ଼ି ହେବେ ନାହିଁ।
  • ଆପଣ ଚାହିଁଲେ ପାଣିରେ କିଛି ନିମ ପତ୍ର ପକାଇ ତାକୁ ଭଲ ଭାବେ ଫୁଟାଇ ସେହି ପାଣିରେ ମଧ୍ୟ ଘର ପୋଛି ପାରିବେ। ଏହାଦ୍ୱାରା ମଧ୍ୟ ଘର ପରିଷ୍କାର ରହିବା ସହ ଦୁର୍ଗନ୍ଧ ଦୂର ହୁଏ।

  • ପାଣି କିଛି ବୁନ୍ଦା କିରୋସିନ ପକାଇ ଘର ପୋଛିବା ଦ୍ୱାରା ମଧ୍ୟ ଘରେ ଉଇ ହୁଅନ୍ତି ନାହିଁ।
WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago