ଲାଇଫ୍ ଷ୍ଟାଇଲ୍

ରାତିରେ ନଖ କାଟିବା ଶୁଭ ନା ଅଶୁଭ! ଜାଣନ୍ତୁ ଅନ୍ଧବିଶ୍ୱାସ ରହିଛି ନା ଭ୍ରାନ୍ତଧାରଣା

ଘରର ଗୁରୁଜନମାନେ ଅନେକ ସମୟରେ ଆମମାନଙ୍କୁ ବହୁତ ଛୋଟ ବଡ ଜାଣିବା କଥା ଶିଖାଇଥାନ୍ତି। ଯେତିମିକି ଚପଲ ଓଲଟା ରଖିବା, ଗୁରୁବାର ଦିନ ନଖ ନ କାଟିବା, ରାତିରେ ଝାଡୁ ନ କରିବା ଇତ୍ୟାଦି। ଏହାମଧ୍ୟରେ ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି। କିନ୍ତୁ ଏହା ପଛରେ କେଉଁ କାରଣ ରହିଛି, ତାହା ଆମକୁ କୁହନ୍ତି ନାହିଁ। ରାତିରେ ନଖ କାଟିବା ଯୋଗୁଁ ଜୀବନରେ ଅଶୁଭତା ଆସିଥାଏ ବୋଲି ଆମେ ଶୁଣିଛେ। ବର୍ତ୍ତମାନ ଯୁଗ ଅନୁଯାୟୀ ଅନେକ ପରିବର୍ତ୍ତନ ଆସିଛି। ଠିକ୍‌ ସେହିପରି ଆଗକାଳର ଲୋକ ଏବଂ ଏବେକାର ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଅନେକ ଅନ୍ତର ରହିଛି। ବର୍ତ୍ତମାନର ଯୁବପିଢି ତର୍କ ନ କରି କୌଣସି ବିଚାରକୁ ଆପଣାଇବା ଅସମ୍ଭବ।

ପ୍ରଥମ କାରଣ : ନଖ ଆମ ଆଙ୍ଗୁଠିକୁ ସୁରକ୍ଷିତ ରଖିଥାଏ। ଆମ ଆଙ୍ଗୁଠିକୁ ଅନ୍ୟ ଆଘାତରୁ ବଞ୍ଚାଇବା ପାଇଁ ନଖ ରହିଥାଏ। ପୁରାତନ ଯୁଗରେ ପ୍ରାୟ ସମସ୍ତଙ୍କ ଘରେ ବିଜୁଳି ଆଲୋକ ନଥିଲା। ଏଥିପାଇଁ ସୂର୍ଯ୍ୟ ଆଲୋକରେ ଲୋକମାନେ ସବୁ କାର୍ଯ୍ୟ କରୁଥିଲେ। ସେଥିପାଇଁ ଲୋକମାନେ ଆଗକାଳରେ ଦିନ ସମୟରେ ହିଁ ନଖ କାଟୁଥିଲେ।

ଦ୍ୱିତୀୟ କାରଣ : ଏହାଛଡା ପ୍ରାଚୀନ କାଳରେ ଲୋକଙ୍କ ପାଖରେ ନେଲ୍‌କଟର ଉପଲବ୍ଧ ନଥିଲା। ସେତେବେଳେ ଲୋକ ନଖକୁ ଛୁରିରେ କାଟୁଥିଲେ। ସେଥିପାଇଁ ନଖକୁ କୌଣସି ଆଘାତ ନ ପହଞ୍ଚିବା ପାଇଁ ଦିନରେ ସୂର୍ଯ୍ୟ ଆଲୋକରେ ସେମାନେ ନଖର କାଟିବାକୁ ବାଧ୍ୟ ହେଉଥିଲେ।

ତୃତୀୟ କାରଣ : ନଖ କାଟିବା ସମୟରେ ନଖ ଛିଟିକ୍‌ ପଡି କୌଣସି ଖଦ୍ୟ ପଦାର୍ଥ ହେଉ ଅବା ଆଖିରେ ହେଉ ପଡିଯିବାର ଭୟ ଥାଏ। ଏଥିପାଇଁ ରାତିରେ ନଖ କାଟିବାକୁ ବାରଣ କରାଯାଇଥାଏ। କହିବାକୁ ଗଲେ, ପ୍ରାଚୀନ କାଳରେ ରାତିରେ ଆଲୋକ ନଥିବା ଯୋଗୁଁ ଗୁରୁଜନମାନେ ନଖ କାଟିବାକୁ ମନା କରୁଥିବେ। ଯାହାକୁ ଏବେ ଲୋକ ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତଧାରଣାରେ ପରିବର୍ତ୍ତନ କରିସାରିଲେଣି।

Swagatika

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

7 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

35 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

54 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago