ସ୍ପେଶାଲ

ବଜରଙ୍ଗବଲୀ ବାନର ଥିଲେ ନା କିଛି ଅଲଗା, କଣ ଆଜି ବି ରହିଛନ୍ତି ଏଭଳି ମନୁଷ୍ୟ

ଭଗବାନ ରାମଙ୍କୁ ୧୪ ବର୍ଷ ବନବାସ ହେବା ସମୟରେ ରାମଚନ୍ଦ୍ର ଦେଶର ସମସ୍ତ ବନରେ ରହୁଥିବା ଲୋକଙ୍କୁ ଏକାଠି କରିବା ଏବଂ ଶିକ୍ଷିତ କରିବାର କାର୍ଯ୍ୟ କରିଥିଲେ। ଭଗବାନ ରାମଙ୍କ ସେନାରେ ଆଦିବାସୀ, ଭୀଲ, ବାନର, ଭାଲୁ ସମସ୍ତେ ଥିଲେ। ଓରାଙ୍ଗ ଆଦିବାସୀଙ୍କ ସହ ସମ୍ବନ୍ଧ ଲୋକମାନଙ୍କ ଦ୍ୱାରା କୁହାଯାଉଥିବା କୁରୁଖ ଭାଷାରେ ‘ଟିଗ୍ଗା’ ଏକ ଗୋତ୍ର, ଯାହାର ଅର୍ଥ ବାନର। କଓ୍ଵାର ଆଦିବାସୀଙ୍କ ମଧ୍ୟରେ ଏକ ଗୋତ୍ର ରହିଛି, ଯାହାକୁ ହନୁମାନ କୁହାଯାଇଥାଏ। ଏହିପ୍ରକାର ଗିଦ୍ଧ ଅନେକ ଅନୁସୂଚିତ ଜନଜାତି ମଧ୍ୟରେ ଏକ ଗୋତ୍ର।

ପ୍ରାଚୀନ କାଳର ଜାତି:

ପ୍ରାଚୀନ ।କଳରେ ଲୋକମାନେ ହିମାଚଳର ଆଖପାଖରେ ରହୁଥିଲେ। ବେଦ ଏବଂ ମହାଭାରତ ପଢିବା ପରେ ଆମେ ଜାଣିବାକୁ ପାଇଥିଲୁ ପୁରାତନ ଯୁଗରେ ପ୍ରମୁଖ ରୂପେ ଦେବ, ଦୈତ୍ୟ, ଦାନବ, ରାକ୍ଷସ, ଯକ୍ଷ, ଗନ୍ଧର୍ବ, ଭଲ୍ଲ, ଭସୁ, ଅପ୍ସରା, ପିଶାଚ, ସିଦ୍‌ଧ, ମରୁଦଗଣ, କିନ୍ନର, ଚାରଣ, ଭାଟ, କିରାତ, ରୀଛ, ନାଗ, ବିଦ୍ୟାଧର, ମାନବ, ବାନର ଆଦି ଏହି ସବୁ ଜାତି ରହିଥିଲା।

ମାନବ ଠାରୁ ଭିନ୍ନ ଥିଲେ ବାନର:

ବାନରର ଶଦ୍ୱିକ ଅର୍ଥ ହେଉଛି ‘ବନରେ ରହୁଥିବା ମଣିଷ’। କିନ୍ତୁ ମାନବ ଠାରୁ ଭିନ୍ନ। କାରଣ ବନରେ ଏଭଳି ମଣିଷ ରହିଥାନ୍ତି ଯାହାର ପୂଛ ବାହାରିଥାଏ। ସୌଧକର୍ତ୍ତାଙ୍କ କହିବାନୁଯାୟୀ ଆଜିଠାରୁ ୯ଲକ୍ଷ ବର୍ଷ ପୂର୍ବେ ଏଭଳି ଏକ ବିଲକ୍ଷଣ ବାନର ଜାତି ଭାରତ ବର୍ଷରେ ବିଦ୍ୟମାନ ଥିଲେ, ଯାହା ଆଜିଠାରୁ ୧୫ ରୁ ୧୨ ହଜାର ବର୍ଷ ପୂର୍ବରୁ ଲୁପ୍ତ ହେବାରେ ଲାଗିଥିଲା। ଏହି ଜାତିର ନାମ କପି ଥିଲା। ହନୁମାନଙ୍କ ଜନ୍ମ କପି ନାମକ ବାନର ଜାତିରେ ହୋଇଥିଲା।

ଏବେ କେଉଁଠି ଅଛନ୍ତି ବାନର:

ବାସ୍ତବରେ ଆଜିଠାରୁ ଠିକ୍‌ ୯ଲକ୍ଷ ବର୍ଷ ପୂର୍ବରୁ ମାନବଙ୍କର ଏଭଳି ଏକ ଜାତି ଥିଲା, ଯାହା ମୁଖ ଏବଂ ପୂଛରୁ ବାନର ସମାନ ଦେଖାଯାଉଥିଲେ। କିନ୍ତୁ ସେହି ଜାତିର ବୁଦ୍ଧିମତା ଏବଂ ଶକ୍ତି ମାନବ ଠାରୁ ଅଧିକ ରହିଥିଲା। ଏବେ ସେହି ଭାରତରେ ଲୁପ୍ତ ହୋଇଯାଇଛି କିନ୍ତୁ ବାଳୀ ଦ୍ୱୀପରେ ବର୍ତ୍ତମାନ ମଧ୍ୟ ପୂଛଧାରୀ ଜଙ୍ଗଲୀ ମନୁଷ୍ୟଙ୍କ ଅସ୍ତିତ୍ୱ ବିଦ୍ୟମାନ ରହିଛି। ଯାହାର ପୂଛ ପ୍ରାୟ ୬ଇଞ୍ଚ।

କଣ ସତରେ ବାନର ଥିଲେ ଭଗବାନ ହନୁମାନ:

ରାମାୟଣ ଗ୍ରନ୍ଥରେ ଉଲ୍ଲେଖ ଥିବା ହନୁମାନ ଏବଂ ତାଙ୍କର ସଜାତୀୟ ବାନ୍ଧବ ସୁଗ୍ରୀବ ଅଂଗଦାଦିଙ୍କ ସହ ‘ବାନର, କପି, ସାଖାମୃଗ, ପ୍ଲଓ୍ଵଂଗମ’ ଆଦି ବିଶେଷଣ ପଢି ତାଙ୍କର ମାଙ୍କଡ ପ୍ରଜାତିର ହେବାର ଉଦାହରଣ ଦେଇଥାନ୍ତି। ହନୁମାନ ଯେତେବେଳେ ମାନବ ନଥିଲେ ସେହି ସମୟରେ ସେ ମାନବର କୌଣସି ବି ଜାତି ସହ ସମ୍ବନ୍ଧ ରଖୁନଥିଲେ।

ଆଦିମ ଜାତି ଉପରେ ଅନୁସନ୍ଧାନ:

ପୃଥ୍ଵୀରେ ଆଦିମ କାଳରେ ଚାରଟି ମାନବ ପ୍ରଜାତିର ଅସ୍ତିତ୍ୱ ରହିଥିଲା। ସେହି ସମୟରେ ଆଧୁନିକ ମଣିଷର ଠିକଣା ମଧ୍ୟ ମିଳିନଥିଲା। ୟୁରୋପରେ ମିଳିଥିବା ଏହି ଅବଶୋଷକୁ ନିଏଣ୍ଡରଥଳ କୁହାଯାଉଥିଲା ଏବଂ ଏସିଆରେ ରହୁଥିବା ଆସଦିମ ମଣିଷକୁ ଡେନିସେସାଭାଂସ କୁହାଯାଉଥିଲା। ଏହି ଆଦିମ ମଣିଷର ଠିକଣା ପ୍ରଥମେ ୧୯୭୬ ମସିହାରେ ସୁଜିୟାଓର ଗୁମ୍ଫାରେ ମିଳିଥିଲା। ଏଥିରେ କିଛି ଖପୁରୀ ର ଟୁକୁଡା ଏବଂ ଚାରଟି ଲେକାଙ୍କର ୯ଟି ଦାନ୍ତର ଜୀବାସ୍ମ ମିଳିଥିଲା। ଏହାର ସମ୍ପୂର୍ଣ୍ଣ ବିବରଣ ଆମେରିକୀ ଫିଜିକାଲ ଏଂଥ୍ରାପୋଲଜୀ ଜର୍ନଲରେ ପ୍ରକାଶ ପାଇଛି। ଏହା ବିଚିତ୍ର କିସ୍ମର ଜୀବାସ୍ମ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାନବ ପ୍ରଜାତିର ଜୀବାସ୍ମ ସହ ମେଳ ଖାଇନାହିଁ। କେବଳ ଏତିକି ନୁହେଁ ଏହି ଜୀବାସ୍ମ କୌଣସି ଆଧୁନିକ ମାନବ ପ୍ରଜାତିର ଦାନ୍ତ ସହ ମିଶୁନଥିବା ପ୍ରମାଣିତ ହୋଇଛି। ପ୍ରାଚୀନ କାଳରେ ଦୁଇଟି ଭିନ୍ନ-ଭିନ୍ନ ପ୍ରଜାତିର ମେଳରୁ ବିଚିତ୍ର କିସ୍ମର ଜୀବ-ଜନ୍ତୁ ଏବଂ ମାନବ ଜନ୍ମ ହୋଇଥିବା ପ୍ରମାଣ ମିଳିଛି।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago