ମାଉଥୱାଶ୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ! ନଚେତ୍ ପଡିପାରନ୍ତି ଏହି ଭୟଙ୍କର ରୋଗରେ. . .

ଅଧିକାଂଶ ଲୋକ ଟୁଥପେଷ୍ଟ ବଦଳରେ ମାଉଥୱାଶ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ସେମାନେ ଜାଣି ନଥାନ୍ତି ଯେ, ମାଉଥୱାଶ୍ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

-ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି, ଦିନକୁ ଦୁଇ ଥର ମାଉଥୱାଶ କରୁଥିବା ବ୍ୟକ୍ତିଙ୍କୁ ଟାଇପ୍-୨ ଡାଇବେଟିସ୍ ହେବାର ୫୫ ପ୍ରତିଶତ ଆଶଙ୍କା ରହିଛି।

-ହାଭାର୍ଡ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥର ରିପୋର୍ଟ ଅନୁସାରେ, ମୁହଁରେ ଥିବା ଉପକାରୀ ଜୀବାଣୁ ଆଣ୍ଟି-ବ୍ୟାକ୍ଟେରିଆଲ୍ ମାଉଥୱାଶ ପରି ତରଳ ପଦାର୍ଥର ବ୍ୟବହାର ଦ୍ୱାରା ନଷ୍ଟ ହୋଇ ଯାଇଥାନ୍ତି।

-ଏହି ଉପକାରୀ ଜୀବାଣୁ ଆପଣଙ୍କ ଶରୀରକୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାନ୍ତି। କିନ୍ତୁ ମାଉଥୱାଶର ବ୍ୟବହାର ଯୋଗୁ ଏହି ଉପକାରୀ ଜୀବାଣୁ ଶେଷ ହୋଇଯାନ୍ତି।

-ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି ଯେ ଯେଉଁ ବ୍ୟକ୍ତି ଦିନରେ ଦୁଇ ଥର ମାଉଥୱାଶ ବ୍ୟବହାର କରନ୍ତି, ସେମାନଙ୍କ ଶରୀରରେ ତିନି ବର୍ଷ ମଧ୍ୟରେ ଡାଇବେଟିସ୍ ବା ବ୍ଲଡ୍ ସୁଗାର୍ ସମସ୍ୟା ହେବାର ଆଶଙ୍କା ଅଧିକ ରହିଛି।

-ଏହି ଗବେଷଣାରେ ୪୦ ରୁ ୬୫ ବର୍ଷ ବୟସ୍କର ୧,୨୦୬ଜଣ ମୋଟା ବ୍ୟକ୍ତିଙ୍କୁ ସାମିଲ୍ କରାଯାଇଥିଲା। ଏମାନେ ସମସ୍ତେ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ।

-ଗବେଷଣା ପରେ ଜଣାପଡ଼ିଥିଲା, ଏମାନଙ୍କ ମଧ୍ୟରୁ ଯେଉଁମାନେ ଦିନକୁ ଥରେ ମାଉଥ୍ୱାଶ୍ ବ୍ୟବହାର କରୁଥିଲେ, ସେମାନଙ୍କ ମଧ୍ୟରେ ୧୭ ପ୍ରତିଶତ ଲୋକଙ୍କ ଶରୀରରେ ପ୍ରି-ଡାଇବେଟିସ୍ର ଲକ୍ଷଣ ବିକଶିତ ହେବା ଦେଖାଯାଇଥିଲା।

-ସେହିପରି ଯେଉଁ ବ୍ୟକ୍ତି ଦିନକୁ ଦୁଇ ଥର ମାଉଥୱାଶ ବ୍ୟବହାର କରୁଥିଲେ, ସେମାନଙ୍କ ଶରୀରରେ ୩୦ ପ୍ରତିଶତ ପ୍ରି-ଡାଇବେଟିସର ଲକ୍ଷଣ ଦେଖା ଯାଇଥିଲା।

-ତେଣୁ ଏହା ଧ୍ୟାନରେ ରଖିବା ଜରୁରୀ ଯେ, ସୁସ୍ଥ ବ୍ୟାକ୍ଟେରିଆଙ୍କ ଯୋଗୁ ଆମ ଶରୀର ମୋଟାପଣ ଓ ଡାଇବେଟିସ୍ ଠାରୁ ଦୂରରେ ରହିଥାଏ। ଏଥିପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତିଙ୍କୁ ଦିନକୁ ଦୁଇଥର ବ୍ରଶ୍ କରିବା ଉଚିତ୍।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

20 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

29 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago