ଲାଇଫ୍ ଷ୍ଟାଇଲ୍

ଅଶ୍ୱତ୍ଥ ପତ୍ରକୁ ସିଝାଇ ପାଣି ପିଅନ୍ତୁ, ମସ୍ତିଷ୍କ ଏବଂ ହୃଦୟ ସୁସ୍ଥ ରହିବ

ଭାରତୀୟ ସଂସ୍କୃତିରେ କେତେକ ବୃକ୍ଷକୁ ସ୍ୱତନ୍ତ୍ର ମହତ୍ୱ ଦିଆଯାଇଛି । ସେ ମଧ୍ୟରୁ ଅଶ୍ୱତ୍ଥ ବୃକ୍ଷ ଅନ୍ୟତମ । ରକ ବେଦରେ ବି ଏହାକୁ ଦେବବୃକ୍ଷର ମାନ୍ୟତା ଦିଆଯାଇଛି । ଦିନର ପ୍ରତ୍ଵକ ସମୟରେ ପ୍ରାଣବାୟୁ ଦେଉଥିବା ଅଶ୍ୱତ୍ଥ ଗଛର ସକାରାତ୍ମକ ଉର୍ଜା ପ୍ରଭାବରୁ ମହାତ୍ମା ବୁଦ୍ଧଙ୍କ ଠାରୁ ଆରମ୍ଭ କରି ଅନେକ ମୁନିଋଷି ମାନେ ଏହାରି ମୂଳରେ ବସି ଜ୍ଞାନାର୍ଯ୍ୟନ କରିଥିଲେ । ଔଷଧିୟ ଗୁଣ ହେତୁ ଅଶ୍ୱତ୍ଥ ଗଛକୁ “କଳ୍ପବୃକ୍ଷ” ବି କୁହାଯାଏ । ଅଶ୍ୱତ୍ଥ ଗଛର ଅନେକ ଉପକାରୀ ଗୁଣ ରହିଛି। ପତ୍ର ଠାରୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଆୟୁର୍ବେଦ ଅନୁସାରେ ଅଶ୍ୱତ୍ଥ ପତ୍ରରେ ଅନେକ ପ୍ରକାର ରୋଗ ଦୂର ହୋଇଥାଏ।  ଏହି ପତ୍ରରେ ସ୍କିନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆପଣ ଅନେକ ଲୋକଙ୍କୁ ଅଶ୍ୱତ୍ଥ ଗଛର ପତ୍ରକୁ କଞ୍ଚା ଖାଉଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ ଏହାର ପତ୍ରକୁ ସିଝାଇ ପାଣି ପିଇବା ଦ୍ୱାରା ଅନେକ ପ୍ରକାର ଫାଇଦା ମିଳିଥାଏ।

ଅଶ୍ୱତ୍ଥ ପତ୍ରରେ ପ୍ରୋଟିନ, ଫାଇବର, କ୍ୟାଲସିୟମ, ଆଇରନ, ମାଙ୍ଗାନିଜ, କପର ଭଳି ପୋଷକ ତତ୍ତ୍ୱ ରହିଥାଏ। ଏହାଛଡା ପତ୍ରରେ ଟିଡାୟାବେଟିକ, ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ, ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ଭଳି ଗୁଣ ରହିଛି। ଏହାର ପତ୍ରକୁ ପାଣିରେ ସିଝାଇବା ବେଳେ ଏହାର ସମସ୍ତ ଗୁଣ ପାଣିରେ ମିଶିଯାଏ। ତେଣୁ ଏହାର ପାଣି ପିଇଲେ ଅନେକ ଲାଭ ମିଳିଥାଏ।

ଅଶ୍ୱତ୍ଥ ପତ୍ର ପାଣି ଶରୀରକୁ ଡିଟକ୍ସ କରିବାରେ ସହାୟତା ମିଳିଥାଏ। ଏହାକୁ ପିଇଲେ ରକ୍ତ ପରିଷ୍କାର ହୁଏ। ରକ୍ତ ସଫା ହୁଏ। ଏହାଛଡା ପେଟ ସମ୍ବନ୍ଧୀୟ ସବୁ ସମସ୍ୟା ଯେପରିକି, ଅପଚ, ବାନ୍ତି ଲାଗିବା, ଗ୍ୟାସ ଭଳି ସମସ୍ୟାରୁ ଆରାମ ମିଳିଥାଏ।

ଅଶ୍ୱତ୍ଥ ପତ୍ରର ସିଝା ପାଣି ପିଇଲେ ଫାଇଦା ମିଳିଥାଏ। ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ଏହି ପାଣି। ଏହାଛଡା ଯେଉଁ ଲୋକଙ୍କର ହୃଦ ସମ୍ବନ୍ଧୀୟ ରୋଗ ରହିଥିଲେ ଏହାକୁ ପିଇଲେ ଲାଭ ମିଳିବ। ଏହା ହୃଦୟକୁ ସୁସ୍ଥ ରଖିଥାଏ।

ଅଶ୍ୱତ୍ଥ ପତ୍ର ସିଝାଇ ଏହାର ପାଣି ପିଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ। ମସ୍ତିଷ୍କ ଭଲ ଭାବେ କାମ କରିଥାଏ। ଏହାଛଡା ହୃତପିଣ୍ଡ ମଧ୍ୟ ସୁସ୍ଥ ରହିଥାଏ। ଏହାକୁ ପିଇଲେ କିଡନୀ ମଧ୍ୟ ସୁସ୍ଥ ରହିଥାଏ।

କେବଳ ଏହି ଗଛର ପତ୍ର ନୁହେଁ ଫଳ ମଧ୍ୟ ଶରୀର ପାଇଁ ଉପକାରୀ। ଏହାର ଫଳ କଫ, ପିତ୍ତ ବାନ୍ତି ଏବଂ ପୋଡିଯାଇଥିବା ଘାକୁ ଠିକ୍‌ କରିଥାଏ। ଯଦି ଆପଣଙ୍କର ପାକସ୍ଥଳୀରେ ଯନ୍ତ୍ରଣାରେ ଅନୁଭବ କରୁଛନ୍ତି ତେବେ ଅଶ୍ୱତ୍ଥ ଗଛର ପତ୍ରକୁ ନେଇ ଗୁଡରେ ବାଟି ଛୋଟ ଛୋଟ ବଟିବା କରିନିଅନ୍ତୁ। ଏହାକୁ ଦିନକୁ ୩ରୁ ୪ଟି ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ଆରାମ ମିଳେ।

ଅଶ୍ୱତ୍ଥ ପତ୍ର ଗୁଣ୍ଡକୁ ମହୁରେ ମିଶାଇ ପ୍ରତିଦିନ ଦୁଇଥର ଖାଇଲେ ସମସ୍ତ ରକ୍ତ ବିକାର ନଷ୍ଟ ହୁଏ। ଏହା ରକ୍ତଚାପକୁ ସ୍ୱାଭାବିକ କରିବା ସହିତ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Also Read : ପେଟରେ ଜ୍ୱଳନ ଏବଂ ରକ୍ତଚାପ ପାଇଁ ବେଶ୍‌ ଫାଇଦାଯୁକ୍ତ କଞ୍ଚା କଦଳୀ, ଦୂର କରେ ଆହୁରି ଅନେକ ସମସ୍ୟା

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

10 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

12 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

53 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago