ଲାଇଫ୍ ଷ୍ଟାଇଲ୍

ଅଧିକ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ ଗୋଟିଏ ଦିନରେ କେତେ କ୍ଷୀର ପିଇବା ଉଚିତ୍ ?

କ୍ଷୀର ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କ୍ଷୀରକୁ ବର୍ଷ ବର୍ଷ ଧରି ଏକ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ । କ୍ଷୀର ପିଇବା ଦ୍ୱାରା ଆମ ଶରୀର ଭିଟାମିନ୍ D, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ପାଇଥାଏ, ଯାହା ଆମ ଶରୀର ଏବଂ ହାଡକୁ ମଜବୁତ କରିଥାଏ । ତେବେ କ୍ଷୀର ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଧିକ କ୍ଷୀର ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଗୋଟିଏ ଦିନରେ କେତେ କ୍ଷୀର ପିଇବା ଉଚିତ । ଏହା ସହ ଯଦି ଅଧିକ କ୍ଷୀର ପିଉଛନ୍ତି, ତାହେଲେ ଏହା ଦ୍ୱାରା କ’ଣ ଅସୁବିଧା ହେବ ଜାଣିବା ।

ପ୍ରତିଦିନ ଅଧିକ କ୍ଷୀର ପିଇବା ଆପଣଙ୍କ ଶରୀରରେ ହରମୋନ୍ ଅସନ୍ତୁଳନ ସୃଷ୍ଟି କରିପାରେ । କ୍ଷୀରରେ ବହୁତ ଫ୍ୟାଟ୍‌ ଏବଂ କ୍ୟାଲୋରୀ ମିଳିଥାଏ ଯାହା ଆପଣଙ୍କ ଓଜନ ଶୀଘ୍ର ବଢାଇଥାଏ । ବାସ୍ତବରେ, ୧ କପ୍ କ୍ଷୀରରେ ୫ ଗ୍ରାମ ଫ୍ୟାଟ୍‌ ଏବଂ ୧୫୨ କ୍ୟାଲୋରୀ ଥାଏ । ଏଥିରେ ବହୁ ପରିମାଣରେ ଲାକ୍ଟୋଜ୍ ଥାଏ ଯାହାକି ଏକ ପ୍ରାକୃତିକ ସୁଗାର ହୋଇଥାଏ । ଏହି କାରଣରୁ, ଆପଣଙ୍କର ଓଜନ କେବଳ ବୃଦ୍ଧି ହୁଏ ନାହିଁ ବରଂ ଆପଣଙ୍କୁ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଏହି ସମସ୍ୟାଗୁଡିକ ହେବା ଆରମ୍ଭ କରେ :
ପେଟ ସମ୍ବନ୍ଧୀୟ ସମସ୍ୟା : ଲୋକମାନେ ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଯେପରିକି ଗ୍ୟାସ୍, ଫ୍ଲାଟୁଲେନ୍ସ କିମ୍ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯିବା ଆରମ୍ଭ କରିଥାଏ । ଅଧିକ କ୍ଷୀର ପିଇବା ଭଲ ଏବଂ ଖରାପ ବ୍ୟାକ୍ଟେରିଆ ମଧ୍ୟରେ ଅସନ୍ତୁଳନ ସୃଷ୍ଟି କରେ, ଯାହା ଏହି ସମସ୍ୟାର ସମ୍ମୁଖୀନ କରାଇଥାଏ ।

ହଜମ ସମ୍ବନ୍ଧୀୟ ସମସ୍ୟା : କ୍ଷୀରର ଅତ୍ୟଧିକ ବ୍ୟବହାର ହେତୁ ଲୋକମାନେ ହଜମ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥିରେ ଥିବା ଲାକ୍ଟୋଜ୍ ଯୋଗୁଁ ଲୋକଙ୍କ ହଜମ ନଳୀ ନଷ୍ଟ ହୋଇଯାଏ । ଠିକ୍‌ ଭାବେ ହଜମ ନହେବା ଦ୍ୱାରା ବାନ୍ତି ଏବଂ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ସ୍କିନ୍‌ ସମସ୍ୟା : ଯଦି ଆପଣଙ୍କର ବ୍ରଣ, ପିଗମେଣ୍ଟେସନ୍ ଭଳି ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଆପଣ କ୍ଷୀର ଖାଇବା ଉଚିତ୍ ନୁହେଁ । ବିଶେଷଜ୍ଞମାନେ ଏପରି ସମସ୍ୟାରେ ପୀଡିତ ଲୋକଙ୍କୁ କ୍ଷୀର ନ ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କ୍ଷୀରରେ ଅତ୍ୟଧିକ ସେବନ ଦ୍ୱାରା ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଦେଇଥାଏ ଯାହାଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ପିମ୍ପଲ୍ ଏବଂ ଦାଗ ଦେଖାଯାଏ ।

ଲିଭର ସମ୍ବନ୍ଧୀୟ ସମସ୍ୟା : ଯଦି ଆପଣଙ୍କର ଲିଭର ସମ୍ବନ୍ଧୀୟ ସମସ୍ୟା କିମ୍ବା ରୋଗ ଅଛି, ତେବେ ଆପଣ କ୍ଷୀର ଖାଇବା ଉଚିତ୍ ନୁହେଁ । ବାସ୍ତବରେ, କ୍ଷୀର ଫ୍ୟାଟ୍‌ରେ ଭରପୂର ଏବଂ ଏପରି ପରିସ୍ଥିତିରେ ଲିଭର କ୍ଷୀରକୁ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ହୁଏ ନାହିଁ ଯେଉଁ କାରଣରୁ ଲିଭର ଫୁଲି ଯାଇପାରେ ।

ଜାଣନ୍ତୁ ଗୋଟିଏ ଦିନରେ ଆମେ କେତେ କ୍ଷୀର ପିଇବା ଉଚିତ୍ ?
ଆସନ୍ତୁ ଜାଣିବା ଯେ କ୍ଷୀର ପିଇବାର କ୍ଷମତା ବ୍ୟକ୍ତିର ଶାରୀରିକ ଅବସ୍ଥା ଏବଂ ବୟସ ଅନୁଯାୟୀ ଭିନ୍ନ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଲୋକମାନେ ଦିନକୁ କେତେ କ୍ଷୀର ପିଇବା ଉଚିତ୍ । ତେବେ ୩ ବର୍ଷ ପର୍ଯ୍ୟନ୍ତ ପିଲାମାନେ ୩୦୦ ରୁ ୫୦୦ ମିଲି କ୍ଷୀର ପିଇବା ଉଚିତ । ସେହିପରି ୪ ରୁ ୧୦ ବର୍ଷ ବୟସର ପିଲା ୪୦୦ ରୁ ୬୦୦ ମିଲି କ୍ଷୀର ପିଇପାରିବେ । ଏହା ସହ ୧୧ ରୁ ୧୮ ବର୍ଷର ପିଲା ୫୦୦ ମିଲିରୁ ୭୦୦ ମିଲି କ୍ଷୀର ପିଇପାରିବେ । ସେହିପରି ୧୮ ବର୍ଷରୁ ଅଧିକ ଲୋକମାନେ ଦିନକୁ ୧ ରୁ ୨ ଗ୍ଲାସ୍ କ୍ଷୀର ପିଇପାରିବେ ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago