ଦେଶ ବିଦେଶ

ମହାରାଷ୍ଟ୍ର: ଜମିରେ ଜରୁରୀ ଅବତରଣ କଲା ଭାରତୀୟ ସେନା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ୪ ଯବାନ

ଭାରତୀୟ ସେନାର ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି । ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଏରୋଣ୍ଡଲୀ ଗାଁ ନିକଟ ଏକ ଜମିରେ ଜରୁରୀକାଳୀନ ଅବତରଣ କରିଛି ହେଲିକପ୍ଟର । ଫଳରେ ୪ ଜଣ ଯବାନଙ୍କ ଜୀବନ ବଞ୍ଚିଯାଇଛି । ତେବେ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ଜମିରେ ଅବତରଣ କରିଛି ବୋଲି ଜଣାପଡିଛି ।

ହେଲିକପ୍ଟର ହଠାତ୍‌ ଜମିରେ ଅବତରଣ କରିବା ଦେଖି ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ଥିବା ୪ ଜଣ ଯବାନ ସୁରକ୍ଷିତ ରହିଛନ୍ତି । ଘଟଣାଟି ସକାଳ ୧୧.୩୦ ମିନିଟରେ ଘଟିଛି ।

ତେବେ ସେନା ହେଲିକପ୍ଟରଟି ନାସିକରୁ ବେଲଗାଭୀ ପାଇଁ ଉଡାଣ ଭରିଥିଲା । ହେଲିକପ୍ଟରରେ ପାଇଲଟଙ୍କ ସହିତ ୪ ଜଣ ଯବାନ ଥିଲେ । ସେନା ହେଲିକପ୍ଟର ଲ୍ୟାଣ୍ଡି କରିବା ଖବର ମିଳିବା ପରେ ଅଧିକ ସଂଖ୍ୟକ ଗ୍ରାମବାସୀ ଏକାଠି ହୋଇଥିଲେ । ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ସୂଚନାଯୋଗ୍ୟ,  ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ଶିବସେନା (ଉଦ୍ଧବ ଦଳ) ନେତ୍ରୀ ସୁଷମା ଅନ୍ଧାରେ ଯିବାର ଥିଲା । କିନ୍ତୁ ଏହାପୂର୍ବରୁ ହିଁ ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ଦୁଇ ଜଣ ପାଇଲଟ୍‌ ସାମାନ୍ୟ ଆହତ ହୋଇଥିଲେ ।

ଘଟଣା ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ଘଟିଥିଲା । ହେଲିକପ୍ଟରଟି ଏକ ସାଧାରଣ ସଭା ପାଇଁ ଅନ୍ଧାରେଙ୍କୁ ଆଣିବାକୁ ଯାଉଥିଲା । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ଘଟଣାରେ ହେଲିକପ୍ଟରର ଉଭୟ ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଏବଂ ଏମରଜେନ୍ସି ଟିମ୍‌ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହି ହେଲିକପ୍ଟର ଏକ ଘରୋଇ ବିମାନ କମ୍ପାନୀର ଥିଲା । କୁହାଯାଉଛି ଯେ, ହେଲିକପ୍ଟର ଅବତରଣ ପାଇଁ କୌଣସି ହେଲିପ୍ୟାଡ୍ ନ ଥିଲା, ଯେଉଁ କାରଣରୁ ଲ୍ୟାଣ୍ଡିଂ ସମୟରେ ଏହା କ୍ରାସ୍‌ ହୋଇଯାଇଥିଲା । ଏ ସମ୍ପର୍କରେ ସୂଚନା ପାଇ ରାଇଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଗତବର୍ଷ ନଭେମ୍ବରରେ ଭାରତୀୟ ବାୟୁସେନା (IAF)ର ଆପାଚେ ହେଲିକପ୍ଟର ବୁଧବାର ଲଦାଖରେ ଜରୁରୀ ଅବତରଣ କରିଥିଲା । ଏକ ଅପରେସନାଲ୍‌ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡ୍‌ କରିବାକୁ ପଡ଼ିଥିଲା । ଲଦାଖ ଏରିଆ ଅଫ୍ ରେସପନ୍ସିବିଲିଟି (AOR)ରେ ଉତ୍‌ଥାନ-ପତ୍ତନ ଅଞ୍ଚଳ ଏବଂ ଅଧିକ ଉଚ୍ଚତା ହେତୁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଯୋଗୁ ଏହି ଘଟଣା ଘଟିଥିଲା ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago