ଉପବାସ କଲେ ବି ଲାଗିବନି ହାଲିଆ, ନବରାତ୍ରୀର ନଅ ଦିନରେ ପିଅନ୍ତୁ ଏହି ୬ ଡ୍ରିଙ୍କ୍ସ

କଣ ଆପଣ ଦାଣ୍ଡିଆ ପ୍ରାକ୍ଟିସ୍ କରୁଛନ୍ତି ? ପୁରା ୯ ଦିନ ଯାଏଁ ଦାଣ୍ଡିଆ ଖେଳିବା ପାଇଁ ପ୍ଲାନ୍ କରିଛନ୍ତି କି ? ତେବେ ଆପଣଙ୍କୁ ଆଜିଠାରୁ ହିଁ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏବଂ ନିଜ ଷ୍ଟାମେନା ବଢାଇବା ନିହାତି ଜରୁରୀ । ନଚେତ୍ ଏମିତି ହେବ ଅଭ୍ୟାସ୍ ପୁରା ଭରୁପୁର ଏନର୍ଜି ସହ କରିନେବେ କିନ୍ତୁ ଦାଣ୍ଡିଆ ଆରମ୍ଭ ହେବା ପରେ ଦିନକୁ ଦିନ ଆପଣଙ୍କ ଏନର୍ଜି ଫିକା ପଡିଯିବ । ଏହା ସହ ଯଦି ଆପଣ ନବରାତ୍ରୀରେ ଉପବାସ କରୁଛନ୍ତି ତେବେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଏବେ ଆସନ୍ତୁ ଜାଣିବା ଏମିତି କିଛି ଏନର୍ଜି ଡ୍ରିଙ୍କ୍ସ ବିଷୟରେ ଯାହା ଆପଣଙ୍କ ଏନର୍ଜି ଲେବଳକୁ କାଏମ୍ ରଖିବାରେ ସାହାଯ୍ୟ କରିଥାଏ ।

ପଇଡ ପାଣି :

କ୍ୟାଲସିୟମ୍, ମ୍ୟାଗ୍ନସିୟମ, ଫସଫରସ୍, ପୋଟାସିୟମ୍ ଏବଂ ସେୀଡିୟମ୍ ଏହି ପାଂଚଟି ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ବ ଭରୁପୁର ପଇଡ ପାଣି । ଏହ ବ୍ୟତୀତ ଏହା ଆଣ୍ଟି ଅକ୍ସିଡେଣ୍ଟରେ ମଧ୍ୟ ଭରପୁର । ତେଣୁ ଉପବାସ ସମୟରେ ଏହା ଆପଣକୁ ସତେଜ ରଖିଥାଏ ।

ଲେମ୍ବୁ ପାଣି :

ଲେମ୍ବୁ ପାଣି କେବଳ ଗରମ ଦିନରେ ପିଆ ଯାଏନି । ବରଂ ଯେତେବେଳେ ଏନର୍ଜିର ଆବଶ୍ୟକତା ଥାଏ ସେତେବେଳେ ଏହାକୁ ପିଇ ପାରିବେ । ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ୍ ସି ଏବଂ ଗ୍ଲୁକୋଜ୍ ଥାଏ । ଯାହା ଶରୀରକୁ ଯାଇ ରକ୍ତରେ ମିଶିଯିବା ସହ ଶରୀରକୁ ହାଇଡ୍ରେଟ୍ କରିଥାଏ ।

ବନାନା ସେକ୍ :

ଶରୀରକୁ ତୁରନ୍ତ ଏନର୍ଜି ଦେଇଥାଏ କଦଳୀ । ତେଣୁ ଆପଣ ବନାନା ସେକ୍ ପିଇ ପାରନ୍ତି । ଏଥିରେ ଥିବା ଗ୍ଲୁକୋଜ୍, ଭିଟାମିନ୍, ମିନେରାଲ୍ସ, , ପୋଟାସିୟମ୍ ଏବଂ ଫସଫରସ୍ ଆପଣଙ୍କ ଥକା ପଣକୁ ମିଟାଇବା ସହ ଉର୍ଜାର ସ୍ତର ବଢାଇଇବା ଏବଂ ବନାଇବା ପାଇଁ ସାହାଯ୍ୟ କରିଥାଏ ।

ବିଟ୍ ଜୁସ୍ :

ଆଜିକାଲି ବିଟ୍ ଜୁସ୍ ସହଜରେ ବଜାରରେ ମିଳିଯାଏ । ଏହା କାର୍ବୋହାଇଡ୍ରେଟରେ ଭରପୁର ଥାଏ , ଯାହା ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ସକାଳୁ ବିଟ୍ ଜୁସ୍ ପିଇଲେ ସାରାଦିନ ଏହାର ପ୍ରଭାବ ରହିବ ।

ସେଓ ଜୁସ୍ :

ସେଓ ଜୁସ୍ ଆପଣଙ୍କ ଶରୀରକୁ ଭରପୁର ଉର୍ଜା ପ୍ରଦାନ କରିବା ସହ ଲମ୍ବା ସମୟ ଯାଏ ଆପଣଙ୍କୁ ଫ୍ରେସ୍ ରଖିଥାଏ । କ୍ଷୀର ସହ ସେଓ ମିଶାଇ ସେକ୍ କରି ପିଇ ପାରିବେ ।

ଗାଜର ଜୁସ୍ :

ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ , ଏବଂ କେରୋଟିନରେ ଭରପୁର ଗାଜର ରସ ଆପଣଙ୍କ ଏନର୍ଜି ସ୍ତର ବଢାଇଥାଏ । ଏଥିରେ କ୍ୟାଲୋରୀ କମ୍ ଥାଏ ଏବଂ ପୋଷକ ତତ୍ବର ସଂଖ୍ୟା ଅଧିକ ଥାଏ ।

KNews Bureau

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

6 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

8 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

39 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

50 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

55 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago