Below header

ଉପବାସ କଲେ ବି ଲାଗିବନି ହାଲିଆ, ନବରାତ୍ରୀର ନଅ ଦିନରେ ପିଅନ୍ତୁ ଏହି ୬ ଡ୍ରିଙ୍କ୍ସ

କଣ ଆପଣ ଦାଣ୍ଡିଆ ପ୍ରାକ୍ଟିସ୍ କରୁଛନ୍ତି ? ପୁରା ୯ ଦିନ ଯାଏଁ ଦାଣ୍ଡିଆ ଖେଳିବା ପାଇଁ ପ୍ଲାନ୍ କରିଛନ୍ତି କି ? ତେବେ ଆପଣଙ୍କୁ ଆଜିଠାରୁ ହିଁ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏବଂ ନିଜ ଷ୍ଟାମେନା ବଢାଇବା ନିହାତି ଜରୁରୀ । ନଚେତ୍ ଏମିତି ହେବ ଅଭ୍ୟାସ୍ ପୁରା ଭରୁପୁର ଏନର୍ଜି ସହ କରିନେବେ କିନ୍ତୁ ଦାଣ୍ଡିଆ ଆରମ୍ଭ ହେବା ପରେ ଦିନକୁ ଦିନ ଆପଣଙ୍କ ଏନର୍ଜି ଫିକା ପଡିଯିବ । ଏହା ସହ ଯଦି ଆପଣ ନବରାତ୍ରୀରେ ଉପବାସ କରୁଛନ୍ତି ତେବେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଏବେ ଆସନ୍ତୁ ଜାଣିବା ଏମିତି କିଛି ଏନର୍ଜି ଡ୍ରିଙ୍କ୍ସ ବିଷୟରେ ଯାହା ଆପଣଙ୍କ ଏନର୍ଜି ଲେବଳକୁ କାଏମ୍ ରଖିବାରେ ସାହାଯ୍ୟ କରିଥାଏ ।

ପଇଡ ପାଣି :

coconut waterକ୍ୟାଲସିୟମ୍, ମ୍ୟାଗ୍ନସିୟମ, ଫସଫରସ୍, ପୋଟାସିୟମ୍ ଏବଂ ସେୀଡିୟମ୍ ଏହି ପାଂଚଟି ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ବ ଭରୁପୁର ପଇଡ ପାଣି । ଏହ ବ୍ୟତୀତ ଏହା ଆଣ୍ଟି ଅକ୍ସିଡେଣ୍ଟରେ ମଧ୍ୟ ଭରପୁର । ତେଣୁ ଉପବାସ ସମୟରେ ଏହା ଆପଣକୁ ସତେଜ ରଖିଥାଏ ।

ଲେମ୍ବୁ ପାଣି :

lemonଲେମ୍ବୁ ପାଣି କେବଳ ଗରମ ଦିନରେ ପିଆ ଯାଏନି । ବରଂ ଯେତେବେଳେ ଏନର୍ଜିର ଆବଶ୍ୟକତା ଥାଏ ସେତେବେଳେ ଏହାକୁ ପିଇ ପାରିବେ । ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ୍ ସି ଏବଂ ଗ୍ଲୁକୋଜ୍ ଥାଏ । ଯାହା ଶରୀରକୁ ଯାଇ ରକ୍ତରେ ମିଶିଯିବା ସହ ଶରୀରକୁ ହାଇଡ୍ରେଟ୍ କରିଥାଏ ।

ବନାନା ସେକ୍ :

Banana Milkଶରୀରକୁ ତୁରନ୍ତ ଏନର୍ଜି ଦେଇଥାଏ କଦଳୀ । ତେଣୁ ଆପଣ ବନାନା ସେକ୍ ପିଇ ପାରନ୍ତି । ଏଥିରେ ଥିବା ଗ୍ଲୁକୋଜ୍, ଭିଟାମିନ୍, ମିନେରାଲ୍ସ, , ପୋଟାସିୟମ୍ ଏବଂ ଫସଫରସ୍ ଆପଣଙ୍କ ଥକା ପଣକୁ ମିଟାଇବା ସହ ଉର୍ଜାର ସ୍ତର ବଢାଇଇବା ଏବଂ ବନାଇବା ପାଇଁ ସାହାଯ୍ୟ କରିଥାଏ ।

ବିଟ୍ ଜୁସ୍ :

beetroଆଜିକାଲି ବିଟ୍ ଜୁସ୍ ସହଜରେ ବଜାରରେ ମିଳିଯାଏ । ଏହା କାର୍ବୋହାଇଡ୍ରେଟରେ ଭରପୁର ଥାଏ , ଯାହା ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ସକାଳୁ ବିଟ୍ ଜୁସ୍ ପିଇଲେ ସାରାଦିନ ଏହାର ପ୍ରଭାବ ରହିବ ।

ସେଓ ଜୁସ୍ :

apple juiceସେଓ ଜୁସ୍ ଆପଣଙ୍କ ଶରୀରକୁ ଭରପୁର ଉର୍ଜା ପ୍ରଦାନ କରିବା ସହ ଲମ୍ବା ସମୟ ଯାଏ ଆପଣଙ୍କୁ ଫ୍ରେସ୍ ରଖିଥାଏ । କ୍ଷୀର ସହ ସେଓ ମିଶାଇ ସେକ୍ କରି ପିଇ ପାରିବେ ।

ଗାଜର ଜୁସ୍ :

carrot juiceଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ , ଏବଂ କେରୋଟିନରେ ଭରପୁର ଗାଜର ରସ ଆପଣଙ୍କ ଏନର୍ଜି ସ୍ତର ବଢାଇଥାଏ । ଏଥିରେ କ୍ୟାଲୋରୀ କମ୍ ଥାଏ ଏବଂ ପୋଷକ ତତ୍ବର ସଂଖ୍ୟା ଅଧିକ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.